କ’ଣ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫ ? ଏହାକୁ ଜାଣି ରଖିଲେ ଆଉ ହେବେନି ହଇରାଣ

ନୁଆଦିଲ୍ଲୀ ୮/୪: କରୋନା ଭାଇରସ ମହାମାରୀ ବିରୁଦ୍ଧରେ ଚାଲିଛି ଲଢେଇ । ସାରା ଦେଶବାସୀ ଏଥିରେ ସହଯୋଗ କରୁଛନ୍ତି । ଭାଇରସର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି । ଏହାକୁ ଆଗକୁ ବଢାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇପାରେ । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ରାଜ୍ୟମାନଙ୍କୁ ପତ୍ର ଲେଖି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫ ଲାଗୁ କରିବା ସହିତ ରାଜ୍ୟମାନଙ୍କୁ ଜରୁରୀ ବସ୍ତୁ ସପ୍ଲାଇ ସୁନିଶ୍ଚିତ କରିବା ପାଇଁ କହିଛନ୍ତି ।

କଣ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍୧୯୫୫ ?

ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫କୁ ଭାରତର ସଂସଦ ଦ୍ୱାରା ୧୯୫୫ରେ ପାରିତ କରାଯାଇଥିଲା ।

ସରକାରଙ୍କ ଦେଖାରଖାରେ ଏହି ଆଇନ ଅନୁସାରେ ଆବଶ୍ୟକୀୟ ବସ୍ତୁର ବିକ୍ରି, ଉତ୍ପାଦନ, ସପ୍ଲାଇ ଆଦିକୁ ସାଧାରଣ ନାଗରିକଙ୍କ ହିତ ପାଇଁ ନିୟନ୍ତ୍ରିତ କରାଯାଏ ।

ଏହି ଆଇନ ଅନୁସାରେ ଧ୍ୟାନ ଦିଆଯାଏ କି ଖାଉଟିଙ୍କୁ ସଠିକ୍ ଦାମରେ ସାମଗ୍ରୀ ମିଳୁଛି କି ନାହିଁ ।

ଏହି ଆଇନ ଅନୁସାରେ କେନ୍ଦ୍ର ସରକାରଙ୍କ ପାଖରେ ଅଧିକାର ରହିଥାଏ କି ସେ ରାଜ୍ୟମାନଙ୍କୁ ଷ୍ଟକ୍ ଲିମିଟ୍ ନିର୍ଦ୍ଧାରିତ କରିବା ଏବଂ ମହଜୁଦକାରୀଙ୍କ ଉପରେ ମଧ୍ୟ କଡା ନଜର ରଖିବା ପାଇଁ ନିର୍ଦ୍ଦେଶ ଦେବା ଏବଂ ସପ୍ଲାଇ କିମ୍ବା ଦାମ୍ ପ୍ରଭାବିତ ନହେବା ସେଥିପ୍ରତି ନଜର ରଖିବା ପାଇଁ ପରାମର୍ଶ ଦେଇପାରିବେ ।

ଯଦି କୌଣସି ବସ୍ତୁ ସରକାରଙ୍କ ଦ୍ୱାରା ଆବଶ୍ୟକୀୟ ବସ୍ତୁ ଘୋଷିତ ହୁଏ ତେବେ ସରକାରଙ୍କ ପାଖରେ ଏକ ଅଧିକାର ଆସିଯାଏ । ସେହି ଅନୁସାରେ ସରକାର ପ୍ୟାକେଜ୍ଡ ବସ୍ତୁର ସର୍ବାଧିକ ଖୁଚୁରା ମୂଲ୍ୟ ନିର୍ଦ୍ଧାରିତ କରିପାରିବେ ।

କିନ୍ତୁ ଯଦି କୌଣସି ଦୋକାନୀ ସେହି ମୂଲ୍ୟରୁ ଅଧିକ ମୂଲ୍ୟରେ ଦାମରେ ସାମଗ୍ରୀ ବିକ୍ରି କରୁଛି ତେବେ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥାଏ ।

ଆବଶ୍ଯକୀୟ ବସ୍ତୁ ଅଧିନିୟମ ୧୯୫୫ ପ୍ରସ୍ତୁତ ହେବାର କାରଣ କଣ ?
କିଛି ବସ୍ତୁ ଏମିତି ହୋଇଥାଏ ଯାହା ବିନା ଜୀବନ ଅତିବାହିତ କରିବା କଷ୍ଟ ହୋଇପଡେ । ଏମିତି ଜିନିଷକୁ ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫ ଅନୁସାରେ ଆବଶ୍ୟକୀୟ ବସ୍ତୁ ତାଲିକାରେ ରଖିଛନ୍ତି । ଏହାର ଉଦ୍ଦେଶ୍ୟ ଲୋକଙ୍କୁ ଜରୁରୀ ସାମଗ୍ରୀ ସଠିକ୍ ଦାମରେ ମିଳୁ ।

ଏହି ସବୁ ସାମଗ୍ରୀ ଆବଶ୍ୟକୀୟ ବସ୍ତୁ
ପେଟ୍ରୋଲିୟମ୍(ପେଟ୍ରୋଲ, ଡିଜେଲ୍ ଆଦି) ଖାଦ୍ୟ(ବନସ୍ପତି, ଡାଲି, ଆଖୁ, ଚିନି, ଚାଉଳ ଓ ଗହମ ଆଦି), ଟେକ୍ସଟାଇଲ୍ସ, ଜରୁରୀ ଡ୍ରଗ୍ସ, ଫର୍ଟିଲାଇଜର୍ସ ସାମିଲ । ସରକାରଙ୍କ ଦ୍ୱାରା ଏହି ତାଲିକା ବେଳେବେଳେ ପରିବର୍ତ୍ତନ ହୋଇଥାଏ । ନିକଟରେ ସରକାର ମାକ୍ସ ଓ ସାନିଟାଇଜରକୁ ଏହି ତାଲିକାରେ ସାମିଲ କରିଥିଲେ ।

   ସମ୍ବନ୍ଧିତ ଖବର


BOEING 777 : ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ବିଳାସପୂର୍ଣ୍ଣ ବିମାନର ଫଟୋ

WHOର ଚେତାବନୀ ! ଭାରତରେ ଫାଟିବ କରୋନା ବୋମା

କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ସାଙ୍ଗ ମାନଙ୍କ ସହ ନିଜ ସ୍ତ୍ରୀଙ୍କର ଗଣଦୁଷ୍କର୍ମ କଲା ସ୍ୱାମୀ ! କାନ୍ଦୁଥିଲା ୫ ବର୍ଷିୟ ଶିଶୁ ପୁତ୍ର

ଟ୍ରମ୍ପଙ୍କ ଭିଡିଓକୁ ବ୍ଲକ୍‌ କଲା ଟ୍ୱିଟର

ଆଟ୍‌ଲାସ୍‌ ସାଇକେଲ୍ସ ସଟର ଡାଉନ୍‌, ୪୩୧ କର୍ମଚାରୀ ହେଲେ ଛଟେଇ