କରୋନାକୁ ଡରି ଲୁଚୁଛନ୍ତି କିମ୍‌, ସୂଚନା ଦେଲା ଦକ୍ଷିଣ କୋରିଆ

ସିଓଲ ୩୦/୪: ଦକ୍ଷିଣ କୋରିଆ ସରକାର କହିଛନ୍ତି କି ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ଅବସ୍ଥା ଗୁରୁତର ହୋଇନାହିଁ । ବରଂ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ସେ ବାହାରକୁ ବେଶି ବାହାରୁ ନାହାନ୍ତି ଏବଂ ଗୋଟିଏ ସ୍ଥାନରେ ଅବସ୍ଥାନ କରୁଛନ୍ତି । ଦକ୍ଷିଣ କୋରିଆର ୟୁନିଫିକେସନ ମିନିଷ୍ଟର( ଦୁଇ କୋରିଆର ମିଶ୍ରଣ ଦାୟିତ୍ୱରେ ଥିବା ମନ୍ତ୍ରୀ) କିମ୍‌ ୟୋନ୍‌ ଚୁଲ୍‌ କହିଛନ୍ତି ଯେ କିମ୍‌ଙ୍କ ପ୍ରକୃତ ଅବସ୍ଥିତି ସମ୍ପର୍କରେ ସେମାନଙ୍କୁ ଜଣା ଅଛି। କିନ୍ତୁ ସେ ଏ ସମ୍ପର୍କରେ ବିସ୍ତୃତ ଭାବେ କିଛି ସୂଚନା ଦେଇ ନଥିଲେ ।

ସେପଟେ, କିମ୍‌ଙ୍କ ପ୍ରକୃତ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଆମେରିକା ତରଫରୁ ୫ଟି ଗୁଇନ୍ଦା ବିମାନ ପ୍ରେରଣ କରାଯାଇଛି। ତିନୋଟି ବିଚକ୍ରାଫ୍‌ଟ ଆରସି-୧୨ ଗାଡ୍ରେଲ ବିମାନ ଏବଂ ଗୋଟିଏ ଇଓ-୫ସି କ୍ରେଜି ହକ୍‌ ବିମାନକୁ ନର୍ଥ କୋରିଆ ଉପରେ ଉଡି ଯୋଗାଯୋଗ ବ୍ୟବସ୍ଥା ଉପରେ ଗୁଇନ୍ଦାଗିରି କରିବାକୁ ନିୟୋଜିତ କରାଯାଇଛି । କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଫୋନ କିମ୍ୱା ଅନ୍ୟ ଯୋଗାଯୋଗ ପ୍ରଣାଳୀ ବ୍ୟବହାର କରି କିଏ କ’ଣ କହୁଛି, ଏଗୁଡିକ ତାହାର ରେକର୍ଡିଂ ଏବଂ ବିଶ୍ଲେଷଣ କରିବେ । ଆମେରିକା ମଧ୍ୟ ନର୍ଥର୍ପ ଗ୍ରୁମ୍ୟାନ୍‌ ଇ-୮ ଜଏଣ୍ଟ ଷ୍ଟାରସ୍‌ ଏୟାରକ୍ରାଫ୍‌ଟକୁ ନର୍ଥ କୋରିଆରେ ସେନାର ଗତିବିଧି ନିରୀକ୍ଷଣ କରିବାକୁ ନିୟୋଜିତ କରିଛି । ସେହିପରି କିମ୍‌ଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଦକ୍ଷିଣ କୋରିଆ ବି ଏକ ଗୁଇନ୍ଦା ବିମାନ ମୁତୟନ କରିଛି । କିନ୍ତୁ ସିଏ କେଉ ବିମାନ ମୁତୟନ କରିଛି, ତାହା ସ୍ପଷ୍ଟ ହୋଇନାହିଁ ।

ଉତ୍ତର କୋରିଆର ସରକାରୀ ଗଣମାଧ୍ୟମରେ କିମ୍‌ଙ୍କ ସମ୍ପର୍କରେ ଅନେକ ଖବର ପ୍ରକାଶିତ ହେଉଛି । କିନ୍ତୁ ସେଥିରେ ତାଙ୍କର ଫଟୋ ପ୍ରକାଶ ପାଉନାହିଁ । ଗତ କିଛି ଦିନ ହେବ କିମଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସନ୍ଦେହ ପ୍ରକାଶ ପାଉଛି । ସେ ଚଳିତ ମାସ ୧୫ ତାରିଖରେ ନିଜ ଜେଜେବାପାଙ୍କ ଜନ୍‌ମ ବାର୍ଷିକୀ ପାଳନ ଉପଲେକ୍ଷ ଆୟୋଜିତ କାୟୋକ୍ରମରେ ଯୋଗ ଦେଇନଥିଲେ । ଶେଷ ଥର ପାଇଁ ଏପ୍ରିଲ ୧୧ରେ ତାଙ୍କୁ ଉତ୍ତର କୋରିଆର ଶାସକ ଦଳର ଏକ କାର୍ଯ୍ୟକ୍ରମରେ ଦେଖାଯାଇଥିଲା । ସେବେଠାରୁ ଚର୍ଚ୍ଚା ହେଉଛି କି ତାଙ୍କର ଅବସ୍ଥା ଗୁରୁତର ହୋଇପଡିଛି କିମ୍ୱା ତାଙ୍କର ମୃତ୍ୟୁ ହୋଇସାରିଛି ।

କୁହାଯାଉଛି କି ତାଙ୍କର କିଛି ସପ୍ତାହ ତଳେ ହାର୍ଟ ସର୍ଜରି କରାଯାଇଥିଲା । ଏହାପରେ ତାଙ୍କର ଅବସ୍ଥା ସଙ୍ଗିନ ହୋଇପଡିଥିଲା । ସେହିପରି କିଛି ରିପୋର୍ଟରେ ଦାବି କରାଯାଇଥିଲା କି ତାଙ୍କର ହାର୍ଟ ସର୍ଜରି କରାଯାଇଥିବା ଚୀନ୍‌ର ଜଣେ ଡାକ୍ତରଙ୍କ ଠାରୁ ତାଙ୍କୁ କରୋନା ଭାଇରସ ସଂକ୍ରମଣ ହୋଇଛି । ପୁଣି ଖବର ଆସିଥିଲା କି ଚୀନ୍‌ ନର୍ଥ କୋରିଆକୁ ଏକ ମେଡିକାଲ ଟିମ୍‌ ପଠାଇଛି । ଜାପାନ ଓ ହଂକଂର କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା କି କିମଙ୍କର ମୃତ୍ୟୁ ହୋଇସାରିଛି । କିନ୍ତୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଦକ୍ଷିଣ କୋରିଆର ସରକାର ମୂଳରୁ କିମ୍‌ଙ୍କ ମୃତ୍ୟୁ ହୋଇଥିବାର ଖବରକୁ ଅସ୍ୱୀକାର କରିଆସୁଛନ୍ତି । ତେବେ କିମ୍‌ ପ୍ରଥମ ଥର ପାଇଁ ଏପରି ଗାଏବ ହୋଇନାହାନ୍ତି । କେବଳ ଚଳିତ ବର୍ଷ ଜାନୁଆରୀ ମାସରୁ ସେ ଏଭଳି ଦୁଇ ଥର ଗାଏବ ହୋଇଗଲେଣି ।

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…

ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ