ଭୟଙ୍କର ଭାବେ ମାଡିଆସୁଛି ‘ଫୋନି’, ଜାଣନ୍ତୁ ଟିକିନିଖି ଖବର

ଭୁବନେଶ୍ୱର ୨/୫: ଓଡିଶା ଆଡକୁ ଅଗ୍ରସର ହେଉଛି ‘ଫୋନି’ । ଧିରେ ଧିରେ ଗତିର ବେଗ ବଢାଇବାରେ ଲାଗିଛି ଏହି ସାମୁଦ୍ରିକ ଝଡ । ଘଣ୍ଟାପ୍ରତି ୧୬ କିମି ବେଗରେ ଗତିକରୁଛି ଫୋନି । ଫୋନିର ବେଗ ଅନୁସାରେ ଏହା ଆକଳନ କରାଯାଇଛି ଯେ ଆସନ୍ତାକାଲି ସକାଳ ୧୨ଟା ସୁଦ୍ଧା ଲାଣ୍ଡଫଲ କରିପାରେ ଏହି ସାମୁଦ୍ରିକ ଝଡ ।

ଆରମ୍ଭ ହେବା ସମୟରେ ଫୋନିର ଘଣ୍ଟାପ୍ରତି ୫ରୁ ୬ କିମି ଘଣ୍ଟାପ୍ରତି ଦିଗରେ ଗତି କରୁଥିଲା । ମାତ୍ର ଧିରେ ଧିରେ ଏହାର ବେଗ ବଢି ଗତକାଲି ଘଣ୍ଟାପ୍ରତି ୧୦ କିମି ବେଗରେ ପହଞ୍ଚିଥିଲା । ଗତକାଲି ଫୋନିର ବେଗ ଦେଖି ଏହା ୩ ତାରିଖ ଅପରାହ୍ନ ସୁଦ୍ଧା ଲାଣ୍ଡଫଲ କରିବା ନେଇ ଅନୁମାନ କରାଯାଉଥିଲା । ମାତ୍ର ଆଜି ବେଗ ବଢାଇଛି ଫୋନି । ଏବେ(ଗୁରୁବାର ଅପରାହ୍ନ ସୁଦ୍ଧା) ଫୋନି ପୁରୀ ଠାରୁ ୩୩୦ କିମି ଦୂରରେ ଅଛି । ବିଶାଖାପାଟଣାଠାରୁ ୧୮୦ କିମି ଦୂରରେ ଅଛି  ଏବଂ ଘଣ୍ଟାପ୍ରତି ୧୬ କିମି ବେଗରେ ଓଡିଶା ଆଡକୁ ମାଡିଆସୁଛି । ଆସନ୍ତାକାଲି ସକାଳ ୧୧ଟାରୁ ୧୨ଟା ମଧ୍ଯରେ ଯେ କୌଣସି ସମୟରେ ଫୋନି ସ୍ଥଳଭାଗ ଛୁଇଁପାରେ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିମି ରହିବ । ଅଧିକ ବେଗରେ ମଧ୍ଯ ପବନ ବହିବାର ସମ୍ଭାବନା ରହିଛି । ଫୋନି ଲ୍ୟାଣ୍ଡଫଲ୍ ବେଳେ ୧.୫ ମିଟର ଉଚ୍ଚ ସମୁଦ୍ର ଜୁଆର ଉଠିବା ଆଶଙ୍କା ରହିଛି । କହିରଖୁଛୁ ରାଜ୍ୟର ସମସ୍ତ ବନ୍ଦରରେ ସତର୍କ ସୂଚନା ଜାରି କରାଯାଇଛି ।

ଅନ୍ଯପଟେ ‘ଫୋନି’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି। ଏପର୍ଯ୍ୟନ୍ତ ଅଢେଇ ଲକ୍ଷଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏବେବି ସ୍ଥାନାନ୍ତରଣ ଜାରି ରହିଛି । ପ୍ରଭାବିତ ହେବାକୁ ଥିବା ୧୩ଟି ଜିଲ୍ଲାର ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ଆଜି ସନ୍ଧ୍ଯା ସୁଦ୍ଧା ମୋଟ ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଏହା ସହିତ ଏହ ହେଲ୍ପଲାଇନ୍ ନମ୍ବର ମଧ୍ଯ ଜାରି ହୋଇଛି । ଫନି ସମ୍ବନ୍ଧୀୟ ସୂଚନା ପାଇଁ ବିଏମସି ତରଫରୁ ଏକ ୨୪ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ଖୋଲାଯାଇଛି। ନମ୍ବରଟି ହେଉଛି ୦୬୮୦୨୨୫୦୨୯୦ । ଏହି ନମ୍ବରକୁ ଫୋନ୍ କଲେ ଫନି ସମ୍ପନ୍ଧୀୟ ସୂଚନା ମିଳିପାରିବ ।

ଅନ୍ଯପଟେ ବାତ୍ଯା ମୁକାବିଲା ପାଇଁ ଆର୍ମି ଓ ନେଭି ମଧ୍ଯ ପ୍ରସ୍ତୁତ ଅଛନ୍ତି । ଏନେଇ ଏନଡିଏମଏ ଉପଦେଷ୍ଟା ଅଜୟ ଗଙ୍ଗୱାର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଓଡିଶା ସରକାର ୨ଟି ହେଲିକପ୍ଟର ମାଗିଥିଲେ ତାହା ମଞ୍ଜୁର ହୋଇଛି । ଭୁବନେଶ୍ୱରରେ ୨ଟି ହେଲିକପ୍ଟର ରଖିବାକୁ କ୍ଯାବିନେଟ୍ ସଚିବ ମଞ୍ଜୁର କରିଛନ୍ତି । ସହାୟତା ପାଇଁ ସ୍ଥଳସେନା ଓ ନୌସେନା ମଧ୍ଯ ପ୍ରସ୍ତୁତ ଅଛନ୍ତି । ଆର୍ମିର ୨ଟି ୟୁନିଟ୍ ଯଥାକ୍ରମେ ଭୁବନେଶ୍ୱର ଓ ରାଞ୍ଚିରେ ଅଛନ୍ତି  । ନେଭି ମଧ୍ଯ ପ୍ରସ୍ତୁତ ଅଛି । ନେଭିର ୨ଟି ଜାହାଜରେ ରିଲିଫ୍ ସାମଗ୍ରୀ ମହଜୁଦ ଅଛି । ବୁଡାଳି ମଧ୍ଯ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଅଜୟ ଗଙ୍ଗୱାର ।

ବାତ୍ଯା  ‘ଫୋନି’ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ମଧ୍ଯ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଜପତିରେ ବର୍ଷା ଆରମ୍ଭ ହୋଇଯାଇଛି । ସେହିପରି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌, ବିଜୟନଗରମ୍ ଓ ବିଶାଖାପଟନମ୍‌ ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି।

ସେପଟେ ବାତ୍ଯା ଫୋନିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି ମୋଦି । ବୈଠକରେ  କ୍ଯାବିନେଟ୍ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ସଚିବ ଉପସ୍ଥିତ ଅଛନ୍ତି । ଆଇଏମଡି, ଏନଡିଆରଏଫର ବରିଷ୍ଠ ଅଧିକାରୀ ମଧ୍ଯ ବୈଠକରେ ସାମିଲ ଅଛନ୍ତି । ବାତ୍ଯାରେ ପ୍ରଭାବିତ ହେବା ରାଜ୍ଯ ସହ ଯୋଗସୂତ୍ର ରଖିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ରିଲିଫ କାର୍ଯ୍ଯ ତ୍ୱରାନିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଏପଟେ ଫନି ପାଇଁ ଭୟଭୀତ ନହେବାକୁ ପରାମର୍ଶ ଦେଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ଯମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବାତ୍ଯା ମୁକାବିଲା ପାଇଁ ରାଜ୍ଯ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ମୁଖ୍ଯମନ୍ତ୍ରୀ ଏହା ମଧ୍ଯ କହିଛନ୍ତି ଯେ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ, ଆତଙ୍କିତ ହୁଅନ୍ତୁ ନାହିଁ, ଶାନ୍ତ ରୁହନ୍ତୁ ଏବଂ ସରକାରଙ୍କୁ ସହଯୋଗ କରନ୍ତୁ।

ଅଧିକ ପଢନ୍ତୁ ପୁଣି ଲାଣ୍ଡଫଲ୍ ସମୟ ବଦଳାଇଲା ‘ଫୋନି’, ଶୁକ୍ରବାର ସକାଳେ ଭୟଙ୍କର ରୂପ ଧରି ସ୍ଥଳଭାଗ ଛୁଇଁବ

ଅଧିକ ପଢନ୍ତୁ ରାତି ପାହିଲେ ବିପଦ: ଆଉ ୪୦ ଟ୍ରେନ୍ ବାତିଲ, ଟ୍ୱିନସିଟିରେ ପବନର ବେଗ ୧୦୦ ଟପିବ

   ସମ୍ବନ୍ଧିତ ଖବର


ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

ରେଡ୍‌ ବୁଲ୍‌ କ୍ୟାମ୍ପସ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ : ଫାଇନାଲ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

ଆଜି ବି ମଣିଷର ମନରେ ନିଷ୍ଠା, ମାନବିକତା ମରି ନାହିଁ -ପାନ ଦୋକାନୀଙ୍କ ମହାନତା,ହଜି ଯାଇଥିବା ପର୍ସ ଫେରାଇଲେ

ଅଭିନବ ଉପାୟ: ଦିବ୍ୟାଙ୍ଗ ହୋଇଥିଲେ ବି ସ୍ୱାବଲମ୍ବୀ- ରିକ୍ସାକୁ ଲୁନାରେ ବାନ୍ଧି ଚଳାଇଛନ୍ତି ବ୍ୟବସାୟ

ନିଶାସକ୍ତଙ୍କ ବିଚିତ୍ର କାଣ୍ଡ- ସାଲାଇନ୍‌ ବୋତଲ ସହ ଡାକ୍ତରଖାନାରୁ ଚାଲି ଚାଲି ଘରକୁ ପଳାଇଲେ, ଜାଣି ପାରିଲେନି ଡାକ୍ତରଖାନା କର୍ତ୍ତୃପକ୍ଷ

ମିସ ଇଣ୍ଡିଆ-୨୦୨୦ ପାଇଁ ଓଡ଼ିଶାର ଟପ୍‌-୫ ପ୍ରତିଯୋଗୀଙ୍କ ମଧ୍ୟରେ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ