ମକର ସଂକ୍ରାନ୍ତିରେ କାହିଁକି ଉଡାଯାଏ ଗୁଡି ଜାଣିଛନ୍ତି କି ? ଜାଣନ୍ତୁ ଆଉ ଉଡାନ୍ତୁ…

ନୂଆଦିଲ୍ଲୀ ୧୩/୧: ୧୪ ଜାନୁୟାରୀ ଗୁରୁବାର ମକର ସଂକ୍ରାନ୍ତି । ଏହି ଦିନ ଭଗବାନ ସୂର୍ଯ୍ୟଙ୍କୁ ମଧ୍ୟ ପୂଜା କରାଯାଏ । ହିନ୍ଦୁ ଧର୍ମ ଅନୁସାରେ ମକର ସଂକ୍ରାନ୍ତି ପର୍ବର ଖାସ୍ ମହତ୍ତ୍ୱ ରହିଛି । ଏହି ଦିନ ସମସ୍ତେ ଖୁସି ଗୁଡି ଉଡାଇଥାନ୍ତି ।

ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ଲାଭ
ମକର ସଂକ୍ରାନ୍ତି ଦିନ ଗୁଡି ଉଡାଇବାର ଧାର୍ମିକ କାରଣ ସହ ଅନେକ ବୈଜ୍ଞାନିକ କାରଣ ମଧ୍ୟ ଅଛି । ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ…

ମକର  ସଂକ୍ରାନ୍ତି ଦିନ ସୂର୍ଯ୍ୟର ଉତ୍ତରାୟଣ ହୋଇଥାଏ । ଏହି ଦିନ ସୂର୍ଯ୍ୟ କିରଣ ଅନେକ ଔଷଧୀୟ କାମ କରିଥାଏ । ଶୀତ ଦିନ ଯୋଗୁଁ ଶରୀରର ଚର୍ମ ଶୁଷ୍କ ପଡିଯାଇଥାଏ । ତେଣୁ ଏହି ଦିନ ଖୋଲା ପଡିଆରେ ଗୁଡି ଉଡାଇବା ଫଳରେ ସୂର୍ଯ୍ୟ କିରଣ ପଡିଥାଏ ଯାହା କି ଅନେକ ସମସ୍ୟା ଦୂର କରିଥାଏ ।

image courtesy:https://www.whatsuplife.in/

ଭିଟାମିନ୍ ଡି ମିଳେ
ଏହି ଦିନ ସୂର୍ଯ୍ୟର ଉତ୍ତରାୟଣ ହେବା ଯୋଗୁଁ ସୂର୍ଯ୍ୟ କିରଣରେ ଅତ୍ୟଧିକ ମାତ୍ରାରେ ଭିଟାମିନ୍ ଡି ମିଳିଥାଏ । ସୂର୍ଯ୍ୟ କିରଣ ପଡିବା ଫଳରେ ଅନେକ ଶାରିରୀକ ସମସ୍ୟା ଦୂର ହୋଇଥାଏ ।

ଗୁଡି ଉଡାଇବା ଫଳରେ ଶରୀରରେ ପ୍ରସ୍ତୁତ ହୋଇଥାଏ ଗୁଡ୍ ହର୍ମୋନ୍ସ
ବୈଜ୍ଞାନିକ ତଥ୍ୟ ଅନୁସାରେ ଗୁଡି ଉଡାଇବା ଫଳରେ ମସ୍ତିଷ୍କ ଆକ୍ଟିଭ୍ ରହିଥାଏ । ଏହା ବ୍ୟତୀତ ହାତ ଓ ବେକର ମାଂସପେଶୀରେ ଫ୍ଲେକ୍ସିବିଲିଟି ରହିଥାଏ । ଗୁଡି ଉଡାଇଲେ ଶରୀରରେ ଗୁଡ୍ ହର୍ମୋନ୍ସ ପ୍ରସ୍ତୁତ ହୋଇଥାଏ ଯାହା ଫଳରେ ମନ ପ୍ରଫୁଲ ରହିଥାଏ । ଏହା ସହିତ ଗୁଡି ଉଡାଇଲେ ଆଖିର ମଧ୍ୟ ଏକ୍ସର୍ସାଇଜ୍ ମଧ୍ୟ ହୋଇଥାଏ ।

ଭଗବାନ ଶ୍ରୀରାମ ଆରମ୍ଭ କରିଥିଲେ ଗୁଡି ଉଡାଇବା
ପୂରାଣ ଅନୁସାରେ ମକର ସଂକ୍ରାନ୍ତି ଦିନ ଗୁଡି ଉଡାଇବା ପ୍ରଭୁ ଶ୍ରୀରାମ ଆରମ୍ଭ କରିଥିଲେ । ପୂରାଣ ଅନୁସାରେ ପ୍ରଭୁ ଶ୍ରୀରାମଙ୍କ ଗୁଡି ସ୍ୱର୍ଗଲୋକରେ ଭଗବାନ ଇନ୍ଦ୍ରଙ୍କ ପାଖରେ ପହଞ୍ଚିଥିଲା । ସେବେଠୁ ଏହି ପରମ୍ପରା ଆଜି ପର୍ଯ୍ୟନ୍ତ ପାଳନ କରାଯାଉଛି ।