PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଜାଣନ୍ତୁ କେମିତି ଆପଣ ନିଜ ବିଜୁଳି ବିଲ୍ ହ୍ରାସ କରି ମାତ୍ର ୧୦୦ ଟଙ୍କା କରିପାରିବେ

https://economictimes.indiatimes.com/

ନୂଆଦିଲ୍ଲୀ ୪/୮: ଯଦି ଆପଣ ବିଜୁଳି ବିଲ୍ ଯୋଗୁଁ ଚିନ୍ତାରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଏହା ବହୁତ ଭଲ ଖବର । ଆଜି ଆମେ ଆପଣଙ୍କୁ ଏକ ଯୋଜନା ସମ୍ପର୍କରେ ଜଣାଇବୁ । ଏହି ଯୋଜନାରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବହୁତ କମ୍ ଆସିଥାଏ । ତେବେ ୧୦୦ ୟୁନିଟରୁ ଅଧିକ ପାର୍ ହୋଇଯାଉଥିଲେ ବିଜୁଳି ବିଲ୍ ଦାମ ବହୁତ ବଢିଯାଏ । ମଧ୍ୟ ପ୍ରଦେଶ ସରକାର ଇନ୍ଦିରା ଗୃହ ଜ୍ୟୋତି ଯୋଜନା ଲଞ୍ଚ୍ କରିଥିଲେ । ସରକାର ଏବେ ଏହି ଯୋଜନାରେ କିଛି ପରିବର୍ତ୍ତନ କରିଦେଇଛନ୍ତି । ଯାହା ଫଳରେ ବିଜୁଳି ବିଲରେ ବଡ କାଟ୍ ହୋଇଯାଇଛି । ଏହା ଫଳରେ ଗ୍ରାହକ ଓ ସରକାର ଉଭୟଙ୍କୁ ଫାଇଦା ହେଉଛି ।

ମଧ୍ୟ ପ୍ରଦେଶ ବିଜୁଳି ବୋର୍ଡ ଅନୁସାରେ ଇନ୍ଦିରା ଗୃହ ଜ୍ୟୋତି ଯୋଜନାରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ କରୁଥିବା ପରିବାରକୁ ୧୦୦ ଟଙ୍କା ଦେବାକୁ ପଡିବ । ଯଦିଓ ୧୫୦ ୟୁନିଟ୍ ବିଜୁଳି ଖର୍ଚ୍ଚ କଲେ ବିଜୁଳି ବିଲ୍ ବୃଦ୍ଧି ପାଇ ୨୮୪ ଟଙ୍କା ହୋଇଯିବ । ଯଦି ୧୫୧ ୟୁନିଟ୍ ବିଜୁଳି ଖର୍ଚ୍ଚ କରନ୍ତି ତେବେ ପୁଣି ଗ୍ରାହକ ଏହି ଯୋଜନାରୁ ବାହାର ହୋଇଯିବେ ।

କହିରଖୁଛୁ ଏହି ଯୋଜନାରେ ୧୦୦ ୟୁନିଟ୍ ବିଜୁଳି ଖର୍ଚ୍ଚ ହେଲେ ୬୩୪ ଟଙ୍କା ପୈଠ କରିବାକୁ ପଡୁଥିଲା । ଯଦିଓ ୧୫୦ ୟୁନିଟ୍ ବିଜୁଳି ବିଲ୍ ୯୧୮ ଟଙ୍କା ଥିଲା । ଯୋଜନା ଲାଗୁ ହେଲେ ସରକାର ଏଥିରେ ୫୩୪ ଟଙ୍କାର ସବସିଡ୍ ଦେଇଥାଏ । ଅର୍ଥାତ୍ ଏବେ ଆପଣ ଯଦି ୧୦୦ ୟୁନିଟ୍ ବଜୁଳି ଖର୍ଚ୍ଚ କରୁଛନ୍ତି ତେବେ ଆପଣଙ୍କୁ ମାତ୍ର ୧୦୦ ଟଙ୍କା ଦେବାକୁ ପଡିବ । ଇନ୍ଦିରା ଗୃହ ଜ୍ୟେତି ଯୋଜନା ଅନୁସାରେ ଯାହା ବିଜୁଳି ବିଲ୍ ଆସେ ସେଥିରେ ପେପର ଅଲଗା କଲରର ଆସିଥାଏ ।