PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଭାରତୀୟ ଦଳର ଆଗାମୀ ଅଧିନାୟକ ରେସରେ କେଏଲ୍ ରାହୁଲ! ତାଲିମ ଦେବେ ଅନୀଲ କୁମ୍ବଲେ

ମୁମ୍ବାଇ, ୨୫|୧୨:  ଇଣ୍ଡିଆନ୍ ପ୍ରିମିୟର୍ ଲିଗରେ କିଙ୍ଗସ୍ ଏକାଦଶ ପଞ୍ଜାବ ଭଲ ପ୍ରଦର୍ଶନ କରିଛି। କିନ୍ତୁ କେବେ ବି ଦଳ ଟ୍ରଫି ହାସଲ କରିପାରି ନାହିଁ। ଏବେ ଆଇପିଏଲର ସିଜିନ୍ ୧୩ ପାଇଁ ଦଳ ମଜବୁତ ଖେଲାଳିଙ୍କୁ ସାମିଲ କରିଛି। ଫ୍ରାଞ୍ଚାଇଜ୍ କୋଚରୁ ଆରମ୍ଭ କରି ଅଧିନାୟକ ଯାଏଁ ସବୁଥିରେ ପରିବର୍ତ୍ତନ କରିଛନ୍ତି। କେଏଲ୍ ରାହୁଲଙ୍କ ଭଳି ପ୍ରତିଭାବାନ୍ ଖେଳାଳିଙ୍କୁ ଦଳର ଅଧିନାୟକ କରାଯାଇଛି। ତେବେ ରାହୁଲଙ୍କ ଉପରେ ସମସ୍ତଙ୍କର ନଜର ରହିବ। ରାହୁଲ ପ୍ରଥମ ଥର ପାଇଁ ଏକ ବଡ ମଞ୍ଚରେ ଅଧିନାୟକ ଭାର ସମ୍ଭାଳିବେ। ଏହା ମଧ୍ୟରେ ଅନିଲ କୁମ୍ବଲେ ଏକ ବଡ ବୟାନ ଦେଇଛନ୍ତି।

ଏକ ସାକ୍ଷାତକାରରେ କୁମ୍ବଲେ କହିଛନ୍ତି ଯେ, ଦଳରେ ସମସ୍ତେ ରାହୁଲଙ୍କ ସମ୍ମାନ ଦେଉଛନ୍ତି। ସେ ଜଣେ ପ୍ରତିଭାବାନ ଖେଳାଳି। ସେ ବ୍ୟାଟିଂ ସହ ଓ୍ୱିକେଟ୍ କିପିଂ ମଧ୍ୟ କରିପାରିବେ। ଗତ ୨ ବର୍ଷ ଧରି ସେ ଦଳ ପାଇଁ ଅଧିକ ରନ୍ କରିଛନ୍ତି। ରାହୁଲଙ୍କୁ ଦଳର ସମର୍ଥନ ରହିଛି।

ଯଦି ରାହୁଲ ଆଇପିଏଲରେ ନିଜର ଦାୟିତ୍ୱ ସୂଚାର ରୂପେ ନିର୍ବାହନ କରିବେ ତେବେ ଆସନ୍ତା ଦିନରେ ସେ ଭାରତୀୟ ଦଳର ଅଧିନାୟକ ରେସରେ ରହିପାରିବେ। ବିରାଟ କୋହଲିଙ୍କ ଉତ୍ତରାଧିକାରୀ ଭାବେ ରାହୁଲଙ୍କ ନାମ ଆସୁଛି। ସେ ଲିମିଟେଡ୍ ଓଭରରେ ନିଜକୁ ପ୍ରମାଣିତ କରିଛନ୍ତି। ସେ ଚଳିତ ଆଇପିଏଲରେ ଅନେକ କିଛି ଶିଖିବାକୁ ପାଇବେ। ଏଥିରେ ତାଙ୍କୁ ଅନୀଲ କୁମ୍ବଲେଙ୍କ ମାର୍ଗଦର୍ଶନ ମିଳିବ।

ସମ୍ବନ୍ଧିତ ଖବର