କିମ୍‌ ଜୋଙ୍ଗ ଉନ୍‌ ବ୍ରେନ୍‌ଡେଡ୍‌ ଅବସ୍ଥାରେ ବୋଲି ଅଟକଳ, ତାଙ୍କ ଭଉଣୀ ସମ୍ଭାଳି ପାରନ୍ତି ଶାସନ ଭାର


ପୟୋଗ୍ୟାଙ୍ଗ ଏପ୍ରିଲ ୨୨ – ଉତ୍ତର କୋରିଆର ସବୁଠାରୁ କ୍ଷମତାଶାଳୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ହାର୍ଟ ଅପରେସନ୍‌ପରେ କୋମା ଅବସ୍ଥାକୁ ଚାଲିଯାଇଥିବା ଖବର ପ୍ରକାଶିତ ହେଉଛି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅତି ଖରାପ ବୋଲି ସୂଚନା ମିଳିଛି । ଆମେରିକାର ଗୁଇନ୍ଦା ସଂସ୍ଥାମାନଙ୍କ ପକ୍ଷରୁ ଏ ବିଷୟରେ ନଜର ରଖାଯାଇଛି। ମାତ୍ର ଉତ୍ତରକୋରିଆର ସମ୍ବାଦ ପ୍ରକାଶନ ସଂସ୍ଥାମାନଙ୍କ ପକ୍ଷରୁ ଏସମ୍ପର୍କରେ କିଛି କୁହାଯାଉ ନାହିଁ । କିମ୍‌ ଜୋଙ୍ଗ ଉନ୍‌ ବ୍ରେନ୍‌ ଡେଡ୍‌ ହୋଇଯାଇଥିବା କଥା ଅନେକ ପ୍ରକାଶ କରିଛନ୍ତି ।

ଉତ୍ତର କୋରିଆରେ କିମ୍‌ ଜୋଙ୍ଗ ଉନ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ ତାଙ୍କର ପରାମର୍ଶଦାତା ଥିବାରୁ ତାଙ୍କୁ ତରବରିଆ ଭାବେ ଉତ୍ତରକୋରିଆର ପଲିଟିବ୍ୟୁରୋରେ ସାମିଲ କରାଯାଇଛି। କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ହେଲେ ତାଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ ଶାସନ ଭାର ସମ୍ଭାଳି ପାରନ୍ତି । କିମ୍‌ ଜୋଙ୍ଗ ଉନ୍‌ଙ୍କୁ ୩୬ ବର୍ଷ ହୋଇଥିବା ବେଳେ ତାଙ୍କ ଭଉଣୀଙ୍କୁ ୩୧ ବର୍ଷ ।

ଦକ୍ଷିଣ କୋରିଆ ଚୀନ୍‌ର ଅଧିକାରୀମାନେ କିମ୍‌ ଜୋଙ୍ଗ ଉନ୍‌ଙ୍କୁ ନେଇ ଆସିଥିବା ଖବରକୁ ସ୍ୱୀକାର କରି ନାହାନ୍ତି । ଆମେରିକା ମଧ୍ୟ ସେ ବିଷୟରେ କିଛି ବଳିଷ୍ଠ ପ୍ରମାଣ ନଥିବା କଥା କହିଛି । ଉତ୍ତରକୋରିଆରେ ବାହାରୁଥିବା ରିପୋର୍ଟମାନଙ୍କରେ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ନଥିବାରୁ କିମ୍‌ ଜୋଙ୍ଗ ଉନ୍‌ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉ ନଥିବା କଥା କହିଛନ୍ତି ।

କିମ୍‌ ଜୋଙ୍ଗ ଉନ୍‌ ଜେଜେ ବାପା କିମ୍‌ ଜୋଙ୍ଗ ୧୯୪୮ ମସିହାରେ ଉତ୍ତର କୋରିଆର ଗଠନ କରିଥିଲେ । ସେ ଏହାର ପ୍ରଥମ ଶାସକ ଥିଲେ । ଏହାପରେ କିମ୍‌ ଜୋଙ୍ଗ ଉନ୍‌ଙ୍କ ପିତା କିମ୍‌ ଜୋଙ୍ଗ ଦ୍ୱିତୀୟ ଶାସନ ଭାର ଗ୍ରହଣ କରିଥିଲେ । ହାର୍ଟ ଆଟାକ୍‌ରେ ତାଙ୍କର ୨୦୧୧ ମୃତ୍ୟୁ ହୋଇଥିଲା । ଏହାପରେ କିମ୍‌ ଜୋଙ୍ଗ ଉନ୍‌ ଶାସନଗାଦିରେ ବସିଥିଲେ ।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର