ବଢୁଛି ଅଶୋଧିତ ତୈଳ ଦର, ଜାଣନ୍ତୁ ଦେଶରେ ଆଜି ପେଟ୍ରୋଲ-ଡିଜେଲର ଦାମ

ନୂଆଦିଲ୍ଲୀ,୮।୪: ଲକଡାଉନ ପରେ ବି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢୁଛି।  ବୁଧବାର ପୁଣିଥରେ ବଢିଯାଇଥିବାର ଦେଖିବାକୁ ମିଳିଛି। ବୁଧବାର ସକାଳେ ଅଶୋଧିକ ତୈଳ  WTI ର ଫ୍ୟୁଚର ମୂଲ୍ୟ ୫.୪୨ ପ୍ରତିଶତ ଥିଲା। ୧.୨୮ ଡଲାର ବଢିବା ସହ  ୨୪.୯୧ ଡଲାର ପ୍ରତି ବ୍ୟାରେଲରେ ଟ୍ରେଣ୍ଡ କରୁଛି। ଏହାଛଡା ବ୍ରେଟ୍ ଅଏଲର ଫ୍ୟୁଚର ମୂଲ୍ୟ ବୁଧବାର ସକାଳେ ୨.୩୫ ପ୍ରତିଶତ ବା ୦.୭୫ ଡଲାର ବଢିବା ସହ ୩୨.୬୨ ଡଲାର ପ୍ରତି ବ୍ୟାରେଲରେ ଟ୍ରେଣ୍ଡ କରୁଥିଲା।

ଅନ୍ୟପକ୍ଷେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହିତ ଦେଶର ବହୁ ବଡ ମହାନଗରରେ ବୁଧବାର ମଧ୍ୟ ପ୍ରେଟୋଲ ଡିଜେଳ ନିଜର ପୁରୁଣା ମୂଲ୍ୟରେ ବିକ୍ରି ହେଉଥିଲା। ଏଠାରେ ଗତ ୨୩ ଦିନରେ ଏହି ଉତ୍ପାଦର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।ବୁଧବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଳୀରେ ପେଟ୍ରୋଲ ନିଜର ପୁରୁଣା ମୂଲ୍ୟ ୬୯.୫୯ ଟଙ୍କା ପ୍ରତି ଲିଟର ଓ ଡିଜେଲ ନିଜର ପୁରୁଣା ମୂଲ୍ୟ ୬୨.୨୯ ଟଙ୍କା ପ୍ରତି ଲିଟରରେ ବିକ୍ରି ହୋଇଛି। କୋଲକାତାରେ ବୁଧବାର ପେଟ୍ରୋଲ ୭୩.୩୦ ଟଙ୍କା ପ୍ରତି ଲିଟର ଓ ଡିଜେଲ ୬୫.୬୨ ଟଙ୍କା ପ୍ରତି ଲିଟରରେ ବିକ୍ରି ହେଉଥିଲା।

 ଆର୍ଥିକ ରାଜଧୀନ କୁହାଯାଉଥିବା ମୁମ୍ବାଇ ବିଷୟରେ କହିବାକୁ ଗଲେ ଏଠାରେ ପେଟ୍ରୋଲ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ପେଟ୍ରୋଲ ଲିଟର ପିଛା ୭୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୬୬.୨୧ ଟଙ୍କା ରହିଛି। ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୭୫.୫୯ଟଙ୍କା ରହିଥିବା ବେଳେ ଡିଜେଲ୍‌ ଲିଟର ପିଛା ୬୯.୨୮ଟଙ୍କା ରହିଛି । ଏହା ସହିତ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୨.୨୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୬୫.୭୧ ଟଙ୍କା ରହିଛି। ସେହିପରି ଉତ୍ତରପ୍ରଦେଶର ନୋଏଡାରେ ପେଟ୍ରୋଲ ଦର ଲିଟର ପିଛା ୭୧.୮୯ ରହିଥିବା ବେଳେ ଡିଜେଲ୍‌ ଲିଟର ପିଛା ୬୨.୮୨ରହିଛି ।

   ସମ୍ବନ୍ଧିତ ଖବର


ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ

ଆଟ୍‌ଲାସ୍‌ ସାଇକେଲ୍ସ ସଟର ଡାଉନ୍‌, ୪୩୧ କର୍ମଚାରୀ ହେଲେ ଛଟେଇ

ଭାରତ ସୀମା ପାଇଁ ଚୀନ୍‌ର ନୂଆ କମାଣ୍ଡର

ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨୭ଶହ ପାର୍

ନଳକୂଅ ଖୋଳା ବେଳେ ଅଘଟଣ: ୩୦ ଫୁଟ୍‌ ଉପରକୁ ଉଠିଲା ଗରମ ବାଲି ଓ ପାଣି, ଭୂମିକମ୍ପ ଭଳି ଦୋହଲିଲା ମାଟି

ଦୁଇଦିନିଆ ସଟ୍‌ଡାଉନ୍‌ ପାଇଁ ୧୧ ଜିଲ୍ଲାରେ ମାଟ୍ରିକ୍‌ ମୂଲ୍ୟାୟନ ବନ୍ଦ