PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଓଡ଼ିଶା ଅନଲକ୍‌ ହେବା ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଛି ଗୁଜବ, ସ୍ପଷ୍ଟୀକରଣ ଦେଲେ SRC- ଏଭଳି ମାର୍ଗଦର୍ଶିକା ଜାରି ହୋଇନି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୩୩୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ପାର୍
  • ||
  • ଭୁବନେଶ୍ୱର : ଗଣପର୍ବ ରଜ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ଗାଡି ଚାଳକଙ୍କୁ ଆଶ୍ୱସ୍ତି: ଆଉ ଦେବାକୁ ପଡିବନି ଏକାଧିକ ଫାଇନ୍, ଆସିଲା ନୂଆ ନିୟମ

ଭୁବନେଶ୍ୱର ୬/୯:  ଆଉ ଲାଗିବନି ଏକାଧିକ ଟ୍ରାଫିକ୍ ଫାଇନ୍ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନର ଫାଇନ୍ ଲାଗୁରେ ନୂଆ ନିଷ୍ପତ୍ତି ନିଆଯାଇଛି । ନୂଆ ନିଷ୍ପତ୍ତି ଅନୁସାରେ ଆଉ ଏକାଧିକ ପ୍ରକାର ଫାଇନ୍ ଲାଗିବନି । ଏଣିକି କେବଳ ସିରିୟସ ଅଫେନ୍ସରେ ଫାଇନ୍  ଲାଗୁହେବ । ଏନେଇ ସୂଚନା ଦେଇଛନ୍ତି ରାଜ୍ଯ ପରିବହନ ସଚିବ ଜି.ଶ୍ରୀନିବାସନ ।

ନୂଆ ମୋଟର ଯାନ ଆଇନ-୨୦୧୯ ଲାଗୁ ହେବାପରେ ଅନେକ ଗାଡି ଚାଳକ ଫସିଥିଲେ । କିଏ ୨୩ ହଜାର ଟଙ୍କା ତ କିଏ ୪୭ ହଜାର ଟଙ୍କା ଫାଇନ୍ ଦେଇଥିଲା । ଲୋକମାନେ ଅସ୍ତବ୍ଯସ୍ତ ହୋଇପଡିଥିଲେ । ଏପରିକି ଘରୁ ବାହାରିବା ପାଇଁ ଭୟ କରୁଥିଲେ ଗାଡି ଚାଳକ । ତେବେ ଏହି ଖବର ପରେ ସମସ୍ତଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି । ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ସମୟରେ ଏକାଧିକ ପ୍ରକାର ଫାଇନ୍ ଲାଗୁ ହେବନି । କେବଳ ସିରିୟସ୍ ଅଫେନ୍ସରେ ଫାଇନ୍ ଲାଗୁହେବ । କହିରଖୁଛୁ ୨ ଦିନ ତଳେ ଆଚାର୍ଯ୍ୟବିହାରରେ ଜଣେ ଅଟୋ ଚାଳକ ଏକାଧିକ ପ୍ରକାର ଫାଇନ ଦେଇଥିଲେ । ସବୁ ଫାଇନ୍‌ ଲାଗିବା ପରେ ତାଙ୍କର ମୋଟ୍ ଚାଲାଣ ୪୭ ହଜାର ୫୦୦ ଟଙ୍କା କଟାଯାଇଥିଲା । ତେବେ ଏଣିକି ଆଉ ଏମିତି ହେବନି । ଏନେଇ ରାଜ୍ଯ ପରିବହନ ସଚିବ ଜି.ଶ୍ରୀନିବାସନ ସୂଚନା ଦେଇଛନ୍ତି ।