PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

କୋଭିଡ ନିୟମ ଅବମାନନା କରି ଫସିଲେ କେକେଆରର ଷ୍ଟାର ବ୍ୟାଟସମ୍ୟାନ୍, ଗଣିଲେ ତଣ୍ଡ

ନୂଆଦିଲ୍ଲୀ: ମହାମାରୀ କରୋନା କବଳରେ ସାରା ଦେଶ। ଦ୍ବିତୀୟ ଲହର ସଂକ୍ରମଣରେ ଦେଶରେ ଅଣାୟତ୍ତ କରୋନା ସ୍ଥିତି। ଯାହାକୁ ନଜରରେ ରଖି ସରକାର କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି। ଆଉ ଯିଏ ଏହି ନିୟମର ଅବମାନନା କରିବେ ତାଙ୍କଠୁ ମୋଟା ଅଙ୍କର ଜରିମାନା ଆଦାୟ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ବହୁ ଲୋକ ନିୟମକୁ ନମାନି ତଣ୍ଡ ମଧ୍ୟ ଗଣିବାାର ଦୈନନ୍ଦିନ ଦେଖିବାକୁ ମିଳିଛି। ଏଥିରେ ବଡ଼ ବଡ଼ ପ୍ରତିଷ୍ଠିତ ଖେଳାଳି ମଧ୍ୟ ସାମିଲ ଅଛନ୍ତି। କେକେଆର ଟିମର ଷ୍ଟାର ଖେଳାଳି ମଧ୍ୟ କୋଭିଡ ଗାଇଡଲାଇନର ଅବମାନନା କରି ତଣ୍ଡ ଗଣିଛନ୍ତି।

ନିକଟରେ କେକେଆରର ଷ୍ଟାର ବ୍ୟାଟସମ୍ୟାନ୍‌ ରାହୁଲ ତ୍ରିପାଠୀ କୋଭିଡ ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଛନ୍ତି। ସେ ବିନା ମାସ୍କରେ ଗାଡ଼ିରେ ବୁଲୁଥିଲେ। ପୁଲିସ୍‌ ଦେଖିବାରୁ ତାଙ୍କୁ ଅଟକାଇ ୫୦୦ ଟଙ୍କାର ଚାଲାଣ କାଟିଥିଲା। ପୁଲିସ୍‌ର କହିବା ମୁତାବିକ ରାହୁଲ ତ୍ରିପାଠୀ ଦିନବେଳା ବିନା ମାସ୍କର; ପୁଣରେ ନିଜ କାରରେ କୌଣସି କାମରେ ଯାଉଥିଲେ। ଯାହାପରେ ପୁଲିସ ତାଙ୍କ କାରକୁ ଅଟକାଇ ଚାଲାଣ କାଟିଥିଲା।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ମୁତାବିକ, ପୁଲିସ ସବ୍‌-ଇନ୍‌ସ୍ପେକ୍ଟର ସନ୍ତୋ ସୋନବେନ କହିଛନ୍ତି ଯେ, ଚେକ୍‌ପୋଷ୍ଟରେ ଆମ ଜଣେ ବ୍ୟକ୍ତି ବିନା ମାସ୍କରରେ ଗାଡ଼ି ଚଲାଉଥିବାର ଦେଖି ଅଟାକାଇ ଥିଲୁ। ଅଟାକଇବାରୁ ରାହୁଲ କହିଥିଲେ ଯେ, ମୁଁ ଜଣେ ଖେଳାଳି। ପରେ ପୁଲିସ ଜଣକ କହିଥଲ ଯେ., ଆପଣ ନିୟମର ଉଲ୍ଲଘଂନ୍‌ କରିଛନ୍ତି। ଫାଇନ୍‌ ଦେବାକୁ ପଡ଼ିବ। ପରେ ସେ ସହମତି ପ୍ରକାଶ କରି ୫୦୦ ଟଙ୍କା ଫାଇନ୍‌ ଦେବା ସହ ମାସ୍କ ପିନ୍ଧି ଯେଇଥିଲେ ବୋଲି ପୁଲିସ ଜଣକ କହିଛନ୍ତି।