ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

ନାଇସ୍, ୨୯/ ୧୦: ଫ୍ରାନ୍ସର ନାଇସ୍‌ ସହରୀ ଚର୍ଚ୍ଚ ବାହାରେ ଆତଙ୍କବାଦୀ ଆକ୍ରମଣ। ଏହି ଅଘଟଣରେ ତିନି ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଛନ୍ତି। ପୋଲିସ ଆକ୍ରମଣକାରୀଙ୍କୁ ଅଟକ ରଖିଛି। ତେବେ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ମେୟର କ୍ରିଷ୍ଟିଆନ ଏଷ୍ଟ୍ରୋସୀ କହିଛନ୍ତି।

ଏହି ଆକ୍ରମଣ ସହରର ନୋଟ୍ରେ ଡେମ ଚର୍ଚ୍ଚରେ ହୋଇଛି। ଆକ୍ରମଣକାରୀ ଜନୈକା ମହିଳାଙ୍କ ମୁଣ୍ଡକାଟି ଦେଇଛନ୍ତି। ଘଟଣା ଜାତୀୟ ଆସେମ୍ବ୍ଲିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କରୋନା ଭାଇରସ ମହାମାରୀ ଦେଶରେ ପୁଣି ବ୍ୟାପୁଥିବାରୁ ଗୁରୁବାର ରାତ୍ରରୁ ଲକଡାଉନ ଲାଗୁ କରାଯିବ। ଏଥିଲାଗି ପ୍ରଧାନମନ୍ତ୍ରୀ ଜାନ୍ କାଷ୍ଟେକ୍ସ ସଂସଦକୁ ସମ୍ବୋଧିତ କରୁଥିବା ବେଳେ ନାଟ୍ରୋ ଡେମ୍‌ ବାସିଲିକାରେ ଏହି ମର୍ମନ୍ତୁଦ ଆକ୍ରମଣ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ନ୍ୟାସନାଲ ଆସେମ୍ବ୍ଲିରେ ଆକ୍ରମଣରେ ନିହତ ଲୋକଙ୍କଙ୍କ ଲାଗି ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଛି।

ପୋଲିସ୍‌ ପକ୍ଷରୁ କୁହାଯାଇଛି ଯେ, ଫ୍ରାନ୍ସର ନାଇସ୍‌ ସହରରେ ଚାକୁ ଦ୍ବାରା ଜଣେ ମହିଳା ସମେତ ତିନି ଜଣକୁ ହତ୍ୟା କରିଛି ଦୁର୍ବୃତ୍ତ। ପୋଲିସ୍‌ ଅଧିକାରୀ ଜଣେ କହିଛନ୍ତି ଯେ, ମିଳିଥିବା ସୂଚନା ମୁତାବିକ ଏହି ଆକ୍ରମଣ ଜଣେ ହିଁ ବ୍ୟକ୍ତି କରିଛି। ଆକ୍ରମଣ କରିବାର କାରଣ ଅସ୍ପଷ୍ଟ ରହିଛି। ସୂଚନାଥାଉକି, ଆତଙ୍କବାଦୀ ଆକ୍ରମଣ ହେବା ନେଇ ପୂର୍ବରୁ ଆର୍ଲଟ କରାଯାଇଥିଲା। ଠିକ୍‌ ଏହି ସମୟରେ ଏଭଳି ଘଟଣା ଘଟିଛି।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ