ସମ୍‌ରେ ସଫଳ କିଡ୍‌ନୀ ପ୍ରତିରୋପଣ – ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର

ଭୁବନେଶ୍ୱର : ସମ୍‌ରେ ସଫଳ କିଡ୍‌ନୀ  ପ୍ରତିରୋପଣ ହୋଇଛି ।  ଏହି କରୋନା ପରିସ୍ଥିତରେ ନିକଟରେ ସମ୍‌ରେ ଦୁଇଟି କିଡ୍‌ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି । କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଆସୁଛି ସମ୍ ଅଲ୍ଟିମେଟ୍ ମେଡିକେୟାର ଉଭୟ ରୋଗୀ ଜଟିଳ କିଡ୍‌ନୀ ରୋଗର ପଞ୍ଚମସ୍ତରରେ ଥିବାରୁ ସେମାନଙ୍କର ସପ୍ତାହକୁ ୩ ଥର ହେମୋଡାଏଲେସିସ୍ କରାଯାଉଥିଲା । ସମସ୍ତ କୋଭିଡ-୧୯ ସଂକ୍ରାନ୍ତୀୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଏହି ଲାଇଭ୍ ଡୋନୋର ପ୍ରତ୍ୟାରୋପଣ କରାଯାଇଛି ।

ଉଭୟ ଡୋନର ଏବଂ ରୋଗୀ ପ୍ରତ୍ୟାରୋପଣ ହେବାର ୧୦ ଦିନ ମଧ୍ୟରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ସର୍ଜରୀ ପରେ ସେମାନେ ସୁସ୍ଥ ହେବାରେ ଲାଗିଛନ୍ତି । ସିନିୟର ୟୁରୋଲୋଜିଷ୍ଟ ଓ କିଡନୀ ପ୍ରତ୍ୟାରୋପଣ ସର୍ଜନ୍ ଡଃ ବିଶ୍ୱଜିତ୍ ନନ୍ଦ, ନେଫ୍ରୋଲୋଜିଷ୍ଟ ଡଃ ତାପସ କୁମାର ବେହେରା, ଡଃ ବିଶ୍ୱରଞ୍ଜନ ମହାନ୍ତି, ଆନେସ୍ଥେସିଓଲୋଜିଷ୍ଟ ଡଃ ସୁରୁପା ଦେବୀପ୍ରଦା ଏବଂ ଡଃ ଦୀପଙ୍କର ପଢ଼ିହାରୀ ଏହି ଦୁଇଟି କିଡ୍‌ନୀ ପ୍ରତ୍ୟାରୋପଣ ଟିମ୍‌ରେ ସାମିଲ୍ ଥିଲେ ଏବଂ ସଫଳତାର ସହ କିଡ୍‌ନୀ ପ୍ରତ୍ୟାରୋପଣ କରିଥିଲେ । ଏହି ଟିମ୍‌କୁ ନର୍ସିଂ ଏବଂ କିଡ୍‌ନୀ ପ୍ରତ୍ୟାରୋପଣ ସଂଯୋଜକ ସମସ୍ତ ସହଯୋଗ କରିଥିଲେ।

ସମ୍‌ ହେଉଛି ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଯାହାକି ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ସ୍ୱତନ୍ତ୍ର ମୋଡୁଲାର୍ ଅପରେସନ୍ ଥିଏଟର୍ ପ୍ରସ୍ତୃତ କରିଛନ୍ତି । ଆନ୍ତର୍ଜାତୀକ ନିୟମ ଏବଂ ସୁଲଭ ମୂଲ୍ୟରେ ପ୍ରତ୍ୟାରୋପଣ କାର୍ଯ୍ୟ ଏବଂ ଉନ୍ନତ ଧରଣର ରୋଗୀ ସେବା ଯୋଗାଇଦେବା ସମ୍‌ର ଲକ୍ଷ୍ୟ।

ସମରେ ପ୍ରତ୍ୟାରୋପଣ ଅପରେସନ୍ ଥିଏଟର୍ ଏବଂ ଆଇସିୟୁ ପରସ୍ପରର ଅତି ନିକଟରେ ରହିଛି ଯାହା ଦ୍ୱାରା କି ପ୍ରତ୍ୟାରୋପଣ ୟୁନିଟ୍‌କୁ ଏକ ସମ୍ପୂର୍ଣ୍ଣ ଓ ସ୍ୱତନ୍ତ୍ର ଜୋନ୍‌ରେ ପରିଣତ କରାଯାଇପାରିଛି ।

   ସମ୍ବନ୍ଧିତ ଖବର


ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଅଫିସ୍‌ ସମେତ ୬ଟି ସ୍ଥାନରେ ଛାପା‌

ଏଥର ଶୀତରେ ଥରିବ ଓଡ଼ିଶା, ଲା-ନିନା ପ୍ରଭାବରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ନେଇ ପ୍ରାକ୍‌ ଆକଳନ

ଟ୍ରେଲର୍‌କୁ ପିଟିଲା ଟ୍ରକ୍‌,ଅଳ୍ପକେ ବର୍ତ୍ତିଲେ ଗଲେ ଡ୍ରାଇଭର୍‌ ଓ ହେଲପର୍‌

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

ଅବସରପ୍ରାପ୍ତ ପୁଲିସ ଆଇଜି ସୁରେନ୍ଦ୍ରନାଥ ସ୍ୱାଇଁଙ୍କ ପରଲୋକ

ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍