କୋମାରେ କିମ୍‌ ଜଙ୍ଗ୍‌ ଉନ୍‌!ଦ୍ୱିତୀୟ ଶକ୍ତିଶାଳୀ ତଥା ତାଙ୍କ ଭଉଣୀ ନେଇ ପାରନ୍ତି ଶାସନଭାର

ସିଓଲ୍‌ ଏପ୍ରିଲ ୨୧ – ଉତ୍ତରକୋରିଆର ସବୁଠାରୁ ଶକ୍ତିଶାଳୀ ନେତା କିମ୍‌ ଜଙ୍ଗ୍‌ ଉନ୍‌ ଏବେ କୋମାରେ ଥିବା କଥା ଚର୍ଚ୍ଚା ହେଉଛି । ଏକ ଅସ୍ତ୍ରୋଚାର ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିବା ସୂଚନା ମିଳିଛି । ଏବେ ତାଙ୍କ ବିଷୟରେ ଉତ୍ତରକୋରିଆରୁ କୌଣସି ସୂଚନା ଦିଆଯାଉ ନାହିଁ । ଏପ୍ରିଲ ୧୧ ତାରିଖରେ କିମ୍‌ଙ୍କ ଭଉଣୀ କିମ୍‌ ୟୋ ଜଙ୍ଗଙ୍କୁ ଦ୍ୱିତୀୟ ଥର ପାଇଁ ପଲିଟି ବ୍ୟୁରୋରେ ସାମିଲ୍ କରାଯିବା ସହ ତାଙ୍କୁ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ବିକଳ୍ପ ଭାବେ ସ୍ଥାନ ଦିଆଯାଇଛି । ପୂର୍ବରୁ କିମ୍‌ଙ୍କ ଭଉଣୀ ମଧ୍ୟ ଦେଶକୁ ପ୍ରତିନନିଧିତ୍ୱ କରିସାରିଛନ୍ତି ।

କିମ୍‌ ଜଙ୍ଗ୍‌ ଉନ୍ ସ୍ୱାସ୍ଥ୍ୟବସ୍ଥା ଅତି ଖରାପ ଥିବା କଥା ବିଭିନ୍ନ ଅନ୍ତର୍ଜାତୀୟ ଖବର ପ୍ରକାଶନ ସଂସ୍ଥା ପ୍ରକାଶ କରିଛନ୍ତି । କିମ୍‌ଙ୍କ ହାର୍ଟ ସର୍ଜରୀ ପରେ ଅବସ୍ଥା ସାଙ୍ଘାତିକ ହୋଇଯାଇଛି । ସିଏନ୍ଏନ୍ ପକ୍ଷରୁ ଆମେରିକାର କେତକ ଅଧିକାରୀଙ୍କୁ ଯ।ଗାଯୋଗ କରିବା ପରେ ଏହି ଖବର ପ୍ରକାଶ କରାଯାଇଛି ।

କିମ୍‌ ଜଙ୍ଗ୍‌ ଉନ୍ କେବଳ ନିଜ ଦେଶରେ ନୁହନ୍ତି ସାରା ବିଶ୍ୱରେ ଜଣେ ପ୍ରଭାବଶାଳୀ ନେତା ଭାବ ଜଣାଶୁଣା । ଏଥିରେ ତାଙ୍କ ଭଉଣୀଙ୍କର ବହୁତ ଯୋଗଦାନ ରହିଛି । କିମ୍‌ଙ୍କ ଭଉଣୀ ଦକ୍ଷିଣ କୋରିଆରେ ଚାଲିଥିବା ଓ୍ୱିଣ୍ଟର ଅଲମ୍ପିକ୍ସରେ ନିଜ ଦେଶର ପ୍ରତିନିଧିତ୍ୱ କରିଥିଲେ ।

କିମ୍‌ ଜଙ୍ଗଙ୍କ ଭଉଣୀ ଉତ୍ତର କୋରିଆର ଦ୍ୱିତୀୟ ଶକ୍ତିଶାଳୀ ନେତା ଭାବେ ଜଣାଶୁଣା । ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନାରେ କିମ୍ ଜଙ୍ଗଙ୍କ ସହ ତାଙ୍କ ଭଉଣୀ ଉପସ୍ଥିତ ରହିଥିଲେ । କିମ୍‌ ୟୋ ଜଙ୍ଗ୍‌ ବେଶ୍ କ୍ଷମତାଶାଳୀ ଓ ସେ ଦେଶର ଶାସନ ଉପରେ ପ୍ରଭାବ ପକାଇ ପାରନ୍ତି ବୋଲି ଅନେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


ମାତ୍ର ୩ ଟଙ୍କାରେ ମିଳିବ ମାସ୍କ,ଏହି ରାଜ୍ୟରେ ଆଜିଠାରୁ ଧାର୍ଯ୍ୟ କରାଗଲା ମୂଲ୍ୟ

ସିଏମ୍‌ଆଇଇ ରିପୋର୍ଟ: ଗାଁ ତୁଳନାରେ ସହରରେ ବେକାରି ହାର ଅଧିକ…

ସ୍ବାମୀଙ୍କ ପାଇଁ ମାନସିକ ରଖିଥିଲେ, ପୂରଣ ହେବାରୁ ନିଜର ଜିଭ କାଟି ମା’କାଳୀଙ୍କ ପାଦ ତଳେ ଅର୍ପଣ କଲେ ମହିଳା

ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ହୋଇପାରନ୍ତି ଦେବାଳିଆ ଘୋଷିତ, ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୫୦୦ କୋଟି

ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ