କିମ୍‌ ଜୋଙ୍ଗଙ୍କ ରହସ୍ୟମୟ ଜୀବନ, କିଏ ତାଙ୍କର ପତ୍ନୀ ଜାଣନ୍ତୁ ରହସ୍ୟରେ ଭରପୁର ଘଟଣା


ପୟୋୟାଙ୍ଗ – ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗଙ୍କ ଜୀବନ ରହସ୍ୟମୟ । ଉତ୍ତରକୋରିଆ ଗଠନ ହେବା ଦିନଠାରୁ ତାଙ୍କ ପରିବାର ଲୋକ ଉତ୍ତରକୋରିଆ ଉପରେ ଶାସନ କରି ଆସୁଛନ୍ତି । ଏବେ କିମ୍‌ ଜୋଙ୍ଗଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି ସୂଚନା ମିଳିଛି । ମାତ୍ର ଏହାର ଅଧିକାରୀକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ । ହାର୍ଟ ଅପରେସନ୍‌ ପରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ୍ ହୋଇଯାଇଥିବା ଆମେରିକାର ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏବେ ତାଙ୍କ ଭଉଣୀ କିମ୍‌ ୟୋ ଜଙ୍ଗ ଶାସନ ଭାର ସମ୍ଭାଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କର ସମସ୍ତ ଘଟଣାକୁ ଗୋପନୀୟ ରଖାଯାଇଛି ।

କିମ୍ ଜୋଙ୍ଗ୍‌ ଉନ୍‌ଙ୍କ ପତ୍ନୀ କିଏ ତାଙ୍କର କେତେଜଣ ସନ୍ତାନ ଅଛନ୍ତି ଏ କଥା ଅନେକ ଜାଣି ନଥିବେ । କିମ୍‌ଙ୍କ ପତ୍ନୀଙ୍କ ନାମ ରି ସୋଲେ ଜୁ । ତାଙ୍କର ତିନୋଟି ସନ୍ତାନ ରହିଛନ୍ତି । ମାତ୍ର ତାଙ୍କ ନିଜସ୍ୱ ଜୀବନ ବିଷୟରେ ମିଡିଆରେ ବେଶୀ ଚର୍ଚ୍ଚା ହୋଇ ନଥାଏ ।

କିମ୍‌ ଜୋଙ୍ଗଙ୍କୁ ଏବେ ୩୬ ବର୍ଷ । ତାଙ୍କ ପତ୍ନୀ ରି ସୋଲେ ଜୁ ୨୮ ସେପ୍ଟେମ୍ବର ୧୯୮୯ରେ ଜନ୍ମ ହୋଇଥିଲେ । ସେ ପ୍ରଥମେ ଚିୟର ଲିଡରର କାମ କରୁଥିଲେ। ପରେ କିମ୍‌ଙ୍କ ସହ ତାଙ୍କର ପ୍ରେମ ହୋଇଥିଲା । ୨୦୦୫ ମସିହାରେ ସେ ଏସିଆନ୍‌ ଆଥଲେଟ୍‌ ମିଟ୍‌ ଚିୟର ଲିଡର୍‌ ଥିଲେ । ଏହି ସମୟରେ କିମ୍‌ ଜୋଙ୍ଗ ତାଙ୍କ ପ୍ରେମରେ ପଡିଥିଲେ । ୨୦୧୨ମସିହାରେ ଉତ୍ତରକୋରିଆର ସରକାରୀ ମିଡିଆ କିମ୍‌ ଜୋଙ୍କ ପତ୍ନୀ ରି ସୋଲେ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ ବୋଲି ଘୋଷଣା କରିଥିଲା ।


ରିପୋର୍ଟ ଅନୁସାରେ ରି ସୋଲେ ଙ୍କ କିମ୍‌ଙ୍କର ବିବାହ ୨୦୦୮ କିମ୍ବା ୨୦୧୦ ମସିହାରେ ହୋଇଥିଲା । ୨୦୧୨ ମସିହାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ।
କିମ୍‌ଙ୍କ ପତ୍ନୀ ବାହାରେ ଖୁବ୍‌ କମ୍‌ ନଜର ଆସନ୍ତି । ମାତ୍ର ମିସାଇଲ୍‌ ଟେଷ୍ଟ ବେଳେ ତାଙ୍କୁ ଅନେକ ଥର ଦେଖିବା ପାଇଁ ମିଳିଛି ।

ରି ସୋଲେ ଏକ ସମ୍ଭ୍ରାନ୍ତ ପରିବାରର । ତାଙ୍କ ପିତା ଫ୍ରଫେସର ମା ଡାକ୍ତର । ଗୋପନୀୟ ଭାବେ କିମ୍‌ଙ୍କର ବିବାହ ହୋଇଥିଲା ।


ଏବେ କିମ୍ ଜୋଙ୍ଗ୍‌ ଉନ୍‌ଙ୍କର ଯଦି ଅକାଳ ମୃତ୍ୟୁ ହୁଏ ତେବେ ତାଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ଉତ୍ତର କୋରିଆର ଶାସନ ସମ୍ଭାଳିବା ୯୦ ପ୍ରତିଶତ ସମ୍ଭାବନା ରହିଛି । ତାଙ୍କୁ ତରବରିଆ ଭାବେ ଉତ୍ତରକୋରିଆର ପରିଟିବ୍ୟୁରୋରେ ସାମିଲ କରାଯାଇଛି । କେବଳ ସେତିକି ନୁହେଁ ତାଙ୍କ ଭାଇଙ୍କ ପରେ ସେ ଦ୍ୱିତୀୟ ଶକ୍ତିଶାଳୀ ନେତା । ସବୁ ବେଳେ ସେ ନିଜ ଭାଇ କିମ୍‌ ଜୋଙ୍ଗଙ୍କ ପାଖରେ ଥାଆନ୍ତି । ତାଙ୍କର ପରାମର୍ଶଦାତା ଭାବେ କାମ କରନ୍ତି ।

କିମ୍‌ ଜୋଙ୍ଗ ଉନ୍‌ଙ୍କ ଠାରୁ ବଡ ତଥା ତାଙ୍କର ହାଫ୍‌ ବ୍ରଦର କିମ୍‌ ଜୋଙ୍ଗ ନାମଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ ଠାରୁ କିମ୍‌ ଜୋଙ୍ଗ ଉନ୍‌ ବିପଦ ଆଶଙ୍କା କରୁଥିଲେ । ନାମ ମଧ୍ୟ ତାଙ୍କୁ କ୍ଷମା କରିବା ପାଇଁ ଜୋଙ୍ଗଙ୍କୁ ପତ୍ର ଲେଖିଥିଲେ । ଏହା ସହ ତାଙ୍କୁ ନ ମାରିବା ପାଇଁ ଗୁହାରି କରିଥିଲେ । ମାତ୍ର କୁଲାଲାମ୍ପୁର ବିମାନ ବନ୍ଦର ନିକଟରେ ତାଙ୍କୁ ୨୦୧୭ ମସିହାରେ ହତ୍ୟା କରାଯାଇଥିଲା ।

କିମ୍‌ ଜୋଙ୍ଗଙ୍କର ଆଉ ଜଣେ ବଡ ଭାଇ ଜୀବିତ ଅଛନ୍ତି । ମାତ୍ର ତାଙ୍କର ରାଜନୀତିର କୌଣସି ଆଗ୍ରହ ନାହିଁ । ସେ ଜଣେ ଭଲ ଗିଟାର୍‌ ବାଦକ । ଉତ୍ତର କୋରିଆରେ ପୁରୁଷ ଶାସକଙ୍କୁ ପ୍ରାଧାନ୍ୟତା ଦିଆଯାଉଥିବାରୁ ସେ ଶାସକ ହୋଇ ପାରନ୍ତି ବୋଲି କେତେଜଣ ରାଜନୈତିକ ବିଶ୍ଲେଷକ ମତ ଦେଇଛନ୍ତି । ମାତ୍ର ସେ ଶାସନ ଭାରରେ କୌଣସି ଆଗ୍ରହ ଦେଖାଉ ନାହାନ୍ତି ।

.କିମ୍‌ ଜୋଙ୍ଗ ଉନ୍‌ଙ୍କ ପିଲା ଥିଲେ ବି ସେମାନ ଏବେ ଶାସନ ଭାର ସମ୍ଭାଳିବା ପରି ବୟସର ହୋଇ ନାହାନ୍ତି । ତାଙ୍କ ଜଣେ କକା ରହିଛନ୍ତି । କିମ୍‌ ପୋୟଙ୍ଗ ଦ୍ୱିତୀୟ ମାତ୍ର ସେ ବି ଶାସନ ପାଇଁ ଆଗ୍ରହୀ ନୁହନ୍ତି । ତାଙ୍କର ଆଉ ଜଣେ କକା ଏବଂ ଉତ୍ତର କୋରିଆର ସବୁଠାରୁ ଶକ୍ତିଶାଳୀ ଥିବା ଜାଙ୍ଗ ଜୋଙ୍ଗ ଥାଏକ୍‌ଙ୍କୁ ଦେଶଦ୍ରୋହ ଅଭିଯୋଗରେ ୨୦୧୩ ମସିହାରେ ମୃତ୍ୟୁ ଦଣ୍ଡ ଦିଆଯାଇଛି । ସେ ଏବେ ଦୁନିଆଁରେ ନାହାନ୍ତି ।

ଯଦି କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ୱାସ୍ଥବସ୍ଥା ସୁଧିରିଯାଏ ତେବେ ସେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଉତ୍ତରକୋରିଆର ଶାସକ ରହିବେ , ନହେଲେ ତାଙ୍କ ଭଉଣୀଙ୍କ ନିକଟକୁ ଶାସନ ଭାର ଯିବାର ସମ୍ଭାବନା ବହୁତ ଅଧିକ ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now