ଆମେରିକାରେ ମୋଦିଙ୍କୁ ପରଷା ଯିବ ‘ନମୋ ଥାଳି’, ରହିଛି ଏହି ସବୁ ସୁସ୍ୱାଦୁ ଖାଦ୍ୟ

ହୁଷ୍ଟନ,୨୨।୯:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ଗସ୍ତରେ ଥିବା ବେଳେ  ହୁଷ୍ଟନରେ ହେବାକୁ ଥିବା ‘ହାଉଡି ମୋଦି’ କାର୍ଯ୍ୟକ୍ରମରେ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମକୁ ନେଇ ସାରା ବିଶ୍ବରେ ଖୁବ୍ ଚର୍ଚ୍ଚା ହେଉଛି। ରବିବାର ରାତି ପ୍ରାୟ ସାଢେ ୮ଟାରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ରହିଛି। ଆମେରିକା ରାଷ୍ଟ୍ରପତି ଡେନାଲ୍ଡୋ ଟ୍ରମ୍ପ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାୟତଃ ସମସ୍ତେ ଅଳ୍ପ ବହୁତ ଜାଣିଥିବେ। କିନ୍ତୁ ଏବେ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ, ଆମେରିକାରେ ମୋଦିଙ୍କୁ ତାଙ୍କର ପ୍ରିୟ ଖାଦ୍ୟ ଖାଇବାକୁ ମିଳିବ। ମୋଦିଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ନମୋ ଥାଳି। ତେବେ ଏହା ଦୁଇପ୍ରକାର ଗୋଟିଏ ନମୋ ଥାଳି ଏବଂ ଅନ୍ୟଟି ନମୋ ମିଠା। ଦେଶୀ ଘିଅରେ ସବୁ ବ୍ୟଞ୍ଜନ ପ୍ରସ୍ତୁତି ହେବ। 

ଏହି ସ୍ବତନ୍ତ୍ର ଖାଦ୍ୟ ସେଠାରେ ପ୍ରସ୍ତୁତ ହେବ ଯେଉଁ ହୋଟେଲରେ ମୋଦି  ଜାତିସଂଘର ୭୪ ତମ ଅଦିବେଶନରେ ଯୋଗଦେବା ପାଇଁ ରହିବେ। ମୋଦି ତାଙ୍କର ସ୍ବତନ୍ତ୍ର ଖାଦ୍ୟ ପାଇଁ ସେହି ହୋଟେଲକୁ କିଛି କହିନଥିଲେ ମଧ୍ୟ ହୋଟେଲରେ ମୋଦିଙ୍କର ପ୍ରିୟ ଖାଦ୍ୟ ପ୍ରସ୍ତୁତ ହେବ। ନମୋ ଥାଳିରେ ମେଥି ଠେପଲା, ପୁଦିନା ଚଟଣୀ, ସିଙ୍ଘଡା, ତେନ୍ତୁଳି ଚଟଣୀ ସହିତ କଚୋରି, ଡାଲି ଓ ଖିଚଡି ଏବଂ ଖାଣ୍ଡଭି ରହିବ। ପରେ ଆଉ ସବୁ ବାକି ମେନ୍ୟୁ ବିଷୟରେ ସୂଚନା ଦିଆଯିବ। ମିଠା ଭିତରେ ଗାଜର ହାଲଓ୍ବା, ରସମଲାଇ, ଶ୍ରୀଖଣ୍ଡ, ଗୁଲାବ ଜାମୁ ଓ ଖିରି ରହିବ। ମୋଦି ଏହି ଦୁଇଟି ସ୍ବତନ୍ତ୍ର ଥାଳିର ଖାଦ୍ୟ ଖାଇବା ପରେ ସେ ଦିନ ରେସ୍ତୋଁରାରେ  ଲୋକଙ୍କୁ ସେହି ଖାଦ୍ୟ ପରଷା ଯିବ।      ।

ମୋଦିଙ୍କ ପାଇଁ ନମୋ ଥାଳି ପ୍ରସ୍ତୁତ କରିଥିବା ସେଫ୍ କିରଣ ବର୍ମାଙ୍କ ମତରେ ସେ ଏହାକୁ ପ୍ରସ୍ତୁତ କରିବା ପାଇଁ ନିକଟରେ ତାଙ୍କର ଜନ୍ମଦିନରେ ଭାଇରାଲ ହୋଇଥିବା ଫଟୋ ଦେଖିଥିଲେ। ଯେଉଁଥିରେ ତାଙ୍କର ମା’ ତାଙ୍କ ପାଇଁ ଗୁଜୁରାଟୀ ଖାଦ୍ୟ ପ୍ରସ୍ତୁତ କରିଥିଲେ। ମୋଦିଙ୍କୁ ଆମେରିକା​‌ରେ ତାଙ୍କର ପ୍ରିୟ ଖାଦ୍ୟ ଖୁଆଇବା ପାଇଁ କିରଣ ଖୁବ୍ ପରିଶ୍ରମ କରୁଛନ୍ତି। ଏଥିପାଇଁ ସେ ଓଭର ଟାଇମ୍ ମଧ୍ୟ କରୁଛନ୍ତି।

   ସମ୍ବନ୍ଧିତ ଖବର


ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ