ଅପହରଣ ଓ ହତ୍ୟା ପରେ ମୃତଦେହକୁ କାଟି ଖଣ୍ଡ ଖଣ୍ଡ କଲା ସାଙ୍ଗ, ଏହାପରେ ପ୍ରେସର କୁକୁରରେ ସିଝାଇ…

ଲକ୍ଷ୍ନୌ,୧୫।୧୧: ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ ମାମଲା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜର ବନ୍ଧୁକୁ ପ୍ରଥମେ ଅପହରଣ  କରି  ୫୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। ତେବେ ପୀଡିତ ଯୁବକ ଜଣକ ଅଣନିଶ୍ବାସୀ ହୋଇ ମରିଯିବା ପରେ ତା’ର ମୃତଦେହକୁ ଅପହରଣକାରୀ ବନ୍ଧୁଜଣକ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇ ଦେଇଥିଲା।

ପୋଲିସର ସୂଚନା ଅନୁସାରେ ଆଗ୍ରାର କିରାଭଲି ନିବାସୀ ଧର୍ମେନ୍ଦ୍ର ତିଓ୍ବାରି କମ୍ପ୍ୟୁଟର ଅପରେଟର ଥିଲା। ୧୮ ଅକ୍ଟୋବରରେ ରହସ୍ୟମୟ ଢଙ୍ଗରେ ସେ ନିଖୋଜ ହୋଇଯାଇଥିଲା। ବହୁତ ଖୋଜାଖୋଜି ପରେ ଯେତେବେଳେ ଖବର ମିଳିଥିଲା ସେତେବେଳେ ଧର୍ମେନ୍ଦ୍ରର ବାପା ଅନଛୋର ଥାନାରେ ନିଖୋଜ ମାମାଲା ରୁଜୁ କରିଥିଲେ। ପୋଲିସର ତଦନ୍ତ ପରେ ଜଣାପଡିଥିଲା ଯେ, ଧର୍ମେନ୍ଦ୍ରକୁ ଶେଷଥର ଲଲିତ ନାମକ ଏକ ଯୁବକ ସହିତ ଦେଖିବାକୁ ମିଳିତିଳା। ଏହି ଭିଡିଓ ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା,ଏହାପରେ ଲଳିତର ଚିହ୍ନଟ କରାଯାଇଥିଲା।

ଏହାପରେ ପୋଲିସ ବିଚପୁରୀ ମାର୍ଗରେ ମଙ୍ଗୋଲିୟା କଲୋନୀରେ ଲଳିତ ବୋଦଲାର ଘରେ ପହଁଞ୍ଚିଥିଲେ। ଲଳିତ ନିଜର ମା’ ଶାଳିନୀ ଓ ଭାଇ ରୋହିତ ସହିତ ରୁହେ। ପୋଲିସ  ୩ ଜଣକୁ ଗିରଫ କରିଛି।ପୋଲିସ ଦୁଇଜଣଙ୍କୁ ଭଲ ଭାବରେ ପଚରାଉଚରା କରିବା ବେଳେ ଏ ବିଷୟରେ ସବୁକିଛି ଜଣାପଡିଥିଲା। ଏହି ଘଟଣା ବିଷୟରେ ଯିଏ ଶୁଣିଥିଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଲଲିତ ନିଜର ଋଣ ସୁଝିବାକୁ ୫୦ ଲକ୍ଷ ଟଙ୍କା ପାଇବା ଲୋଭରେ ଧର୍ମେନ୍ଦ୍ରଙ୍କୁ ଅପହରଣ କରିଥିଲା।  

ଧର୍ମେନ୍ଦ୍ରକୁ ଲଲିତ କିଛି ବାହାନା ଦେଖାଇ ନିଜ ଘରକୁ ଡକାଇଥିଲା। କଫିରେ କିଛି ମିଶାଇ ପିଆଇ ଦେଇଥିଲା। ଏହାପ​‌ରେ ଇଞ୍ଜେକସନ୍ ଲଗାଇ ବେହୋଶ କରିଦେଇଥିଲା। ପରେ ହାତ-ଗୋଡ ଓ ମୁହଁକୁ ଟେପରେ ବାନ୍ଧି ବନ୍ଦ କରିଦେଇଥିଲା। ମୁହଁ ବନ୍ଧା ଥିବା କାରଣରୁ ଧର୍ମେନ୍ଦ୍ର ଅଣନିଶ୍ବାସୀ ହୋଇ ମରିଯାଇଥିଲା। ଲଳିତକୁ ଯେତେବେଳେ ଏହା ଜଣାପଡିଥିଲା ସେ ଭାବିଥିଲା ଏବେ ୫୦ ଲକ୍ଷ ଟଙ୍କା ପାଇବାର ଆଶା ବିଫଳ ହୋଇଗଲା। ଏହାପରେ ସେ ମୃତଦେହକୁ ଲୁଚାଇବା ପାଇଁ ଉପାୟ ଖୋଜିଥିଲା।

ଏହାପରେ ସେ ଧର୍ମେନ୍ଦ୍ରଙ୍କ ମୃତଦେହକୁ ଛୋଟ ଛୋଟ ଖଣ୍ଡ କରି ଘର ଭିତରେ ରଖିଥିଲା। ଏହାପରେ ସେ ଖଣ୍ଡ ଖଣ୍ଡ ମାଂସକୁ କୁକୁରରେ ସିଝାଇ ଦେଇଥିଲା। ଶରୀରର ବଡ ଅଂଶକୁ ନାଳ ଭିତରେ ଫୋପାଡି ଦେଇଥିଲା। ଏପରିକି କଙ୍କାଳକୁ ବ୍ୟାଗ୍ ଭିତରେ ରଖି ଦେଇଥିଲା। ଏହି ମାମଲାର ଖୁଲାସା ହେବାପରେ ପୋଲିସ ମଙ୍ଗୋଲିଆରେ ଲଳିତର ଘରେ ତଲାସୀ ଆରମ୍ଭ କରିଥିଲା। ଫରେନସିକ୍ ଟିମ ଦ୍ବାରା ମଧ୍ୟ ତଦନ୍ତ କରାଯାଇଥିଲା। ପୋଲିସକୁ ସେଠାକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା।

ଘର ବାହାରେ ଜମା ହୋଇଥିବା ଲୋକମାନେ କହିଥିଲେ, ପ୍ରତିଦିନ ଘର ଭିତରୁ ମାଂସ ରୋଷେଇ କରିବାର ବାସ୍ନା ଆସୁଥିଲା। ତେବେ ଏଭଳି କେହି କେବେ ସ୍ବପ୍ନରେ ଭାବିପାରିବେନି ଘର ଭିତରେ ମଣିଷକୁ ଖଣ୍ଡ ଖଣ୍ଡ କରି କାଟିକି ପ୍ରେସର କୁକୁରରେ ସିଝାଯାଉଛି। ତେବେ ଏପର୍ଯ୍ୟନ୍ତ ଜଣାପଡି ନାହିଁ ଯେ, ଲଲିତ ଓ ତା’ର ମା ଧର୍ମେନ୍ଦ୍ରଙ୍କୁ ମାରି ତାଙ୍କର ମାଂସ ଖାଇଛନ୍ତି କି ନାହିଁ?

ଲଳିତ ୨୭ ବର୍ଷୀୟ ଧର୍ମେନ୍ଦ୍ରର ବାଇକକୁ ମଲପୁରାରେ ଥିବା ଏକ ଅଜଣା ସ୍ଥାନରେ ରଖିଥିଲା। ୨୯ ଅକ୍ଟୋବରରେ ଧର୍ମେନ୍ଦ୍ରଙ୍କ ବାଇକ ପୋଲିସକୁ ମିଳିଥିଲା। ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା ଧର୍ମେନ୍ଦ୍ର ଓ ଲଳିତ ଖୁବ୍ ଭଲ ବନ୍ଧୁ ଥିଲେ। ସେମାନେ ପୂର୍ବରୁ ଏକ ଘରେ ଏକାଠି ଭଡାରେ ରହୁଥିଲେ। ଏହି ସମୟରେ ଲଳିତକୁ ଜଣାପଡିଥିଲା ଯେ, ଧର୍ମେନ୍ଦ୍ର ଏକ ଧନୀ ପରିବାର ପିଲା। ତାକୁ ଅପହରଣ କରି ଭଲ ଟଙ୍କା ମିଳିବ। ଏଥିପାଇଁ ଅପହରଣ ଓ ଟଙ୍କା ଅସୁଲ କରିବାର ଯୋଜନା ପ୍ରସ୍ତୁତ କରିଥିଲା।

   ସମ୍ବନ୍ଧିତ ଖବର


ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା

ଗର୍ଭବତୀ ଦୁଷ୍କର୍ମ ପୀଡିତାଙ୍କୁ ଜୀଅନ୍ତା ଜଳାଇଲା ଅଭିଯୁକ୍ତ, ହସ୍ପିଟାଲ ଯିବା ବେଳେ ଅଧା ବାଟରେ ଆଖିବୁଜିଲେ ପୀଡିତା

ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟାମାମଲା: ମୁଖ୍ୟ ଅଭିଯୁକ୍ତ ଶୁଭମ୍ ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ କୋର୍ଟରେ ଦେଖାଇଲା ଡାକ୍ତରୀ ସାର୍ଟିଫିକେଟ୍, ହସ୍ପିଟାଲ ପକ୍ଷରୁ କୁହାଗଲା…

ଦେଢ଼ କୋଟି ନେଇ ଗଲେ କିନ୍ତୁ ଫ୍ଲାଟ୍ ଦେଲେ ନାହିଁ, ଠକ ଦମ୍ପତିଙ୍କୁ ଗିରଫ କଲା ଇଓଡବ୍ଳ୍ୟୁ