PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ମାସେ ଚିକିତ୍ସା ପରେ ଜଙ୍ଗଲକୁ ଫେରିଲା ୧୨ ଫୁଟର ଅହିରାଜ, ଢ଼େଲାମାଡ଼ରେ ଭାଙ୍ଗିଥିଲା ପିଞ୍ଜରା ହାଡ଼

ଭୁବନେଶ୍ୱର,୨୪/୦୧ : ସୁସ୍ଥ ହୋଇ ଜଙ୍ଗଲକୁ ଫେରିଛି ୧୨ ଫୁଟର ଅହିରାଜ । ସ୍ନେକ୍‌ ହେଲ୍ପ ଲାଇନ୍‌ର ଏକ ୪ ଜଣିଆ ଟିମ ବାଲୁଗାଁ ରେଞ୍ଜ୍‌ ଅଫିସକୁ ସୁସ୍ଥ ଅହିରାଜକୁ ନେଇଥିଲେ । ବାଲୁଗାଁ ରେଞ୍ଜ ଅଫିସର ବନରାମ ପ୍ରସାଦ ନନ୍ଦ ଅହିରାଜ ସାପଟିକୁ ଜଙ୍ଗଲରେ ଛାଡିବାକୁ କହିଥିଲେ । ବାଲୁଗାଁ ଫରେଷ୍ଟର୍‌ ଜିତେନ୍ଦ୍ର କୁମାର ନାୟକ ଓ ବାଲୁଗାଁ ବନଖଣ୍ଡ କର୍ମଚାରୀ ହୃଦାନନ୍ଦ ଜେନାଙ୍କ ଉପସ୍ଥିତିରେ ଅହିରାଜକୁ ଜଙ୍ଗଲ ଭିତରେ ଛାଡି ଦିଆଯାଇଥିଲା ।

ସାପଟି ପ୍ରଥମେ ପାଣି ପିଇବା ପରେ ଆରାମରେ ଜଙ୍ଗଲକୁ ଚାଲି ଯାଇଥିଲା । ସାପଟିର ଗତିବିଧିକୁ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ସ୍ନେକ ହେଲ୍‌ପ ଲାଇନ ଟିମ ତଦାରଖ କରିଥିଲେ । ସ୍ନେକ ହେଲ୍‌ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଅହିରାଜ ସାପ ବିଷ ପାଇଁ ଆଣ୍ଟି ଭେନମ ଭାରତରେ ନଥିବା ଜାଣି ସୁଦ୍ଧା ଏତେ ବଡ ବିଷଧର ସାପକୁ ଚିକିତ୍ସା କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ଆମେ ଏହା ସଫଳତାର ସହ ସମାପନ କରିଛୁ । ସାପଟି ଆଗକୁ ଗୋଟିଏ ଥର କାତି ଛଡ଼େଇବା ପରେ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ଜୀବନ ଯାପନ କରିପାରିବ ବୋଲି ଆମେ ଆଶାବାଦୀ । ଆଜି ଅହିରାଜକୁ ଜଙ୍ଗଲରେ ଛାଡିବା ଟିମରେ ସ୍ନେକ ହେଲ୍‌ପ ଲାଇନ ସଦସ୍ୟ ସଞ୍ଜୟ କୁମାର ସାହୁ, ସୁରଜ ରଞ୍ଜନ ପ୍ରସନଜିତ, ବାବୁଲ କୁମାର ରାଉତଙ୍କ ସହିତ ଉଦ୍ଧାରକାରୀ ସଦସ୍ୟ ବାପି ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

ସୂଚନା ଥାଉକି, ଗତ ଡିସେମ୍ବର ୨୪ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା ଛକ ନିକଟରେ ରହୁଥିବା ରିଙ୍କୁ ବିଶ୍ୱାଳଙ୍କ ବାଡ଼ିରେ ୧୨ ଫୁଟ ଲମ୍ବର ଅହିରାଜକୁ ଉଦ୍ଧାର କରା ଯାଇଥିଲା । କେହି ଢ଼େଲା ମାଡ଼ କରିବାରୁ ତା’ର ୪ଟି ପିଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା । ଅହିରାଜକୁ ସ୍ନେକ୍‌ ହେଲ୍ପ ଲାଇନ୍‌ ପକ୍ଷରୁ ଉଦ୍ଧାର କରାଯାଇ ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜରେ ପ୍ଲାଷ୍ଟର କରା ଯାଇଥିଲା । ୨୩ ଦିନ ପରେ ଓୟୁଏଟିରେ ପ୍ଲାଷ୍ଟର ଖୋଲା ଯାଇଥିଲା ।