PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ରାଶି ଅନୁସାରେ କିପରି କରିବେ ମହାଦେବଙ୍କ ପୂଜାର୍ଚ୍ଚନା, ଜାଣନ୍ତୁ…

source:www.amarujala.com

ଭୁବନେଶ୍ୱର ୩/୩: ଶିବ ହିଁ ଗୁରୁ, ଶିବ ହିଁ ମହାଦେବ, ଶିବ ହିଁ ଆତ୍ମା ଓ ଶିବ ହିଁ ଜୀବ । ଶିବ ଲିଙ୍ଗ ଓଁ କାରର ପ୍ରତୀକ ମାତ୍ର । ତାଙ୍କ ଉପରେ ଅବିଚ୍ଛନ୍ନ ଜଳଧାରା ପ୍ରବାହ କରି ତହିଁରେ ନିଜର ସ୍ଥିର ଦୃଷ୍ଟି ନିକ୍ଷେପ ପୂର୍ବକ, ଅଖଣ୍ଡ ବିଶ୍ୱାସର ସହିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଏକ ଆଲୈାକିକ ଆନନ୍ଦ ଅନୁଭୂତ ହୋଇଥାଏ । ଭଗବାନ ଶଙ୍କର ନିର୍ଗୁଣ, ନିର୍ବିକାର, ଗୁଣାତୀତ, ପରଂବ୍ରହ୍ମ ସ୍ୱରୂପ କଲ୍ୟାଣମୟ ଶାନ୍ତ ମୂର୍ତ୍ତି ଓ ସର୍ବଫଳପ୍ରଦାତା ଅଟନ୍ତି । ଚନ୍ଦ୍ରବିନ୍ଦୁ ଶୋଭା ପାଇବା ପରି ମହେଶ୍ୱରଙ୍କର ଶିର ପ୍ରଦେଶରେ ସାକ୍ଷାତ ଚନ୍ଦ୍ର ଶୋଭା ପାଇଥାନ୍ତି ।

source:www.bhaskar.com

ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀ ମହାଶିବରାତ୍ରି ନାମରେ ଖ୍ୟାତ । ସମଗ୍ର ଭାରତ ବର୍ଷରେ ଅନନ୍ଦ, ଉତ୍ସବ, ରାତ୍ରି ଉଜାଗର, ଊପାସନ, ମହାଦୀପ ଦାନ, ବ୍ରତ ଓ ଉପବାସରେ ଏହା ପାଳିତ ହୋଇଥାଏ । ଏହି ବର୍ଷ ମାର୍ଚ୍ଚ ମାସ ୪ ତାରିଖ ସୋମବାର ଦିନ ମହାନ ଶିବରାତ୍ରିର ମହାଯୋଗ ପଡିଅଛି । ସୋମବାର ଦିନ ମହାଶିବରାତ୍ରିର ସଂଯୋଗକୁ ମହାଯୋଗ ବୋଲି କୁହାଯାଏ । ଏହି ଦିନ ପୂଜାର୍ଚ୍ଚନା କଲେ ସବୁ ପାପନାଶ ହୁଏ । ଏହିଦିନ ଭକ୍ତମାନେ ଉଜାଗର ରହିଥିବାରୁ ଏହାକୁ ଜାଗର ଯାତ୍ରା ମଧ୍ୟ କୁହାଯାଏ ।

source:www.newsnation.in

ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ କିପରି କରିବେ ମହାଦେବଙ୍କର ଓ ପୂଜାର୍ଚ୍ଚନା ଓ କେଉଁ ମନ୍ତ୍ର ପାଠ କଲେ ପାଇବେ ସଫଳତା…

ମେଷ ରାଶି
ଶିବଲିଙ୍ଗରେ କଞ୍ଚା କ୍ଷୀର ଓ ଜଳରେ ଅଭିଷେକ କରି ସମୀ ଫୁଲ, ପତ୍ର ଓ ବେଲପତ୍ର ଅର୍ପଣ କରିବେ । ଅର୍ପଣ କରିବା ସମୟରେ “ ଓଁ ନାଗେଶ୍ୱରାୟ ନମଃ” ମନ୍ତ୍ରକୁ ଜପ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହିତ ବିଦ୍ୟା, ରୋଜଗାର, ବ୍ୟବସାୟରେ ସଫଳତା ମିଳିବ ।

ବୃଷ ରାଶି
ଶିବଲିଙ୍ଗରେ କ୍ଷୀର, ଜଳ ଓ ଚାଉଳ ମିଶାଇ ଅଭିଷେକ କରି ଧଳା ଚମେଲିଫୁଲ ଅର୍ପଣ କରିବେ । ଅଭିଷେକ କରିବା ସମୟରେ ରୁଦ୍ରାଷ୍ଟକ ପାଠ କରିବେ କିମ୍ବା “ ଓଁ ସୋମନାଥାୟ ନମଃ ” ମନ୍ତ୍ରକୁ ଜପ କଲେ ସମସ୍ତ କଷ୍ଟ ଦୂର ହେବ ।

ମିଥୁନ ରାଶି
ଶିବଲିଙ୍ଗରେ ଜଳ ଓ ମୈାସମ୍ବୀ ରସ ମିଶାଇ ଅଭିଷେକ କରି ହଳଦିଆ ରଙ୍ଗର ଫୁଲ ଓ ବେଲପତ୍ର ଚଢାଇବେ । ଅଭିଷେକ କରିବା ସମୟରେ “ ଓଁ ନମଃ ଶିବାୟ ” ମନ୍ତ୍ରକୁ ଜପ କଲେ ବୁଦ୍ଧି ଓ ସୈାଭାଗ୍ୟ ପ୍ରାପ୍ତି ହୁଏ ।

କର୍କଟ ରାଶି
ଶିବଲିଙ୍ଗରେ ଜଳ ଓ ଦହି ମିଶାଇ ଅଭିଷେକ କରି ଧଳା ଫୁଲ ଚଢାଇବେ । ଅଭିଷେକ କରିବା ସମୟରେ “ ଓଁ ରାମେଶ୍ୱରାୟ ନମଃ ” ମନ୍ତ୍ରକୁ ଜପ କଲେ ଚନ୍ଦ୍ର ବଳବାନ୍‌ ହେବେ, ସମସ୍ତ ପ୍ରକାର ମାନସିକ କଷ୍ଟରୁ ମୁକ୍ତି ଓ ବିଦ୍ୟାର୍ଥୀ ମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇବ ।

source:www.wordzz.com

ସିଂହ ରାଶି
ଶିବଲିଙ୍ଗରେ ଅଙ୍ଗୁର ରସ ଓ ଜଳ ଓ ମିଶାଇ ଅଭିଷେକ କରି ନାଲି ରଙ୍ଗର ଫୁଲ ଅର୍ପଣ କରିବେ । ଅଭିଷେକ କରିବା ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଅଟକିଥିବା କାମରେ ନିଶ୍ଚିତ ଭାବେ ସଫଳତା ପାଇବେ ।

କନ୍ୟା ରାଶି
ଫଳ ଓ ଆଖୁ ରସରେ ମହାଦେବଙ୍କର ସ୍ନାନ କରି ହଳଦିଆ ରଙ୍ଗର ଫୁଲ ଚଢାନ୍ତୁ । ସ୍ନାନ ସମୟରେ “ ଓଁ ଓଁ କାରାୟ ନମଃ ” ମନ୍ତ୍ରକୁ ଜପ କଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ପାଇବେ ।

ତୁଳା ରାଶି
ଶିବଲିଙ୍ଗରେ ଦହି, ଜଳ ଓ ଦୁତୁରା ଫୁଲ ମିଶାଇ ଅଭିଷେକ କରିଧଳା ଫୁଲ ଅର୍ପଣ କରିବେ । ଅଭିଷେକ କରିବା ସମୟରେ ଶିବ ସହସ୍ର ନାମାବଳୀ କିମ୍ବା “ ଓଁ ହରହର ମହାଦେବାୟ ନମଃ ” ମନ୍ତ୍ରକୁ ଜପ କଲେ ନୂତନ କର୍ମ ନିଯୁକ୍ତି ପାଇବେ ।

ବିଛା ରାଶି
ଶିବଲିଙ୍ଗରେ ଜଳ ସହ ମହୁ ମିଶାଇ ଅଭିଷେକ କରି ଲାଲ୍‌ ରଙ୍ଗର ଫୁଲ, ସମୀ ପତ୍ର, ବେଲ ପତ୍ର ଚଢାଇବେ । ଅଭିଷେକ କରିବା ସମୟରେ “ ଓଁ ଶିବପାର୍ବତୈ ନମଃ ” ମନ୍ତ୍ରକୁ ଜପ କଲେ ନିଜର ମନସ୍କାମନା ପୂର୍ଣ୍ଣ ହେବ ।

source:aajtak.intoday.in

ଧନୁ ରାଶି
ଶିବଲିଙ୍ଗରେ କଞ୍ଚା କ୍ଷୀର, ଜଳ ଓ ଡାଳିମ୍ବ ରସ ମିଶାଇ ଅଭିଷେକ କରି ହଳଦିଆ ରଙ୍ଗର ଫୁଲ, ଲାଲ୍‌ କନିଆର ଫୁଲ ଅର୍ପଣ କରିବେ । ଅଭିଷେକ କରିବା ସମୟରେ “ ଓଁ ନନ୍ଦେଶ୍ୱରାୟ ନମଃ ” ମନ୍ତ୍ରକୁ ଜପ କଲେ ଶିକ୍ଷା କ୍ଷେତ୍ରରେ ଥିବା ସମସ୍ତ ବାଧାରୁ ।

ମକର ରାଶି
ଶିବଲିଙ୍ଗରେ କଳା ରାଶି ଓ ଜଳ ମିଶାଇ ଅଭିଷେକ କରି ନୀଳ ରଙ୍ଗର ଫୁଲ ଅର୍ପଣ କରିବେ । ଅଭିଷେକ କରିବା ସମୟରେ “ ଓଁ ଗଙ୍ଗାଧରାୟ ନମଃ ” ମନ୍ତ୍ରକୁ ଜପ କଲେ ଦୀର୍ଘ ଦିନରୁ ଅଟକିଥିବା କାମରେ ସଫଳତା ପାଇବେ, କର୍ମକ୍ଷେତ୍ରରେ ପଦୋନ୍ନତୀ ସହିତ ମନ ଅନୁଯାୟୀ କର୍ମ ପାଇପାରିବେ ।

କୁମ୍ଭ ରାଶି
ଶିବଲିଙ୍ଗରେ ଜଳ ଓ ଘିଅ ମିଶାଇ ଅଭିଷେକ କରି ସୋରିଷ ତେଲ ଓ କଳା ରଙ୍ଗର ଫୁଲ ଚଢାନ୍ତୁ । ଅଭିଷେକ କରିବା ସମୟରେ “ ଓଁ ନମଃ ଶିବାୟ ” ମନ୍ତ୍ରକୁ ଜପ କଲେ ମହାଦେବଙ୍କ ଆଶୀର୍ବାଦରୁ ହରାଇଥିବା ଜିନିଷ ପୁନର୍ବାର ପାଇବେ, ସ୍ୱାସ୍ଥ୍ୟରେ ଉନ୍ନତି ହେବ ।

ମୀନ ରାଶି
ଶିବଲିଙ୍ଗରେ କଞ୍ଚା କ୍ଷୀର, କଦଳୀ, କେଶର ଓ ଘିଅ ମିଶାଇ ଅଭିଷେକ କରି କନିଆର ଫୁଲ ଓ ବେଲପତ୍ର ଚଢାଇବେ । ଅଭିଷେକ କରିବା ସମୟରେ ଶିବ ତାଣ୍ଡବ ପାଠ କିମ୍ବା “ ଓଁ କୈଳାଶପତୟେ ନମଃ ” ମନ୍ତ୍ରକୁ ଜପ କଲେ ଆର୍ଥିକ କଷ୍ଟରୁ ମୁକ୍ତି ଓ ସଂପର୍କରେ ଉନ୍ନତି ହେବ ।

ଭବିଷ୍ଯଜ୍ୟୋତି
ଜ୍ଯୋତିର୍ବିଦ୍ ଇଂ ଦୀପକ ଆଚାର୍ଯ୍ଯ
ପ୍ଲଟ୍- ୫୭୨ ଇ/ଏ, ବିଜେବି ନଗର
ମୋବାଇଲ୍- ୯୨୩୮୩୯୭୧୦୦/ ୭୩୭୭୦୫୫୯୩୫