PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

କ୍ରିକେଟ କୋଚ୍‌ ଭାବେ ବିଶ୍ବ କ୍ରିକେଟରେ ଅଧିକ ଦରମା ପାଆନ୍ତି ରବି ଶାସ୍ତ୍ରୀ, ଜାଣନ୍ତୁ କେତେ ତାଙ୍କର ଦରମା ଓ ସମ୍ପତ୍ତି

News18

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର ଖେଳାଳି ତଥା ଭାରତୀୟ ଦଳର କୋଚ୍ ରବି ଶାସ୍ତ୍ରୀ କ୍ରିକେଟର ମଇଦାନରେ ସବାବେଳେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। କ୍ରିକେଟର, କେୋଚ୍, ଟିମ୍‌ ମ୍ୟାନେଜର ଭାବେ ସେ ସବୁଠୁ ନିଜର ଛାପ ଛାଡ଼ି ଯାଇଛନ୍ତି। ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟର ବହୁ ଐତିହାସିକ ମୁହୁର୍ତ୍ତର ଅଂଶ ବିଶେଷ ରହିଛନ୍ତି। ଅଲରାଉଣ୍ଡର ଭାବେ ହେଉ ବା କୋଚ୍‌ ସବୁଠି ନିଜର ଛାପ ଛାଡ଼ି ଯାଇଛନ୍ତି।

୨୦୦୭ ମସିହାରେ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ହେବା ସହ ଭାଷ୍ୟକାର ଦାୟିତ୍ବରୁ ଦୂରେଇ ରହିଥିଲେ। ପରେ ୨୦୧୪-୧୬ ପର୍ଯ୍ୟନ୍ତ ରବି ଶାସ୍ତ୍ରୀ ଟିମ୍‌ ଇଣ୍ଡିଆର ଡାଇରେକ୍ଟର ମଧ୍ୟ ଥିଲେ। ପରେ ୨୦୧୭ ମସିହା ପରଠୁ ସେ ଟିମ୍‌ ଇଣ୍ଡିଆର କୋଚ୍‌ ଭାବେ ଦାୟିତ୍ବ ତୁଲାଉଛନ୍ତି।

ରବି ଶାସ୍ତ୍ରୀଙ୍କ କୋଚିଂରେ ଟିମ୍‌ ଇଣ୍ଡିଆ ୨୦୧୯ ବିଶ୍ବକପ୍‌ ସେମି ଫାଇନାଲ ପର୍ଯ୍ୟନ୍ତ ପହଁଞ୍ଚିଥିଲା। ରବି ଶାସ୍ତ୍ରୀଙ୍କ କୋଚ୍‌ ଥିବା ବେଳେ ଟିମ୍‌ ଇଣ୍ଡିଆ ଟେଷ୍ଟ କ୍ରିକେଟରେ ଦବଦବା ଜାରି ରଖିଛି। ସେହିପରି ଶାସ୍ତ୍ରୀଙ୍କ କୋଚିଂରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଜିତିଛି। ଏଥିସହିତ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜରେ ସିରିଜ ଜିତିଛି ଟିମ୍‌ ଇଣ୍ଡିଆ।

ଶାସ୍ତ୍ରୀଙ୍କୁ ବିସିସିଆଇ ବାର୍ଷିକ ୯.୫ କୋଟିରୁ ୧୦ କୋଟି ଦରମା ଦେଇଥାଏ। ବିଶ୍ବ କ୍ରିକେଟର ସବୁଠୁ ଦାମୀ କ୍ରିକେଟ୍‌ କୋଚ୍‌ ହେଉଛନ୍ତି ରବି ଶାସ୍ତ୍ରୀ। ଏଥିସହିତ ରବି ଶାସ୍ତ୍ରୀଙ୍କ ନିକଟରେ ବହୁ ନାମିଦାମୀ ଗାଡ଼ି ଅଛି। ରବି ଶାସ୍ତ୍ରୀଙ୍କ ମୋଟ ସମ୍ପତ୍ତି ପାଖାପାଖି ୫୮ କୋଟି ବୋଲି ସୂଚନା ରହିଛି।