କିଆରା ଖୁସି, ସେ ଯାହା ଚାହୁଁଥିଲେ ତାହା ମିଳିଯାଉଛି

ମୁମ୍ବାଇ ୧୩/୩: ଗତ ବର୍ଷ ହିଟ୍‌ ଫିଲ୍ମ ‘କବିର ସିଂହ’ ପରେ ସିନେ ଦୁନିଆରେ ସଫଳତାର ସିଡ଼ି ଚଢ଼ିଛନ୍ତି ଅଭିନେତ୍ରୀ କିଆରା ଆଡ଼ଭାନି । ଏହି ଫିଲ୍ମ ପରେ ରାଜ ମେହତାଙ୍କ ମଲ୍ଟି ଷ୍ଟାରର୍‌ ‘ଗୁଡ୍‌ ନ୍ୟୁଜ୍‌’ରେ ସେ ନଜର ଆସିଲେ । ଏଥିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅକ୍ଷୟ କୁମାର, କରୀନା କପୁର ଓ ଦିଲଜିତ୍‌ ଦୋସାଂଝ । ଏକ ଖବରସଂସ୍ଥା ସହ ସାକ୍ଷାତକାରରେ କିଆରା ନିଜର ଆଗାମି ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିଛନ୍ତି । ଏ ବର୍ଷ ତାଙ୍କ ହାତରେ ଏକାଧିକ ଭଲ ପ୍ରୋଜେକ୍ଟ ରହିଛି । ଇଣ୍ଡଷ୍ଟ୍ରିରେ ଏକା ଭଳି ଭୂମିକାରେ ଅଭିନୟ ନକରିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଉପରେ ମଧ୍ୟ ସେ ଖୋଲାଖୋଲି କଥା ହୋଇଛନ୍ତି ।

କିଆରା ଯେତେବେଳେ ଅଭିନୟରେ କ୍ୟାରିଅର ଆରମ୍ଭ କରିଥିଲେ, ଏକ ପ୍ରକାର ଭୂମିକାରେ ସୀମିତ ନରହିବା ପାଇଁ ସବୁବେଳେ ପ୍ରାର୍ଥନା କରୁଥିଲେ । ସେ ଦେଖୁଛନ୍ତି, ଲୋକେ କିଭଳି ଭାବେ ଅଭିନେତ୍ରୀଙ୍କୁ ବାକ୍ସ ଭିତରେ ବନ୍ଦ କରି ରଖୁଛନ୍ତି । କିନ୍ତୁ ଆଜି ଯାଏଁ ଯେଉଁ ଫିଲ୍ମ ତାଙ୍କୁ ଅଫର କରାଯାଇଛି, ସେ ସବୁ ପରସ୍ପରଠୁ ଭିନ୍ନ । ଭିନ୍ନ ଭୂମିକା ମାମଲାରେ କିଆରାଙ୍କୁ ବେଶି କଷ୍ଟ କରିବାକୁ ପଡ଼ିନି । ଲୋକେ ତାଙ୍କୁ ବାକ୍ସ ଭିତରେ ଭର୍ତ୍ତି କରି ରଖିନାହାନ୍ତି, ସେଥିପାଇଁ କିଆରା ନିଜକୁ ଭାଗ୍ୟଶାଳୀ ବୋଲି କହିଛନ୍ତି ।

‘କବିର ସିଂହ’ର ସଫଳତା ବିଷୟରେ ମଧ୍ୟ ସେ କଥା ହୋଇଛନ୍ତି । ‘କବିର ସିଂହ’ର ପ୍ରୀତି ଓ ‘ଗୁଡ୍‌ ନ୍ୟୁଜ୍‌’ର ମୋନିକା ପରସ୍ପର ଭିନ୍ନ ଚରିତ୍ର । ତାଙ୍କ ମତରେ, ବହୁମୁଖୀ ପ୍ରତିଭାସମ୍ପନ୍ନ ହେବା ଜଣେ କଳାକାର ପାଇଁ ସବୁଠୁ ବଡ଼ ବରଦାନ । କିଆରାଙ୍କ ଅପ୍‌କମିଙ୍ଗ ଫିଲ୍ମରେ ଅଛି ‘ଶେରଶାହ’ । ଏଥିରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପୋଜିଟ୍‌ରେ ନଜର ଆସିବେ। ଏବେ ସେ ‘ଭୁଲ ଭୁଲେୟା-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ତବୁ ଓ କାର୍ତ୍ତିକ ଆର୍ଯ୍ୟନ ।

   ସମ୍ବନ୍ଧିତ ଖବର


ହଟ୍ ଅନ୍ଦାଜରେ ନଜର ଆସିଲେ ମୋନାଲିସା, ଫଟୋ ଭାଇରାଲ

କ୍ୟାନସର ସହ ଲଢେଇରେ ହାରିଗଲେ ତାମିଲ ଅଭିନେତା ଥବାସୀ, ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ

ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ଅଭିନେତା ଆଶିଷ ରୟ, ସୋସିଆଲ ମିଡ଼ିଆ ଜରିଆରେ ମାଗିଥିଲେ ସାହାଯ୍ୟ

ଦୁଃଖ ଓ ଯନ୍ତ୍ରଣା ସହଜରେ ଯାଏ ନାହିଁ … ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଭଉଣୀଙ୍କ ଚିଠି

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…

ଅକ୍ଷୟଙ୍କ ପୁଣି ଆଉ ଏକ ରେକର୍ଡ