PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଦ୍ୟୁତ ଆଘାତରେ ବୃଦ୍ଧ ମୃତ, ପାଣିରେ ବୁଡି ଯୁବକ ମୃତ
  • ||
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ହିରୋ ଭଳି ଦେଖାଯାଉଥିବା ବିପିନ ଉପରକୁ ଉଠିବା ପରେ କାହିଁକି ହୋଇଗଲେ ଜିରୋ, ନିଜ ଗାଳିକୁ ନେଇ କହିଲେ…

ଭୁବନେଶ୍ୱର ୨୮/୮: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପାରାଗ୍ଲାଇଡିଂ କରୁଥିବା ସମୟରେ ଜଣେ ଯୁବକଙ୍କ ଭିଡିଓ ଏବେ ସମସ୍ତଙ୍କୁ ହସର ଖୋରାକ ଯୋଗାଉଛି । ମାତ୍ର ୨ ଦିନରେ ଏହି ଭିଡିଓଟି ସମସ୍ତଙ୍କ ମୋବାଇଲ୍ ସ୍କ୍ରିନରେ ପହଞ୍ଚି ଗଲାଣି । ଯଦି ଭିଡିଓ ଦେଖିନାହାଁନ୍ତି ତେବେ ଏହି ଲିଙ୍କରେ ଯାଇ ଭିଡିଓଟି ଦେଖିପାରିବେ । ତେବେ ଚାଲନ୍ତୁ ଜାଣିବା ସେହି ଯୁବକଙ୍କ ସମ୍ପର୍କରେ….

କହିବାକୁ ଗଲେ ଭିଡିଓରେ ସେମିତି କିଛି ଖାସ୍ ନାହିଁ । ତେବେ ସୋସିଆଲ ୟୁଜର୍ସଙ୍କୁ ମିମ୍ ପ୍ରସ୍ତୁତ କରିବା ଯାହା ସବୁ ଦରକାର ତାହା ଏହି ଭିଡିଓରେ ଖୁନ୍ଦି ହୋଇ ରହିଛି । ଆପଣ ବି ଏହି ଭିଡିଓ ଦେଖି ନିଜ ହସକୁ ରୋକି ପାରିନଥିବେ ।

ତେବେ ଏହି ଯୁବକ ଜଣକ ହେଉଛନ୍ତି ବିପିନ ସାହୁ । ବିପିନ ୟୁପିର ବାନ୍ଦା ଜିଲ୍ଲାରେ ରୁହନ୍ତି । ତାଙ୍କର ଟାଇଲ୍ସର ବିଜନେସ୍ ଚାଲିଛି । ବିପିନ କହିଛନ୍ତି ଯେ ସେ ବୁଲିବା ପାଇଁ ୧୧ ଜୁଲାଇରେ ମନାଲି ଯାଇଥିଲେ । ତାଙ୍କ ଛୋଟ ଭାଇ ଏହି ଭିଡିଓକୁ ଅଗଷ୍ଟରେ ଫେସବୁକରେ ଅପଲୋଡ କରିଦେଇଥିଲେ । ବାସ୍, ଭିଡିଓଟି ଅପଲୋଡ୍ ହେବାର ମାତ୍ର କିଛି ସମୟ ଭିତରେ ତାହା ଭାଇରାଲ ହେବାରେ ଲାଗିଥିଲା ।

କଣ କୁହନ୍ତି ବିପିନ
ବିପିନ କହୁଛନ୍ତି ଭିଡିଓ ଭାଇରାଲ ହେବାପରେ ତାଙ୍କ ପାଖକୁ ଅନେକ ଫୋନ୍ କଲ୍ସ ଆସୁଛି । ଲୋକମାନେ ତାଙ୍କ ସହିତ କଥାହେବା ପାଇଁ ଚାହୁଁଛନ୍ତି । ଏହାସହ ସମସ୍ତେ ତାଙ୍କ ବିଷୟରେ ଜାଣିବା ପାଇଁ ମଧ୍ଯ ଚାହୁଁଛନ୍ତି । କାରଣ ଏବେ ସେ ଫେମସ ହୋଇଯାଇଛନ୍ତି । ସେ ଏହା ମଧ୍ଯ କହିଛନ୍ତି ଯେ ଭିଡିଓରେ ଯେଉଁ ଗାଳି ସବୁ ସେ ଦେଇଛନ୍ତି ତାହା ସେ ଜାଣିଶୁଣି ଦେଇନାହାଁନ୍ତି । ଉପରକୁ ଯିବାପରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା ଯେ ସେ ଡରିଯାଇଥିଲେ । ସେ ଜାଣିପାରୁନଥିଲେ ଯେ କଣ ହେଉଛି । ସେ ବହୁତ ଡରି ଯାଇଥିଲେ ।

ସମ୍ବନ୍ଧିତ ଖବର