PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ଜାଣନ୍ତୁ କେଉଁଠାରେ ପୂଜା ପାଆନ୍ତି ବୁଢା ଗଣେଶ ଓ ଟୋକା ଗଣେଶ

ଭଦ୍ରକ୧।୯-  ଭଦ୍ରକରେ ଧୁମଧାମର ସହ ଗଣେଶ ପୂଜା  କରାଯାଇଥାଏ । କାହିଁ କେତେ କାଳରୁ ଭଦ୍ରକରେ ଗଣେଶ ପୂଜାର ଆୟୋଜନ କରାଯାଉଛି । ସହରର ପୁରୁଣା ବଜାରରେ ପୂଜା ପାଆନ୍ତି ବୁଢ଼ା ଗଣେଶ ।ପ୍ରତି ଗଣେଶ ପୂଜାରେ ଗଣେଶ ମୂର୍ତ୍ତୀ ଗୋଟିଏ ପ୍ରକାରର ହୁଅନ୍ତି ।  ଉଚ୍ଚତାଠୁ ରଙ୍ଗ ସବୁ ସମାନ । ସବୁଠୁ ବଡ଼ କଥା ହେଲା  ଉଭୟ ହିନ୍ଦୁ ଏବଂ ମୁସଲମାନ ଏହି ପୂଜା କମିଟିର ସଦସ୍ୟ ଅଛନ୍ତି । ହଜାରେ ବର୍ଷରୁ ଅଧିକ ହେବ ଏଠାରେ ବୁଢ଼ା ଗଣେଶଙ୍କ ପୂଜା ଅନୁଷ୍ଠିତ ହେଉଛି । ମୋଗଲ ଶାସନ ଅମଳରେ ବି ଏଠାରେ ବୁଢ଼ା ଗଣେଶଙ୍କ ପୂଜା କରାଯାଉଥିଲା ।

। ୧୯୭୦ରୁ ଚାଲିଛି ଟୋକା ଗଣେଶ ପୂଜା । ଏଠି ବି ସେହି ସମାନ ପରମ୍ପରା । ସମାନ ଆକୃତି ଆଉ ସମାନ ରଙ୍ଗରେ ଗଣପତି ବାବାଙ୍କ ମୃଣ୍ମୟ ମୂର୍ତ୍ତି ତିଆରି ହୋଇଥାଏ ।ଏଠିକାର ମୁଖ୍ୟ ଆକର୍ଷଣ ଚାନ୍ଦି ମେଢ଼ ।  ମାସେ କାଳ ପୂଜା ପାଇବେ । ପରେ ବୁଢ଼ା ଏବଂ ଟୋକା ଗଣେଶ। ମାସେ ପରେ ମୂର୍ତ୍ତି ବିସର୍ଜନ ହୋଇଥାଏ  ।