PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ୨୦୦୫ ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଥିଲେ ବି ଝିଅ ପାଇବ ସମ୍ପତ୍ତି

ନୂଆଦିଲ୍ଲୀ,୧୨।୮ : ‘‘ଝିଅମାନଙ୍କୁ ମଧ୍ୟ ପୁଅମାନଙ୍କ ଭଳି ସମ୍ପତ୍ତିରେ ସମାନ ଅଧିକାର ମିଳିବ । ଝିଅଟି ସାରା ଜୀବନ ବାପା ମା’ ଙ୍କ ହୃଦୟ ନିକଟରେ ରହିଥାଏ । ଏଣୁ ଝିଅର ମଧ୍ୟ ପୁଅ ଭଳି ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିଛି । ୨୦୦୫ରେ ହିନ୍ଦୁ ଉତ୍ତରାଧିକାର ସଂଶୋଧନ ଆଇନ ଲାଗୁ ହେବା ପୂର୍ବରୁ ପିତାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ପୈତୃକ ସମ୍ପତ୍ତି ଉପରେ ଝିଅ ନିଜର ସମାନ ଅଧିକାର ଜାହିର କରି ପାରିବ ।’’ ସୁପ୍ରିମକୋର୍ଟ ମଙ୍ଗଳବାର ମହିଳାଙ୍କ ଅଧିକାରକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ୨୦୦୫ ପୂର୍ବରୁ ଝିଅର ମୃତ୍ୟୁ ହୋଇଥିଲେ ମଧ୍ୟ ତା’ର ପିଲାମାନଙ୍କର ଅଜାଙ୍କ ସମ୍ପତ୍ତିରେ ଅଧିକାର ରହିଛି ବୋଲି କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ।

୨୦୦୫ ସେପ୍ଟେମ୍ବର ୯ରେ ହିନ୍ଦୁ ଉତ୍ତରାଧିକାର ଆଇନ ୧୯୫୬କୁ ସଂଶୋଧନ କରାଯାଇଥିଲା । ଏହା ପୂର୍ବରୁ ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ମିଳୁ ନଥିଲା । ଏହି ଆଇନର ସଂଶୋଧନ ପରେ ଝିଅମାନେ ପୁଅମାନଙ୍କ ଭଳି ବାପାଙ୍କ ସମ୍ପତ୍ତିରେ ସମାନ ଅଧିକାର ପାଇବାକୁ ଅନୁମତି ମିଳିଥିଲା । କିନ୍ତୁ ୨୦୦୫ ପୂର୍ବରୁ ପିତା କିମ୍ବା ଝିଅର ମୃତ୍ୟୁ ହୋଇଥିଲେ ଏହି ଆଇନ ସେଠାରେ ଲାଗୁ ହେଉ ନଥିଲା । କୋର୍ଟ ଏଥିରେ ପରିବର୍ତ୍ତନ କରିଛନ୍ତି । ୨୦୦୫ ପୂର୍ବରୁ ପିତାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ଝିଅ ସମାନ ଅଧିକାର ପାଇବ । ଏହା ବ୍ୟତୀତ ୨୦୦୫ ପୂର୍ବରୁ ଝିଅର ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ ପିଲାମାନେ ମା’ ଭଳି ସମ୍ପତ୍ତିରେ ସମାନ ଅଧିକାର ଦାବି କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭାଇ-ଭଉଣୀଙ୍କ ସଂଖ୍ୟା ଅନୁଯାୟୀ ସମ୍ପତ୍ତିକୁ ସମାନ ଭାଗରେ ବଣ୍ଟାଯିବ ବୋଲି କୋର୍ଟ କହିଛନ୍ତି ।
୨୦୦୫ ପୂର୍ବରୁ ଅବିବାହିତ ଝିଅମାନଙ୍କୁ କେବଳ ହିନ୍ଦୁ ଅବିଭାଜିତ ପରିବାରର ସଦସ୍ୟ ଭାବେ ଗ୍ରହଣ କରାଯାଉଥିଲା । ସେମାନଙ୍କୁ ଉତ୍ତରାଧିକାରୀ ଗ୍ରହଣ କରାଯାଉ ନଥିଲା । ସେହିଭଳି ବିବାହିତ ଝିଅମାନଙ୍କୁ ନିଜ ବାପଘରର ସଦସ୍ୟ ଭାବେ ମଧ୍ୟ ଗ୍ରହଣ କରାଯାଉ ନଥିଲା । ଫଳରେ ବିବାହ ବିଚ୍ଛେଦ ପରେ ଝିଅ ବାପଘରେ ଆସି ରହିବାର ଅଧିକାର ପାଉ ନଥିଲା । ଏହା ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଥିବା ଅଭିଯୋଗ ହେବା ପରେ ୨୦୦୫ରେ ସୁପ୍ରିମକୋର୍ଟ ଆଇନରେ ସଂଶୋଧନ କରି ଉଭୟ ବିବାହିତ ଏବଂ ଅବିବାହିତ ଝିଅଙ୍କୁ ପରିବାରର ସଦସ୍ୟ ସହ ଉତ୍ତରାଧିକାରୀ ଭାବେ ଗ୍ରହଣ କରିଥିଲେ । ଉତ୍ତରାଧିକାରୀ ନିଜ ପୂର୍ବରୁ ଥିବା ଚାରି ପିଢ଼ିଙ୍କ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ । ଝିଅଟିଏ ଜନ୍ମ ହେବା ଦିନଠାରୁ ହିଁ ତାକୁ ଉତ୍ତରାଧିକାରୀ ଭାବେ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ ।