ଭଗବାନ ଶ୍ରୀକୃଷ୍ଣଙ୍କ ଏହି ୪ଟି ଗୁଣ ବଦଳାଇଦେବ ଆପଣଙ୍କ ଜୀବନ

ଭୁବନେଶ୍ୱର ୨୬/୮: ଭଗବାନ ଶ୍ରୀକୃଷ୍ଣଙ୍କଠାରୁ କେବଳ ପ୍ରେମ ନୁହେଁ, ଜୀବନକୁ କେମିତି ଜୀଇବା ଉଚିତ୍ ତାହା ମଧ୍ଯ ସିଖିବା ଉଚିତ୍ । ତାଙ୍କଠାରୁ ଅନେକ ଭଲ ଗୁଣ ସମସ୍ତେ ଶିଖିବା ଉଚିତ୍ । ଏବେ ତ ୟୁଟ୍ୟୁବରେ ଅନେକ ମୋଟିଭେସନାଲ୍ ସ୍ପିକରଙ୍କ ଭିଡିଓ ଦେଖିବାକୁ ମିଳୁଛି । କିନ୍ତୁ ଭଗବାନ କୃଷ୍ଣଙ୍କୁ ବିଶ୍ୱର ପ୍ରଥମ ମୋଟିଭେସନାଲ୍ ସ୍ପିକର କୁହାଯାଏ । କାରଣ ସେ ରଣଭୂମିରେ ଅର୍ଜୁନଙ୍କୁ ନିଜର ବାଣୀ ମାଧ୍ଯମରେ ମୋଟିଭେଟ୍ କରିଥିଲେ ଯାହା କି ‘ଶ୍ରୀମଦ ଭଗବତ ଗୀତା’ ନାମରେ ପ୍ରସିଦ୍ଧ । ନିଜ ସମ୍ପୂର୍ଣ୍ଣ ଅବତାର ମଧ୍ୟରେ ଶ୍ରୀକୃଷ୍ଣ ଅନେକ ସଂଘର୍ଷକୁ ସମସ୍ୟାକୁ ତୁଟାଇବା ଦେଖିବାକୁ ମିଳିଛି । ପରିସ୍ଥିତିକୁ ନିଜ ଅନୁକୁଳ ଭାବେ ପରିବର୍ତ୍ତନ କରିବା ପାଇଁ ସମସ୍ତ କଳା ଶ୍ରୀକୃଷ୍ଣଙ୍କ ପାଖରେ ଦେଖିବାକୁ ମିଳିଥାଏ । ଏଥିପାଇଁ ଆମେ ଆଜି ଆପଣଙ୍କୁ ଶ୍ରୀକୃଷ୍ଣଙ୍କ ସେହି ସମସ୍ତ ଚିନ୍ତାଧାରା ସମ୍ପର୍କରେ କହିବୁ ଯାହା କଠିନ ସମସ୍ୟା ମଧ୍ଯରେ ଆପଣଙ୍କୁ ସାହାଯ୍ୟ କରିବ ।

ପାଠପଢା ରଚନାତ୍ମକ ହେବା ଉଚିତ୍
ଭଗବାନ ଶ୍ରୀକୃଷ୍ଣ ୬୪ ଦିନରେ ୬୪ କଳା ପ୍ରାପ୍ତ କରିଦେଇଥିଲେ । ଶ୍ରୀକୃଷ୍ଣ ବୈଦିକ କଳା ସହିତ ଅନ୍ଯ କଳା ମଧ୍ଯ ଶିଖିଥିଲେ । ଶିକ୍ଷା ଏମିତି ହେବା ଉଚିତ୍ ଯାହା ଆପଣଙ୍କ ବ୍ୟକ୍ତିତ୍ୱର ରଚନାତ୍ମକର ବିକାଶ କରିବ । ଶ୍ରୀକୃଷ୍ଣ ୬୪ କଳା ସହିତ ସଙ୍ଗୀତ, ନୃତ୍ଯ ଏବଂ ଯୁଦ୍ଧ କଳା ମଧ୍ୟ ଶିଖିଥିଲେ । ଆଜିର ଯୁଗରେ ମଧ୍ଯ ତାହା ଆବଶ୍ୟକ । ଛାତ୍ରଛାତ୍ରୀମାନେ କେବଳ ପୁସ୍ତକ ଜ୍ଞାନ ଶିକ୍ଷା ନକରି ବାସ୍ତବ ଦୁନିଆରେ ସଫଳତା ଏବଂ ଖୁସିର ସହ ବଞ୍ଚିବା ପାଇଁ ସମସ୍ତ ଜ୍ଞାନ ଆହୋରଣ କରିବା ଉଚିତ୍ ।

ମନ ଶାନ୍ତ ଏବଂ ମସ୍ତିଷ୍କ ସ୍ଥିର ରଖିବା ଉଚିତ୍
ଥରେ ପାଣ୍ଡବଙ୍କ ରାଜସୁୟ ଯଜ୍ଞ ସମୟରେ ଶିଶୁପାଳ, କୃଷ୍ଣଙ୍କୁ ଅପଶବ୍ଦ କହୁଥିଲା । ସେ ଛୋଟ ଭାଇ ଥିଲା । କିନ୍ତୁ କହି କହି ଶେଷରେ ସେ ସମସ୍ତ ସୀମା ପାର୍ କରିଗଲା । ସଭାରେ ଉପସ୍ଥିତ ସମସ୍ତେ କ୍ରୋଧିତ ହୋଇଗଲେ କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଶାନ୍ତ ଥିଲେ ଏବଂ ସ୍ମିତହାସ୍ଯ ଦେଉଥିଲେ । ଥରେ କୃଷ୍ଣ ଶାନ୍ତି ଦୂତ ହୋଇ ଦୁର୍ଯ୍ୟୋଧନ ପାଖକୁ ଯାଇଥିଲେ । ସେତେବେଳେ ଦୁର୍ଯ୍ଯୋଧନ କୃଷ୍ଣକୁ ବହୁତ ଅପମାନ ଦେଇଥିଲେ । କିନ୍ତୁ କୃଷ୍ଣ ଶାନ୍ତ ଥିଲେ । ଏଥିପାଇଁ ସବୁବେଳେ ଶାନ୍ତ ରହିବା ଉଚିତ୍ । ମସ୍ତିଷ୍କ ସ୍ଥିର ଏବଂ ମନ ଶାନ୍ତ ରହିଲେ ସଠିକ୍ ନିଷ୍ପତ୍ତି ନେଇହେବ । କ୍ରୋଧ ଦ୍ୱାରା ସବୁବେଳେ ନିଜର ହିଁ କ୍ଷତି ହୋଇଥାଏ ।

ଶ୍ରେୟ ନେବାରୁ ବଞ୍ଚନ୍ତୁ
ଭଗବାନ ଶ୍ରୀକୃଷ୍ଣ ବିଶ୍ୱର ଅନେକ ରାଜାଙ୍କୁ ହରାଇଥିଲେ । କିନ୍ତୁ କେବେ ବି କୌଣସି ରାଜାଙ୍କର ସିଂହାସନ ହରଣ କରିନଥିଲେ । କୃଷ୍ଣଙ୍କ ସମ୍ପୂର୍ଣ୍ଣ ଜୀନବରେ କେବେ ବି ଏମିତି ହୋଇନି କି ସେ କୌଣସି ରାଜାଙ୍କ ସିଂହାସନ ହରଣ କରିଛନ୍ତି ବରଂ ସେ ସେ ଅନେକ ଭଲ ଲୋକଙ୍କୁ ସିଂହାସନରେ ବସାଇଛନ୍ତି । ସେ କେବେବି କିଙ୍ଗ ନୁହେଁ ବରଂ କିଙ୍ଗମେକରର ଭୂମିକା ଗ୍ରହଣ କରିଛନ୍ତି । ଭଗବାନ ଶ୍ରୀକୃଷ୍ଣ ସାରା ଯୁଦ୍ଧରେ ପାଣ୍ଡବଙ୍କୁ ପରାମର୍ଶ ଦେଇଥିଲେ କିନ୍ତୁ ବିଜୟ ପରେ ସେ ବିଜୟର ଶ୍ରେୟ ଭୀମ ଓ ଅର୍ଜୁନଙ୍କୁ ଦେଇଥିଲେ । ଠିକ୍ ସେମିତି ଆଜିର ଦୁନିଆରେ ସମସ୍ତେ ପ୍ରୁଫ୍(ପ୍ରମାଣ) ଅପେକ୍ଷା ଇମପ୍ରୁଫ(ଡେଭଲପ୍ ବା ନିଜର ଉନ୍ନତି)ରେ ବିଶ୍ୱାସ କରିବା ଉଚିତ୍ । କେବେ ବି କୌଣସି କାମରେ ଶ୍ରେୟ ନେବା ପାଇଁ ଚେଷ୍ଟା ନକରି କାମକୁ ନିଖୁଣ ଓ ଫଳପ୍ରଦ କରିବା ପାଇଁ ଚେଷ୍ଟା କରିବା ଉଚିତ୍ ।

ଚିନ୍ତା ଏବଂ ଚାପ ପଡିଲେ ଶ୍ରେଷ୍ଠ ଜ୍ଞାନ ବାହାରକୁ ଆସିଥାଏ
କୁରୁକ୍ଷେତ୍ର ମଇଦାନରେ ଯେତେବେଳେ ଶତ୍ରୁ ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲେ ସେତେବେଳେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯାହା ବି ଜ୍ଞାନ ଦେଇଥିଲେ ତାହା ଶ୍ରେଷ୍ଠ ଜ୍ଞାନ ମଧ୍ୟରେ ପରିଗଣିତ ହୋଇଥାଏ । ଗୀତାର ଉତ୍ପତ୍ତି ଯୁଦ୍ଧ ମଇଦାନରେ ହୋଇଥିଲା । ଜୀବନର ଭଲ କର୍ମ ଚିନ୍ତା ଏବଂ ଚାପ ପଡିଲା ପରେ ହିଁ ହୋଇଥାଏ । ଯଦି ଆପଣ ମସ୍ତିଷ୍କ ଶାନ୍ତ ରଖି ଚେଷ୍ଟା କରିବେ ଏବଂ ସଫଳ ନହେବା ପର୍ଯ୍ୟନ୍ତ ଭାଙ୍ଗି ପଡିବେନି ତେବେ ପରିଣାମ ନିଶ୍ଚୟ ଭଲ ମିଳିବ । କାରଣ ସଂଘର୍ଷ ଯେତେ ବଡ ହେବ ତାର ଫଳ ମଧ୍ୟ ସେତେ ମିଠା ହେବ ।

   ସମ୍ବନ୍ଧିତ ଖବର


ଆୟୋଡିନ୍‌ରେ ନିଷ୍କ୍ରିୟ ହେବ କରୋନା-ମାତ୍ର ୧୫ ସେକେଣ୍ଡ ଲାଗିବ:ଘରେ ଏହି ବ୍ୟବସ୍ଥା ନ ଆପଣାଇବାକୁ ଗବେଷକମାନେ ପରାମର୍ଶ

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସାକ୍ଷାତ ଲକ୍ଷ୍ମୀ ସଦୃଶ୍ୟ ହୋଇଥାନ୍ତି, ଆପଣ ବି ଅଛନ୍ତି କି ସାମିଲ…

ବେଶୀ ସମୟ କମ୍ପ୍ୟୁଟର ସାମ୍ନାରେ ବସିରହୁଛନ୍ତି କି ? ହୋଇପାରେ ଏଭଳି ଅସୁବିଧା

ଏହି ଦିଗରେ ଅଛି କି କିଚେନ୍, ଗେଷ୍ଟ୍ ରୁମ୍ ଏବଂ ପୂଜାସ୍ଥଳ..ହୋଇଯାଆନ୍ତୁ ସାବଧାନ…

ସେପ୍ଟେମ୍ବରେ ଏହି ତାରିଖରୁ ନିଜ ଗତି ବଦଳାଉଛନ୍ତି ଶନି ଦେବତା, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଆଶ୍ବସ୍ତି

ଇମ୍ୟୁନିଟି ବୁଷ୍ଟର ରସୁଣ ଟମାଟୋ ସୁପ୍‌