PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଲିବିଆରେ ପ୍ରଥମ ମଣିଷ ଶିକାର କଲା କିଲର ରୋବୋଟ୍

ନୂଆଦିଲ୍ଲୀ, ୩୧।୫ : ମନୁଷ୍ୟଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ଠିଆ ହୋଇପାରନ୍ତି ଯୁଦ୍ଧ ରୋବୋଟ। ଏହି ରୋବୋଟଙ୍କୁ କିଲର ରୋବୋଟ ବୋଲି ମଧ୍ୟ କୁହାଯାଏ। ତେବେ ଏହାର ଆରମ୍ଭ ହୋଇସାରିଛି। ଆଫ୍ରିକାର ଅଶାନ୍ତ ଦେଶ ଲିବିଆରେ କିଲର ରୋବୋଟ ତାର ପ୍ରଥମ ଶିକାର କରିସାରିଛି। ତାହା ପୁଣି ବିନା କୌଣସି ମଣିଷର ନିୟନ୍ତ୍ରଣ ବିନା। ତେବେ ଶୁଣିବାକୁ ଏହି କଥା ଅଜବ ଲାଗୁଥିଲେ ମଧ୍ୟ ସତ।

ସୂଚନାନୁଯାୟୀ, ଏକ ସ୍ଵାଧିନ କିଲର ଡ୍ରୋନ୍ ଲିବିଆରେ ବିନା କୌଣସି ମନୁଷ୍ୟର ନିୟନ୍ତ୍ରଣରେ ତାର ପ୍ରଥମ ଶିକାର ଖୋଜି ହତ୍ୟା କରିଛି। ୨୦୧୯ରେ ଜାତିସଙ୍ଘରେ କିଲର ରୋବୋଟକୁ ନେଇ ଏକ ପ୍ରସ୍ତାବ ଉପସ୍ଥାପନା ହୋଇଥିଲା। ଏହାର ତୀବ୍ର ବିରୋଧ ମଧ୍ୟ କରାଯାଇଥିଲା। ୨୦୨୦ରେ ଭୋଟିଂ ଆଧାରରେ ଏହାକୁ ଖାରଜ କରାଯାଇଥିଲା।

ମାର୍ଚ୍ଚ ୨୦୨୧ରେ ଜାତିସଙ୍ଘରୁ ଆସିଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ୨୦୨୦ରେ ଲିବିଆରେ କାର୍ଗୋ-୨ ନାମକ ଏକ କିଲର ଡ୍ରୋନ୍ ହତ୍ୟା କରିଛି। ଏହି ଡ୍ରୋନ୍ କୁ ତୁର୍କିସ୍ ମିଲିଟ୍ରି ଟେକ୍ନୋଲୋଜି କମ୍ପାନୀ ଏସଟିଏମ୍ ତିଆରି କରିଛି। ଏହି ରୋବୋଟ୍ ତାର ଶିକାର ଖୋଜି ନିଜେ ହତ୍ୟା କରେ। ଏହା କମିକେଜ ଷ୍ଟାଇଲରେ ସୁଇସାଇଡାଲ୍ ଆଟାକ୍ କରେ। ତେବେ ଏହି ଡ୍ରୋନ୍ ଜନେ ମିଲିଟାରୀ କମାଣ୍ଡରଙ୍କ ଉପରେ ଆକ୍ରମଣ କରିଛି।