PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ରାଜଧାନୀରେ ଏହି ୨୯ ଟି ସ୍ଥାନରେ କରାଯାଉଛି ପଲ୍ଯୁସନ୍ ଟେଷ୍ଟିଂ, ଦେଖନ୍ତୁ ତାଲିକା

ଭୁବନେଶ୍ବର ୬/୯: ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବାପରେ ଲୋକଙ୍କ ଭିତରେ ଛନକା ପଶିଯାଇଥିଲା । ଚାରିଆଡେ ବ୍ଲକିଂ ଏବଂ ଚେକିଂ ଦେଖି କିଏ କେତେବେଳେ ଫାଇନର ଶିକାର ହେବ ସେଥିପାଇଁ ସାଧାରଣ ଲୋକଙ୍କ ଭିତରେ ଚିନ୍ତା ବଢିଯାଇଥିଲା । କିନ୍ତୁ ଏବେ ଲୋକଙ୍କର ଏହି ସମସ୍ୟାକୁ କିଛି ମାତ୍ରାରେ କୋହଳ କରିଦିଆଯାଇଛି । ପଲ୍ୟୁସନ ଚେକିଂକୁ ମାସେ କୋହଳ କରିଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ପରିବହନ ବିଭାଗ ସଚିବ ଜି. ଶ୍ରୀନିବାସନ । ଏହା ସହ ନୂଆ ନିଷ୍ପତ୍ତି ଅନୁସାରେ ଆଉ ଏକାଧିକ ପ୍ରକାର ଫାଇନ୍ ମଧ୍ଯ ଲାଗିବନି । ଏଣିକି କେବଳ ସିରିୟସ ଅଫେନ୍ସରେ ଫାଇନ୍  ଲାଗୁହେବ ।

ପଲ୍ୟୁସନ୍ ଚେକିଂକୁ ପରିବହନ ବିଭାଗ ମାସେ କୋହଳ କରିବା ପରେ ସାଧାରଣ ଜନତାଙ୍କୁ ଏଥିରେ ସାମାନ୍ଯ ଆଶ୍ୱସ୍ତି ମିଳିଛି । ତେବେ ଏହି ମାସେ ପରେ ଚାଳକଙ୍କୁ ପଲ୍ଯୁସନ୍ ସାର୍ଟିଫିକେଟ୍ ଦେଖାଇବାକୁ ପଡିପାରେ । ତେବେ କେଉଁଠି ଏହି ସାର୍ଟିଫିକେଟ୍ ବାହାର କରିବେ ସେନେଇ ଚାଳକମାନେ ଚିନ୍ତାରେ ପଡିଯାଇଛନ୍ତି । ପୂର୍ବରୁ ରାଜଧାନୀରେ ଅନେକ ସ୍ଥାନରେ ପଲ୍ୟୁସନ୍ ଟେଷ୍ଟିଂ ଗାଡିଗୁଡିକ ରହୁଥିଲା । କିନ୍ତୁ ଏବେ କୌଣସି ଗୋଟିଏ ଗାଡି ଦେଖାଯାଉନାହାଁନ୍ତି । ତେବେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ଆରଟିଓ ୧ ଏକ ତାଲିକା ଜାରି କରିଛି । ଏହି ତାଲିକାରେ ୨୯ ଟି ସ୍ଥାନରେ ପଲ୍ଯସନ୍ ଟେଷ୍ଟିଂ ସେଣ୍ଟରର ଠିକଣା ଦିଆଯାଇଛି । ଦେଖନ୍ତୁ …..