PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

କରୋନା କାରଣରୁ ଅନାଥ ହେଲେ ପିଲା, ସରକାରୀ ସହାୟତା ପାଇଁ ପ୍ରମାଣ ନାହିଁ

ଅହମ୍ମଦାବାଦ : କରୋନାରେ ମୃତ୍ୟୁ ହୋଇଛି, ହେଲେ ଡେଥ୍‌ ସାର୍ଟିଫିକେଟ୍‌ରେ ଏହାର କୌଣସି ପ୍ରମାଣ ନାହିଁ । ଅନେକ ପରିଜନ ଅଭିଯୋଗ କରୁଛନ୍ତି କି, ତାଙ୍କର ସଂପର୍କୀୟଙ୍କର ମୃତ୍ୟୁ କରୋନାରେ ହୋଇଛି । କିନ୍ତୁ ହସ୍ପିଟାଲର ପ୍ରଶାସନ ତରଫରୁ ଡେଥ୍‌ ସାର୍ଟିଫିକେଟ୍‌ରେ ଏହା ଦର୍ଶାଯାଇ ନାହିଁ । ଏହି କାରଣରୁ ଅନେକ ପରିବାର ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି । ତାଙ୍କ ପାଇଁ ତ ଏହା କ୍ଷତିକାରକ ସାବ୍ୟସ୍ତ ହେଉଛି ।

ଏମିତି ଏକ ମାମଲା ଗୁଜରାଟରୁ ସାମନାକୁ ଆସିଛି ।  ଏଠାରେ ଏକ ପରିବାରରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । ଗୋଟିଏ ପରିବାରର ୩ଜଣ ଲୋକଙ୍କର ଅକାଳରେ କରୋନାରେ ମୃତ୍ୟୁ ହୋଇଛି । ୨ଜଣ ଭାଇ ଆରପାରିକୁ ଚାଲିଗଲେ ଏବଂ ପତ୍ନୀଙ୍କର ବି ଜୀବନ ଚାଲିଗଲା । ଏହିସବୁ କିଛି କେବଳ ମଇ ମାସ ଭିତରେ ହିଁ ଘଟିଛି ।

କୁହାଯାଉଛି କି ରମେଶ ପରମାର ଓ ବିପିନ ପରମାରଙ୍କୁ କରୋନା ହୋଇଥିଲା ଏବଂ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ଏହାପରେ ରମେଶଙ୍କର ପତ୍ନୀ ମୀନାକ୍ଷୀଙ୍କୁ ବି ହସ୍ପିଟାଲରେ ଆଡମିଟ୍‌ କରାଗଲା ଏବଂ ଦେଖୁ ଦେଖୁ  ୩ ଜଣଙ୍କର ଜୀବନ ଚାଲି ଗଲା । ଘରେ ଥିବା ତାଙ୍କର ୫ ଜଣ ପିଲା ଅନାଥ ହୋଇଗଲେ । ଏହି ସମୟରେ ଏହି ପିଲାଙ୍କର ଦାଦା ତାଙ୍କର ଲାଳନ ପାଳନ କରୁଛନ୍ତି । ତାଙ୍କର ବି ୩ଟି ପିଲା ପ୍ରଥମରୁ ଅଛନ୍ତି। ଏମିତିରେ ଏବେ କରୋନା ସମୟରେ ୮ଜଣ ପିଲାଙ୍କର ପାଳନ-ପୋଷଣ କରିବା ପରିବାର ପାଇଁ ବଡ଼ ସମସ୍ୟା ହେଉଛି ।

ପରିବାର ଲୋକ ବି ଅପିଲ କରିଛନ୍ତି କି ତାଙ୍କୁ କାଗଜରେ ଲେଖି ଦିଆଯାଉ କି ତାଙ୍କର ପରିଜନଙ୍କୁ ମୃତ୍ୟୁ କରୋନାରେ ହୋଇଛି । ଯାହାକି ତାଙ୍କୁ ସରକାରୀ ସହାୟତା ମଧ୍ୟ ମିଳିଯିବ  ଏବଂ ସମୟ ପୂର୍ବରୁ ପରିବାରକୁ ସମ୍ଭାଳି ନିଆ ଯାଇ ପାରିବ । ହେଲେ ଏବେସୁଦ୍ଧା କେବଳ ଅପିଲ କରାଯାଇଛି । ହେଲେ କୌଣସି ସମାଧାନ ଦେଖିବାକୁ ମିଳୁନାହିଁ ।