PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଖସିଲା ରୂପା ରେଟ୍, ଜାଣନ୍ତୁ ସୁନା ଓ ରୂପାର ନୂଆ ଦାମ୍

ନୁଆଦିଲ୍ଲୀ ଅନ୍ତର୍ଜାତୀୟ ବଜାରରେ ନଜର ଆସିଥିବା ପରିବର୍ତ୍ତନ ଯୋଗୁଁ ଏବେ ଘରୋଇ ବଜାରରେ ସୁନା ମହଙ୍ଗା ହୋଇଯାଇଛି । ଶୁକ୍ରବାର ଦିଲ୍ଲୀର ସରାଫା ବଜାରରେ ସୁନାର ଦାମ୍ ୪୪ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ଯନ୍ତ ବଢିଯାଇଛି । ଅବଶ୍ୟ ଏହି ସମୟରେ ଏକ କିଲୋଗ୍ରାମ ରୂପାର ଦାମ୍ ୪୬୦ ଟଙ୍କା ଖସି ଆସିଛି । ଅବଶ୍ୟ ଗ୍ଲୋବାଲ୍ ବ୍ରୋକେଜ୍ ଫର୍ମ ଆଗାମୀ ଏକ ମାସରେ ସୁନାର ଦାମ ପୁଣି ଖସିବା ନେଇ ଅନୁମାନ କରୁଛି ।

ସୁନାର ନୂଆ ଦାମ୍
ଶୁକ୍ରବାର ୧୦ ଗ୍ରାମ ସୁନାର ନୂଆ ଦାମ୍ ୩୯,୬୮୭ ଟଙ୍କାରୁ ବୃଦ୍ଧି ପାଇ ୩୯,୭୩୧ ଟଙ୍କା ହୋଇଯାଇଛି । ଏହି ସମୟରେ ଦାମରେ ୪୪ ଟଙ୍କା ବଢିଥିବା ଦେଖାଯାଇଛି । ଏହା ପୂର୍ବରୁ ଗୁରୁବାର ଦିଲ୍ଲୀର ସରାଫା ବଜାରରେ ସୁନାର ଦାମ୍ ୧୧୬ ଟଙ୍କା ପ୍ରତି ୧୦ ଗ୍ରାମ ବୃଦ୍ଧି ପାଇ ୩୯,୬୩୦ ଟଙ୍କା ହୋଇଯାଇଥିଲା । ଆପଣଙ୍କୁ କହିରଖୁଛୁ ବୁଧବାର କ୍ରିସମାସ୍ ଯୋଗୁଁ ସରାଫା ବଜାର ବନ୍ଦ ଥିଲା ।

ରୂପାର ନୂଆ ଦାମ୍
ବର୍ଷର ଶେଷରେ ଇଣ୍ଡଷ୍ଟ୍ରୀରେ ଖସିଥିବା ଡିମାଣ୍ଡ ଯୋଗୁଁ ରୂପା ଦାମ ହ୍ରାସ ପାଇଛି । ଶୁକ୍ରବାର ଏକ କିଲୋଗ୍ରାମ ରୂପାର ଦାମ୍ ୪୬୦ ଟଙ୍କା ପର୍ଯ୍ୟନ୍ତ ଖସିଆସିଥିଲା । ଦିଲ୍ଲୀରେ ଏବେ ୪୮,୨୦୪ ଟଙ୍କା ପ୍ରତି କିଲୋଗ୍ରାମରୁ ଖସି ରୂପା ଦାମ୍ ୪୭,୭୪୪ ଟଙ୍କା ହୋଇଯାଇଛି । ଯଦିଓ ଏହା ପୂର୍ବରୁ ଗୁରୁବାର ରୂପାର ଦାମ୍ ୪୫୪ ଟଙ୍କା ପ୍ରତି କିଲୋଗ୍ରାମ ବୃଦ୍ଧି ପାଇ ୪୮,୦୬୦ ଟଙ୍କା ହୋଇଯାଇଥିଲା ।

ସମ୍ବନ୍ଧିତ ଖବର