PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ

https://www.thesprucepets.com/

ନୂଆଦିଲ୍ଲୀ,୨୬।୧୦: ସମସ୍ତେ ତ ଜାଣନ୍ତି ଯେ, କୁକୁର ନିକଟରେ ଅଦ୍ଭୁତପୂର୍ବ ଘ୍ରାଣ ଶକ୍ତି ରହିଛି। ହେଲେ ଏହାର ଉପଯୋଗ କ’ଣ କୋଭିଡ୍-୧୯ ମାମଲାରେ ହୋଇପାରେ, ଯଦି ହଁ ତେବେ କିପରି? ବୈଜ୍ଞାନିକମାନେ ବିଶେଷ ଭାବରେ କୀଟ ବିଜ୍ଞାନୀ (Entomologist)ଏହି କଥା ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ଏପରିକି ତାଙ୍କୁ ବିଶ୍ବାସ ସବୁଠାରୁ ବିଶ୍ବସ୍ଥ କୁହାଯାଉଥିବା କୁକୁର ମଣିଷ ପାଇଁ ଖୁବ୍ କାମରେ ଆସିପାରେ। ବୈଜ୍ଞାନିକଙ୍କ ମତରେ ମଣିଷଠାରୁ ୧୦,୦୦୦ ଗୁଣା ଅଧିକ ହେଉଛି କୁକୁରର ଘ୍ରାଣଶକ୍ତି। କରୋନା ଭାଇରସକୁ ଜାଣିବା ପାଇଁ କୁକୁରକୁ ଟ୍ରେନିଂ ଦିଆଯାଇପାରେ।

ଏହା ଶୁଣିବାକୁ ଅଦ୍ଭୁତ ଏବଂ ଅବିଶ୍ବାସନୀୟ ଲାଗୁଥିଲେ ମଧ୍ୟ ସାରା ବିଶ୍ବରେ ଏହାକୁ ନେଇ ରିସର୍ଚ୍ଚ ଚାଲିଛି। ଇଂଲଣ୍ଡରେ ରିସର୍ଚ୍ଚ ଚାଳିଛି କୁକୁର କ’ଣ କରୋନା ଭାଇରସକୁ ଚିହ୍ନଟ କରିବାର କ୍ଷମତା ରଖିଛି କି? ଯଦି ଏହି ରିସର୍ଚ୍ଚ ସଫଳ ହୁଏ ତେବେ ସ୍କୁଲ-କଲେଜ, ବିମାନବନ୍ଦର ଓ ଅନ୍ୟ ସାର୍ବଜନିକ ସ୍ଥଳରେ ‘କରୋନାର ଚୌକିଦାର’ ଭାବରେ କୁକୁରକୁ ମୁତୟନ କରାଯାଇପାରେ। କେବଳ ଇଂଲଣ୍ଡ ନୁହେଁ ଆମେରିକାର ପେନସିଲଭାନିଆରେ ମଧ୍ୟ ରିସର୍ଚ୍ଚ ଚାଲିଛି।

ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୧.୦୫ ଲକ୍ଷରୁ ଅଧିକ ଲୋକଙ୍କର ଜୀବନ କରୋନାରେ ଯାଇସାରିଲାଣି। କରୋନା ବିରୋଦରେ ଗନ୍ଧର କନସେପ୍ଟ ଉପରେ କାମ କରୁଛନ୍ତି। ପ୍ରକୃତରେ, ଯେତେବେଳେ କୌଣସି ବ୍ୟକ୍ତି କିଛି ବି ରୋଗରେ ପୀଡିତ ହୋଇଥାନ୍ତି ତାଙ୍କ ଶରୀରରେ ସେହି ରୋଗ ଏକ ଅଲଗା ପ୍ରକାର ଗନ୍ଧ ସୃଷ୍ଟି କରିଥାଏ।   ଅତୀତରେ କୁକୁରମାନେ ମ୍ୟାଲେରିଆ, ସଂକ୍ରାମକ ଜୀବାଣୁ ଏବଂ   କର୍କଟ ରୋଗ ମାମଲାରେ ବାୟୁବାହୀ  କେମିକାଲକୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲେ। ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନ୍ର ବିଶେଷଜ୍ଞମାନେ ଏହାକୁ ନେଇ କାମ କରୁଛନ୍ତି, କାରଣ କିଛି ଗବେଷଣାରେ ଏହାର ସକରାତ୍ମକ ଫଳାଫଳ ମିଳି ସାରିଛି।

ସମ୍ବନ୍ଧିତ ଖବର