PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ଜିଲ୍ଲାରେ ୧୯ ତାରିଖରୁ ବନ୍ଦ ରହିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର, ଟ୍ୱିଟ୍‌ କରି ସୂଚନା ଦେଲେ ଜିଲ୍ଲାପାଳ ଜ୍ଞାନ ଦାସ
  • ||
  • କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କଲେ ଏସ୍ଆରସି- କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଶ୍ରଦ୍ଧାଳୁ
  • ||
  • ଏସ୍‌ସିବିରୁ ହାଇଦର ଫେରାର ଘଟଣାରେ ୩ଅଭିଯୁକ୍ତ ଗିରଫ , ୨ ଜଣ ଯୁବକ ଓ ଜଣେ ଯୁବତୀ ଗିରଫ
  • ||
  • ୨୦ ଜିଲ୍ଲାର ସହରରେ ଆଜି ୯ଟାରୁ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ, ସବୁ ସହରରେ ପୁଲିସର କଡ଼ାକଡ଼ି ଯାଞ୍ଚ
  • ||
  • କୋଭିଡ୍ ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବୈଠକରେ ବରିଷ୍ଠ ଅଧିକାରୀ ଉପସ୍ଥିତ
  • ||
  • ବିଷ ପିଇଥିବା ମହିଳାଙ୍କର ଭଦ୍ରକରୁ କଟକ ଯିବା ବାଟରେ ଭଣ୍ଡାରିପୋଖରୀ ନିକଟରେ ମୃତ୍ୟୁ
  • ||
  • ଆଜି ଭୁବନେଶ୍ୱରରୁ ୪୫୧ କରୋନା ପଜିଟିଭ୍ ଆକ୍ରାନ୍ତ, କ୍ୱାରେନଣ୍ଟାଇନ୍ କଣ୍ଟାକ୍ଟରୁ ୯୧, ଲୋକାଲ୍ କଣ୍ଟାକ୍ଟ ୩୬୦ ଚିହ୍ନଟ
  • ||
  • ବ୍ୟାରେଜ୍‌ ନିର୍ମାଣ ନେଇ ଆନ୍ଧ୍ରକୁ ସହଯୋଗ କରାଯାଉ – ନବୀନଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠି
  • ||
  • କୋଭିଡ୍‌ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା , ରାତି ୮ଟାରେ ବୈଠକ ଡାକିଲେ ମୋଦି , ଟିକାକରଣ ନେଇ ମଧ୍ୟ କରିପାରନ୍ତି ସମୀକ୍ଷା , ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ରହିବେ ଉପସ୍ଥିତ
  • ||
  • ଆସିକାରୁ ପୋଲସରା ଯାଉଥିବା ମିନି ବସ୍ କବିସୂର୍ଯ୍ୟନଗର ଥାନା ନିକଟରେ ଓଲଟି ପ୍ରାୟ ୧୦ ଗୁରୁତର
  • ||
  • ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ପ୍ରେସ୍‌ମିଟ୍ – ଆଜି ରାତି ୯ଟାରୁ ଟ୍ୱିନ୍‌ ସିଟିରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ , କଟକଣା ପାଳନ କରିବାକୁ ଲୋକଙ୍କ କଲେ ନିବେଦନ
  • ||
  • ଦେଶରେ କୋଭିଡ୍‌ ଟିକାର ଅଭାବ ନାହିଁ – ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
  • ||
  • ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ, ଚା’ ପିଉଥିଲା ବେଳେ ହଠାତ ଟଳି ପଡିଲେ ଯୁବକ
  • ||
  • ନନ୍ଦପୁର: ଗାଁ ବନ୍ଧରେ ବୁଡ଼ି କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଶାଶୁଙ୍କ ଦେହାନ୍ତ
  • ||
  • ପାରଦୀପ: ପାରଦୀପ ମାଛଧରା ବନ୍ଦରରୁ ମାଛ ଧରା ଡଙ୍ଗା ଚୋରି, ଡଙ୍ଗା ଥିଲା ୧୦ ଲକ୍ଷ ଟଙ୍କା
  • ||
  • କଟକ: ନୂଆପାଟଣା ବାଲିଘାଟକୁ ନେଇ ଏନଜିଟିଙ୍କ କଡା ଆଦେଶ, ଯେଉଁ ଏସ୍କାଭେଟରରେ ବାଲି ଖନନ ହୋଇଥିଲା ସେ ସବୁ ମେସିନକୁ ଜବତ କର
  • ||
  • କଟକ: ରେଭେନ୍ସାରେ ପୁଣି ଧାରଣା ଦେଲେ ଛାତ୍ରଛାତ୍ରୀ, ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ
  • ||
  • ରାୟଗଡା: ଗୁମା ଘାଟିରେ ଅଘଟଣ, ମହୁମାଛି ଆକ୍ରମଣରେ ୪ଜଣ ଆହତ
  • ||
  • ଭୁବନେଶ୍ୱର: ବେପାରୀଙ୍କ ଠାରୁ ୧୫ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ୍
  • ||
  • ସୁନ୍ଦରଗଡ଼: ଝାଡ଼ଖଣ୍ଡରୁ ଝିରପାଣି ଦେଇ ଯାଇଥିବା ରାଉରକେଲା ପ୍ରବେଶ ପଥକୁ ସିଲ କଲା ପ୍ରଶାସନ
  • ||

ଏହି ଲେଡି ଆଇପିଏସ୍ ଏବେ ବଙ୍ଗଳା ବିଜେପିର ଚର୍ଚ୍ଚିତ ନେତ୍ରୀ: ଦିନେ ମମତା ବାନାର୍ଜୀ ତାଙ୍କୁ ଝିଅ ମାନୁଥିଲେ,କିନ୍ତୁ ଏଭଳି ହୋଇଥିଲା ସମ୍ପର୍କରେ ଫାଟ…

https://www.jansatta.com/

କୋଲକାତା,୪।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ରାଜନୈତିକ ଦଳ ଭିତରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ନିର୍ବାଚନ ସହିତ ବହୁ ଚେହେରା ମଧ୍ୟ ଏବେ ଚର୍ଚ୍ଚାର ପରିସରକୁ  ଆସିଛି। ଏଭଳି ଏକ ନାଁ ହେଉଛନ୍ତି ଭାରତୀ ଘୋଷ। ସେ ବଙ୍ଗଳା ବିଜେପିର ଚର୍ଚ୍ଚିତ ନେତ୍ରୀ। ଗୋଟିଏ ସମୟରେ ଭାରତୀ ଘୋଷଙ୍କର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଏତେ ଭଲ ସମ୍ପର୍କ ଥିଲା ଯେ, ତାଙ୍କୁ ସେ ମା’ ଡାକୁଥିଲେ। ମମତା ମଧ୍ୟ ତାଙ୍କୁ ନିଜର ଝିଅ ବୋଲି କହୁଥିଲେ। ତେବେ ଆସନ୍ତୁ ଜାଣିବା ମମତାଙ୍କ ସହ ଏତେ ଭଲ ସମ୍ପର୍କ ଥିଲେ ବି ଭାରତୀ କାହିଁକି ବିଜେପିରେ ଯୋଗ ଦେଲେ। ଭାରତୀ ଘୋଷ କିଏ ଓ ଆଇପିଏସ୍ ଅଫିସରରୁ ରାଜନୀତିକୁ କିଭଳି ଆସିଲେ?

ଭାରତୀ ଘୋଷ ଆଇପିଏସ୍ ଅଧିକାରୀ ଥିଲେ। ହେଲେ ୨୦୧୭ରେ ଏକ ଘଟଣାକୁ ନେଇ ସେ ଭିଆରଏସ୍ ନେଇଥିଲେ। ଭାରତୀ ହାଭାର୍ଡ ୟୁନିଭର୍ସିଟିରୁ ମ୍ୟାନେଜମେଣ୍ଟ କରିଛନ୍ତି। ୨୦୧୧ରେ ଯେତେବେଳେ ମମତା ବାନାର୍ଜୀ ପ୍ରଥମ ଥର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିଲେ, ତାଙ୍କର ନଜର ଭାରତୀ ଘୋଷଙ୍କ ଉପରେ ପଡିଥିଲା। ମମତା ତାଙ୍କୁ ସିଆଇଡିରୁ ଆଣି ପଶ୍ଚିମ ମେଦିନାପୁରର ଏସପି କରିଥିଲେ। ୨୦୦୮ ପରେ ଏହି ଅଞ୍ଚଳ ନକ୍ସଲ ପ୍ରଭାବିତ ଗତିବିଧି କାରଣରୁ ଅଶାନ୍ତ ଥିଲା। ଭାରତୀ କିନ୍ତୁ ଖୁବ୍ ଭଲ ଭାବରେ ଏହି ଅଞ୍ଚଳରେ ଶାନ୍ତି ଫେରାଇ ପାରିଥିଲେ। ଏହାପରେ ସେ ମମତା ବାନାର୍ଜୀଙ୍କର ପାଲଟି ଯାଇଥିଲେ ଖୁବ୍ ପ୍ରିୟ ପୋଲିସ ଅଧିକାରୀ। ମମତା ଯେଉଁଆଡେ ଯାଉଥିଲେ ସେଠାକୁ ତାଙ୍କ ସାଙ୍ଗରେ ଯାଉଥିଲେ ଭାରତୀ। ମମତା ବାନାର୍ଜୀ ଯେଉଁ ହିଂସା ପ୍ରବଣ ଅଞ୍ଚଳକୁ ତାଙ୍କୁ ପଠାଉଥିଲେ ସେଠାକାର ନକ୍ସଲଙ୍କ ପାଇଁ ସେ କାଳ ପାଲଟି ଯାଉଥିଲେ। କୁଖ୍ୟାତ ମାଓବାଦୀ ନେତା କାଟେଶ୍ବର ରାଓ ଏନକାଉଣ୍ଟରର ଶ୍ରେୟ ଭାରତୀ ଘୋଷଙ୍କୁ ମଧ୍ୟ ଦିଆଯାଇଥାଏ।

ଭାରତୀଙ୍କ ଉପରେ ବିରୋଧୀ ଦଳ ଅଭିଯୋଗ ଆଣିଥିଲା  ସେ ଜଣେ ପୋଲିସ ଅଫିସର କମ୍ ମମତାଙ୍କ ସିପାହୀ ଅଧିକ ଲାଗନ୍ତି। ତାଙ୍କ ଉପରେ ମମତାଙ୍କ ଇଶାରାରେ କାମ କରୁଥିବାର ଅଭିଯୋଗ ଆଣିଥିଲେ। ନିର୍ବାଚନ କମିଶନ୍ ତାଙ୍କର ବଦଳି କରିଥିଲେ, କିନ୍ତୁ ମମତାଙ୍କ କୃପା ଦୃଷ୍ଟି ଥିଲା। ଭାରତୀ ଘୋଷ ସବୁବେଳେ ମମତାଙ୍କୁ ମା’ ବୋଲି କୁହନ୍ତି ଓ ମମତା ତାଙ୍କୁ ‘ଭଲ ଝିଅ’ ବୋଲି କୁହନ୍ତି। କିନ୍ତୁ ୨୦୧୭ରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।

୨୦୧୪ ଲୋକସଭା ନିର୍ବାଚନ ଓ ପରେ ୨୦୧୬ ବିଧାନସଭା ନିର୍ବାଚନ ପରେ ମମତା ବାନାର୍ଜୀଙ୍କ ସହଯୋଗୀମାନେ ଭାରତୀଙ୍କ ଉପରେ ଅଭିଯୋଗ ଆଣିଥିଲେ ସେ ବିଜେପିର ସାହାଯ୍ୟ କରୁଛନ୍ତି। ମମତା ତାଙ୍କୁ ପଶ୍ଚିମ ମେଦିନିପୁର ପୋଲିସ ଅଧୀକ୍ଷକ ପଦରୁ ହଟାଇ ରାଜ୍ୟ ସଶସ୍ତ୍ର ପୋଲିସ ଅଧିକାରୀ କରି ବାରାକପୁର ପଠାଇବାର ନିର୍ଦେଶ ଜାରି କରିଥିଲେ। ଭାରତୀ ଘୋଷଙ୍କୁ ଏହା ପସନ୍ଦ ଆସିନଥିଲା ଓ ସେ ଚାକିରୀରୁ ଇସ୍ତଫା ଦେଇଥିଲେ। ୨୦୧୯ ରେ ଭାରତୀ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ। ବିଜେପିରେ ଯିବା ପରେ ସେ ମମତା ବାନାର୍ଜୀଙ୍କୁ ଲଗାତାର ଟାର୍ଗେଟ କରିବା ଆରମ୍ଭ କରିଥିଲେ। ଭାରତୀଙ୍କୁ ବିଜେପି ରାଜ୍ୟର ଘାଟଲ ଲୋକସଭା ନିର୍ବାଚନରୁ ଟିକେଟ ଦେଇଥିଲା। ତେବେ ସେ ହାରି ଯାଇଥିଲେ। ନିର୍ବାଚନ ହାରିବା ପରେ ମଧ୍ୟ ଭାରତୀ ପଶ୍ଚିମବଙ୍ଗ ବିଜେପିର ଚର୍ଚ୍ଚିତ ଓ ବଡ ନାଁ। ସେ ସବୁବେଳେ କୁହନ୍ତି ତାଙ୍କ ପାଖରେ ମମତାଙ୍କ ବହୁ ଗୋପନ କଥା ରହିଛି।