PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ- କାଳବୈଶାଖୀର ତାଣ୍ଡଵ। ସେରଗଡ ବ୍ରାହ୍ମଣଛାଇ ଗାଁରେ ଗଛ ପଡି ଦୁଇ ମୃତ
  • ||
  • ବରିଷ୍ଠ ବିଜେଡି ନେତ୍ରୀ ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ବିଧାୟକା
  • ||
  • ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ଆକ୍ରମଣର ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀଙ୍କ ଉପବାସ
  • ||
  • ପଶ୍ଚିମବଙ୍ଗ: ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜି
  • ||
  • କୋଭିଡ୍ ମୁକାବିଲା ପାଇଁ ୫୦ ହଜାର କୋଟି ଦେବ ଆର୍‌ବିଆଇ
  • ||
  • ବଲାଙ୍ଗୀର: ଡେଲିମାର୍କେଟରେ ସଂଘବଦ୍ଧ ଭାବେ ପରିବା ବିକ୍ରି କରିବାକୁ ପ୍ରଶାସନ ବିରୋଧ କରିବାରୁ ଉତ୍ତ୍ୟକ୍ତ ହୋଇ ରାସ୍ତାରେ ପରିବା ଫିଙ୍ଗିଲେ ବେପାରୀ, ପୁଲିସ ଏବଂ ମ୍ୟୁନିସିପାଳିଟି ପକ୍ଷରୁ ବୁଝାମଣା ଜାରି
  • ||
  • ଗୁଡ଼ଭେଲା: ବିଦ୍ୟୁତ ଖୁଣ୍ଟକୁ ପଟିଲା ଟ୍ରକ ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ହାଇଦ୍ରାବଦରୁ ଫେରୁଥିଲେ ପ୍ରବାସୀ ଶ୍ରମିକଙ୍କ ୧୨ ବର୍ଷର ଝିଅ, ସୀମାନ୍ତ ମୋଟୁରେ ଚାଲିଗଲା ଜୀବନ
  • ||
  • ଉପକୂଳରେ ତାତି ଉଭାନ୍‌, ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ
  • ||
  • ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଓଡ଼ିଶାରେ ଚିହ୍ନଟ ହେଲେ ୯୮୮୯ ଜଣ କରୋନା ପଜିଟିଭ ଚିହ୍ନଟ, ଆଖିବୁଜିଲେ ୧୬ ଜଣ ସଂକ୍ରମିତ
  • ||
  • ଓଡ଼ିଶା: ଆଜିଠୁ ରାଜ୍ୟବ୍ୟାପୀ ୧୪ ଦିନିଆ ‘ଲକଡାଉନ୍‌,’୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ
  • ||

୩ କୋଟିରେ ବିକିଥାନ୍ତେ କିଡ୍‌ନୀ, ଅଭିନେତା ସବ୍ୟସାଚୀଙ୍କ ପାଇଁ ବଞ୍ଚିଗଲେ, ଦିଲ୍ଲୀ ଯିବାକୁ ପ୍ରବର୍ତ୍ତାଉଥିଲା ର‌୍ୟାକେଟ୍‌

ଭୁବନେଶ୍ୱର,୨୬।୮: ପାଖରେ ଟଙ୍କାଟିଏ ନାହିଁ । କରୋନା ଲାଗି ଗତ କିଛି ମାସ ହେବ ସବୁ ବନ୍ଦ ଥିବାରୁ ରୋଜଗାରର ବାଟ ବି ବନ୍ଦ ହୋଇଯାଇଛି । ଆର୍ଥିକ ଅନଟନରୁ ବଞ୍ଚିବା ପାଇଁ ଅନେକ ବିପଦ ମୁହଁକୁ ଠେଲି ହୋଇଯାଉଛନ୍ତି । ସେଥିରୁ ଜଣେ ହେଉଛନ୍ତି ସୋମନାଥ ଗାହାଣ । ସୋସିଆଲ ମିଡିଆରୁ କିଡ୍‌ନୀ ବିକ୍ରି ପାଇଁ ବିଜ୍ଞାପନ ଦେଖି ୩ କୋଟି ପାଇବା ଆଶାରେ ସେ ନେବାକୁ ଯାଉଥିଲେ ଏକ ଭୟଙ୍କର ପଦକ୍ଷେପ । ଆଉ ଏପରି କାମରୁ ସେ ଅଭିନେତା ସବ୍ୟସାଚୀଙ୍କ ନିବୃତ୍ତ ରହିଛନ୍ତି । ଆଉ ସବ୍ୟଙ୍କୁ ଅଜାଡ଼ି ଦେଇଛନ୍ତି ଅଶେଷ ଆଶୀର୍ବାଦ ଓ ଶୁଭକାମନା ।

ଘଟଣାଟି ଏହିପରି । ସୋମନାଥଙ୍କ ଘର କେନ୍ଦ୍ରାପଡ଼ା ରାଜକନିକାରେ । କାମ ଧନ୍ଦା ହରାଇ ସେ ଏବେ ଘରେ ବସିଛନ୍ତି । ଆଉ ଏମିତି ଦିନେ ଫେସବୁକ୍‌ ଖେଳାଉ ଖେଳାଉ ଦେଖିବାକୁ ପାଇଲେ ଯେ କିଡ୍‌ନୀ ବିକ୍ରି କଲେ ୩କୋଟି ମିଳିବ । ଅଭାବରେ ଘାଣ୍ଟି ହେଉଥିବା ବେଳେ ଏମିତି ଏକ ପୋଷ୍ଟ ଦେଖି ସେ କିଡ୍‌ନୀ ବିକ୍ରି କରିବାକୁ ମନସ୍ଥ କଲେ । ଭାବିଲେ ମୋର ଯାହା କିଛି ବି ହୋଇଯାଉ, କିନ୍ତୁ ମୋ ପରିବାର ତ’ ବଞ୍ଚିଯିବେ । ଘରେ କାହାକୁ କିଛି ନକହି ପୋଷ୍ଟ କରିଥିବା ଗ୍ରୁପ ସହିତ ଯୋଗାଯୋଗ କରିଥିଲେ । ତାଙ୍କ କିଡ୍‌ନୀ ଦେବାକୁ ରାଜି ଅଛନ୍ତିି ବୋଲି ସହମତି ଜଣାଇ ମ୍ୟାସେଜ କରିଥିଲେ । ସେପଟୁ ତାଙ୍କୁ ହ୍ୱାଟସପ୍‌ରେ ଯୋଗଯୋଗ କରି ଏକ ଫର୍ମ ପୂରଣ କରିିବା ପାଇଁ କୁହାଗଲା । ଫର୍ମ ପୂରଣ କରିବା ପରେ ତାଙ୍କର ସମ୍ପୂର୍ଣ୍ଣ ଠିକ୍‌ଣା ଦେଲେ ଏବଂ ଦିଲ୍ଲୀ ଯିବାକୁ କୁହାଗଲା । ହେଲେ ଏହି ସମସ୍ତ ଘଟଣା ବିଷୟରେ ସେ ଟୁଇଟ୍‌ ଯୋଗେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଜଣାଇଥିଲେ । ସବ୍ୟ ଏକଥା ଦେଖି ସେମାନାଥଙ୍କ ସହିତ ଯୋଗାଯୋଗ କରି ସମସ୍ତ ଘଟଣା ଜାଣିବା ପରେ ଏପରି ନକରିବାକୁ ପରାମର୍ଶ ଦେଲେ । ଆଉ ସବ୍ୟଙ୍କ ପରାମର୍ଶ ପାଇ ସୋମନାଥ ଏକ ବଡ଼ ର‌୍ୟାକେଟର ଶିକାର ହେବାରୁ ବଞ୍ଚିଗଲେ ।

ସୋମନାଥଙ୍କ କରୁଣ କାହାଣୀ ବି କିଛି କମ୍‌ ଲୋତକଭରା ନୁହେଁ । ସେ ଭୁବନେଶ୍ୱରର ଏକ ବେସରକାରୀ ଅଫିସରରେ ଚାକିରି କରିଥିଲେ । ସେଠାରୁ ମିଳୁଥିବା ପାରିଶ୍ରମିକ ତାଙ୍କୁ କୁଳେଇଲା ନାହିଁ । ଚାକିରି ଛାଡ଼ି ଲୋନ୍‌ କଲେ ଆଉ ବ୍ୟବସାୟ ଆରମ୍ଭ କଲେ । କଳିଙ୍ଗ ବିହାର ଡିଏନ୍‌ ରେଗାଲିଆ ପାଖରେ ଏକ ଫାଷ୍ଟ ଫୁଡ଼ ଦୋକାନ ଖୋଲିଲେ । ହେଲେ ମାର୍ଚ୍ଚରେ କରୋନା ଲକ୍‌ଡାଉନ୍‌ ପାଇଁ ସବୁ ବନ୍ଦ ହେଲା । ପ୍ରଥମେ ଘର ମାଲିକ କହିଲେ ଦୋକାନ ଭଡ଼ା ଦେବା ଦରକାର ନାହିଁ, ସବୁ ଠିକ୍‌ଠାକ୍‌ ହେଲେ ତୁମେ ଦୋକାନ ଖୋଲି ପାରିବ । ହେଲେ ଏବେ ଦୋକାନ ଖୋଲିବାକୁ ୫୦ ହଜାର ଭଡ଼ା ମାଗୁଛନ୍ତି । ନିଜେ ତ ଚଳିବା ପାଇଁ ଟଙ୍କା ନାହିଁ ୫୦ହଜାର କେଉଁଠୁ ଆଣିବେ । ଏହି ଚିନ୍ତା ଘାରିଲା ଆଉ ଏପଟେ ଋଣର ଚାପ ଅଣ୍ଟା ସଳଖିବାକୁ ଦେଲାନି ।

ଘରେ ଏକୁଟିଆ ରୋଜଗାରିଆ ପୁଅ । ବାପା, ମା ଓ ସ୍ତ୍ରୀ ଛୋଟ ଛୁଆଙ୍କୁ ନେଇ ସଂସାର । ଏତେ ଅସୁବିଧା ଯୋଗୁ ଦୁଇ ଥର ସୋମନାଥ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ହେଲେ ପରିବାର ଲୋକଙ୍କ ପାଇଁ ବଞ୍ଚିଗଲେ । ଏତେ ସବୁ ପରେ ବି ପୁଣି ଏକ ଘାତକ ଷଡ଼ଯନ୍ତ୍ରର ଶିକାର ହେବାକୁ ଯାଉଥିବା ଓ ସବ୍ୟଙ୍କ ପରାମର୍ଶ କ୍ରମେ ସେଠାରୁ ବର୍ତ୍ତିବା ପରେ ସେ ଗତକାଲି କମିସନରେଟ ପୁଲିସର ଡିସିପି ଅଫିସରେ ଅଭିଯୋଗ କରିଛନ୍ତି । ସବ୍ୟଙ୍କ କହିବାନୁସାରେ ଆମ ଅଜାଣତରେ ଏମିତି ଅନେକ ଲୋକ ଠକାମିର ଶିକାର ହେଉଛନ୍ତି । ନିଜେ ଯଦି ସଚେତନ ନରହିବା ତାହାଲେ ଆମକୁ ଏମିତି ସବୁ ଠକାମିର ଶିକାର ହେବାକୁ ପଡ଼ିବ।