ସୋସିଆଲ ମିଡିଆରେ ଭାଇରାଲ ହେଲା କିଆରା ଆଡଭାନୀଙ୍କ ପିଲାଦିନର ଭିଡିଓ, ସମସ୍ତଙ୍କ ହୃଦୟ ଜିତିଲେ କ୍ୟୁଟ୍ କିଆରା

ମୁମ୍ବାଇ ୨୨/୪: ଖୁବ୍ କମ୍ ସମୟରେ କିଆରା ଆଡଭାନୀ ବଲିଉଡ ଇଣ୍ଡଷ୍ଟ୍ରୀରେ ବହୁତ ପପୁଲାରିଟି ହାସଲ କରିସାରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ କିଆରା ଆଡଭାନୀ ବହୁତ ଆକ୍ଟିଭ୍ ରୁହନ୍ତି । ଏବେ କିଆରା ଇନଷ୍ଟାଗ୍ରାମରେ ନିଜର ଚାଇଲ୍ଡହୁଡ୍ ଫଟୋ ଭିଡିଓ ସେୟାର କରି ନିଜ ଫ୍ୟାନ୍ସଙ୍କୁ ଖୁସି କରିଛନ୍ତି । କିଛି ସମୟ ପୂର୍ବରୁ କିଆରା ଇନଷ୍ଟାଗ୍ରାମରେ ନିଜର ଏକ ବହୁତ କ୍ୟୁଟ୍ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ କ୍ୟୁଟ୍ କିଆରା କପରେ କ୍ଷୀର ପିଉଥିବା ନଜର ଆସୁଛନ୍ତି । ଯେଉଁ କପରେ ସେ କ୍ଷୀର ପିଉଛନ୍ତି ସେଥିରେ ସିଣ୍ଡ୍ରେଲାର କଟଆଉଟ୍ ନଜର ଆସୁଛି ଯାହାକୁ ଦେଖି ଲାଗୁଛି ସିଣ୍ଡ୍ରେଲା କିଆରାଙ୍କ ଫେବରାଇଟ୍ କ୍ୟାରେକ୍ଟର ।

କିଆରା ଆଡଭାନୀ ପିଲାଦିନେ ବହୁତ କ୍ୟୁଟ୍ ଥିବା ଏହି ଭିଡିଓରୁ ଜଣାପଡୁଛି । ଆଜି ମଧ୍ୟ ସେ ବଲିଉଡର ଜଣେ ହଟ୍ ଓ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ ।  କହିରଖୁଛୁ ୨୦୧୪ରେ ଫିଲ୍ମ ଫୁଗଲିରେ ବଲିଉଡରେ ପାଦ ରଖିଥିଲେ କିଆରା । ତେବେ କିଆରାଙ୍କୁ ଏହି ଫିଲ୍ମରୁ କିଛି ଖାସ୍ ପରିଚୟ ମିଳିପାରିନଥିଲା କିନ୍ତୁ ‘ମହେନ୍ଦ୍ର ସିଂ ଧୋନୀ’ ଫିଲ୍ମ ତାଙ୍କ ଜୀବନ ବଦଳାଇଦେଇଥିଲା । ସମସ୍ତେ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ ।

ଲଷ୍ଟ ଷ୍ଟୋରିଜରେ କିଆରା ବୋଲ୍ଡ ଅଭିନୟରେ ନଜର ଆସିଥିଲେ । ଏହା ପରେ ସେ କଳଙ୍କ, କବୀର ସିଂ ଓ ଗୁଡ ନ୍ୟୁଜ୍ ଭଳି ଦମଦାର୍ ଫିଲ୍ମରେ ଭଲ ଅଭିନୟ ସହ ବଲିଉଡରେ ନିଜ ସ୍ଥାନକୁ ମଜଭୁତ୍ କରିପାରିଥିଲେ । ନିକଟରେ ନେଟଫ୍ଲିକ୍ସରେ କିଆରା ଗିଲ୍ଟିଂରେ ମଧ୍ୟ ଦମଦାର୍ ଭୂମିକାରେ ନଜର ଆସିଥିଲେ ।

   ସମ୍ବନ୍ଧିତ ଖବର


ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ

ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

‘ତୋ ପାଇଁ କିଛି ବି’ ପାଇଁ ଭାଓଲିନ୍‌ ଟ୍ରେନିଂ ନେଉଛନ୍ତି ଓଲିଉଡର ଡନ୍

‘ଛଲାଙ୍ଗ’ ପାଇଁ ରାଜକୁମାରଙ୍କଠୁ ହରିଆଣ୍‌ଭି ଶିଖିଥିଲେ ନୁସ୍ରତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌