ଆସନ୍ତାକାଲି ବିଶ୍ବକର୍ମା ପୂଜା: ରାଶି ଅନୁସାରେ କରନ୍ତୁ ପୂଜା, ବ୍ୟବସାୟରେ ମିଳିବ ଲାଭ

ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା। ମାନ୍ୟତା ଅନୁସାରେ ଭଗବାନ ବିଶ୍ବକର୍ମାଙ୍କୁ ଏହି ସଂସାରର ଶିଳ୍ପକାର ମାନାଯାଇଥାଏ। ବ୍ରହ୍ମାଙ୍କ ଆଦେଶରେ ଭଗବାନ ବିଶ୍ବକର୍ମା ସମସ୍ତ ପୈାରାଣିକ ନଗରୀ ଏବଂ ତାଙ୍କ ରାଜଧାନୀ ଯେମିତିକି ଇନ୍ଦ୍ରପୁରୀ, ଦ୍ବାରିକା, ହସ୍ତିନାପୁର, ସ୍ବର୍ଗଲୋକ, ଲଙ୍କା ଆଦି ନିର୍ମାଣ କରିଥିଲେ। ଭଗବାନ ବିଶ୍ବକର୍ମାଙ୍କୁ ଯାତ୍ରାର ଦେବତା ବୋଲି ମାନାଯାଇଥାଏ। ତେବେ ବିଶ୍ବକର୍ମା ପୂଜା କାରୋବାର ପାଇଁ ବିଶେଷ ମହତ୍ତ୍ବ ରଖିଥାଏ। ଧନ-ଧାନ୍ୟ ସୁଖ ସମୃଦ୍ଧି ପାଇଁ ଭଗବାନ ବିଶ୍ବକର୍ମାଙ୍କର ପୂଜା କରିବା ଅତ୍ୟନ୍ତ ଆବଶ୍ୟକ ଓ ମଙ୍ଗଳଦାୟୀ ଅଟେ। ତେବେ ରାଶି ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ବିଶ୍ବକର୍ମା ପୂଜା କିଭଳି କରିବା ଦରକାର ଏବଂ ପୂଜା କରିଲେ କି ପ୍ରକାର ଲାଭ ମିଳିଥାଏ ଆସନ୍ତୁ ଜାଣିବା।

ମେଷ: ଏହି ରାଶି ପାଇଁ ବିଶ୍ବକର୍ମାଙ୍କର ପୂଜା ଅତ୍ୟନ୍ତ ଶୁଭ ଦାୟକ। ବିଶ୍ବକର୍ମା ପୂଜାକୁ ଆହୁରି ଶୁଭ କରିବା ପାଇଁ ସେହି ଦିନ କମଳା ରଙ୍ଗର କପଡ଼ା ପିନ୍ଧି ପୂଜା କରିଲେ ଅଧିକ ଶୁଭ ଫଳ ମିଳିଥାଏ।

ବୃଷ: ବିଶ୍ବକର୍ମା ପୂଜା ଦିନ ବିଶ୍ବକର୍ମା ଜପ ପାଠ କରିବା ପରେ ଶ୍ରୀ କୁବେର ଜୀଙ୍କ ୧୧ମାଳା ଜପ ଅବଶ୍ୟ କରନ୍ତୁ।

ମିଥୁନ: ବିଶ୍ବକର୍ମା ପୂଜା ଦିନ କଳସ ସ୍ଥାପନା ପାଇଁ ଯେଉଁ ରଙ୍ଗୋଲି ପ୍ରସ୍ତୁତ କରିବେ ସେଥିରେ ସୁବଜ ରଙ୍ଗ ଅଧିକ ମାତ୍ରାରେ ଦେବେ। ଭଗବାନ ଗଣେଶଙ୍କ ଶତନାମ ପାଠ ପରେ ବିଶ୍ବକର୍ମା ପୂଜା କରନ୍ତୁ।

କର୍କଟ: ଆପଣଙ୍କ ପାଇଁ ଚଳିତ ବର୍ଷ ସମସ୍ତ ପ୍ରକାର କଲ୍ୟାଣକାରୀ ପରିଣାମ ପ୍ରଦାନ କରିବ। ବିଶ୍ବକର୍ମା ପୂଜା କରିବା ପରେ ଗରିବଙ୍କୁ ଅନ୍ନ ପ୍ରଦାନ କରନ୍ତୁ। ଶୁଭଫଳ ନିଶ୍ଚୟ ମିଳିବ।

ସିଂହ: ସ୍ନାନ କରିବା ପରେ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଜଳରେ ରୋଲୀ, ନାଳି ଫୁଲ, ଗୁଡ଼ ପକାଇବାକୁ ଭୁଲନ୍ତୁ ନାହିଁ। ଏଭଳି ପୂଜା କରିଲେ ଶୁଭଫଳ ମିଳିବ।

କନ୍ୟା: ଚନ୍ଦ୍ରମା ଯିଏ ଆପଣଙ୍କର ଲାଭର ସ୍ବାମୀ ଅଟେ। ସୁଖ ସ୍ଥାନ ଉପରେ ରହିବ। ମନ ଧ୍ୟାନ ଦେଇ ପୂଜା କରିଲେ ନିଶ୍ଚିନ୍ତ ସୁଫଳ ମିଳିବ। କାମ କାର୍ଯ୍ୟରେ ବୃଦ୍ଧି ଘଟିବ। ନୂଆ ରୋଜଗାର ମିଳିବ।

ତୁଳା: ରାଶିରୁ ପରାକ୍ରମ ଭାବର ଶନି ଆପଣଙ୍କ ସମସ୍ତ ଅବରୋଧକୁ ସ୍ବତଃ ସମାପ୍ତ କରିବ। ରାଶିରୁ ଚତୁର୍ଥ ମଙ୍ଗଳ ଯାନ୍ତ୍ରିକ କାର୍ଯ୍ୟ, ନିର୍ମାଣ ଯନ୍ତ୍ରରୁ ବିଣେଷ ଲାଭ ଦେବ।

ବିଛା: ବିଶ୍ବକର୍ମା ପୂଜା ଦିନ ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ରହିଛି। ବିଦେଶ ସମ୍ବନ୍ଧିତ ବ୍ୟବସାୟରେ ନୂଆ ରାସ୍ତା ଖୋଲିବ। ପୂଜା ସମୟରେ କଳସ ସ୍ଥାପନା କରିବା ସମୟରେ ନାଲି ରଙ୍ଗରେ ରଙ୍ଗୋଲି କରନ୍ତୁ।ଏହା ସହିତ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ: ବିଶ୍ବକର୍ମା ପୁଜା କରିଲେ ଅନେକ ସୁଫଳ ମିଳିବ। ଶ୍ରୀ ଗଣେଶ, ମହାଦେବ, ଗୈାରୀଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ।

ମକର: ସଂଘର୍ଷରୁ ମୁକ୍ତି ପାଇବା ପାଇଁ ବିଧିବଦ୍ଧ ଭାବେ ପୂଜା କରନ୍ତୁ। ପବିତ୍ର ଗାୟତ୍ରୀମନ୍ତ୍ର ସହିତ ବିଶ୍ବକର୍ମା କରନ୍ତୁ।

କୁମ୍ଭ: ଭଗବାନ ବିଶ୍ବକର୍ମାଙ୍କୁ ଫୁଲ ଅର୍ପିତ କରନ୍ତୁ। ନକରାତ୍ମକ ଶକ୍ତିର ସମାପ୍ତି ଘଟିବ।

ମୀନ: ବିଶ୍ବକର୍ମା ପୂଜାରେ ଭଗବାନ ବିଶ୍ବକର୍ମାଙ୍କ ସହିତ ଶ୍ରୀ ନାରାୟଣଙ୍କ ଆଶୀର୍ବାଦ ଅବଶ୍ୟ ଗ୍ରହଣ କରନ୍ତୁ। ଶୁଭ ଫଳ ମିଳିବ।

   ସମ୍ବନ୍ଧିତ ଖବର


ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ଫୋନ୍ ଚୋରି ହୋଇଗଲେ ଏମିତି ଡିଲିଟ୍ କରନ୍ତୁ ପର୍ସନାଲ୍ ଡାଟା, ଜାଣନ୍ତୁ ଉପାୟ

ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ