PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

‘ଲିଜ୍ଜତ’ ପାମ୍ପଡର କାହାଣୀ ସବୁଠୁ ନିଆରା: ଦିନେ ୮୦ ଟଙ୍କାର ଋଣ ନେଇ ଆରମ୍ଭ ହୋଇଥିଲା ଏବେ ୮୦୦ କୋଟିର କାରବାର

https://nari.punjabkesari.in/

ଆମ ସମାଜରେ ମହିଳାଙ୍କୁ ସବୁବେଳେ ପୁରୁଷଙ୍କଠାରୁ କମ୍ ବୋଲି କୁହାଯାଏ। କିନ୍ତୁ ଏଭଳି ବହୁ ସଫଳ ମହିଳାଙ୍କ କାହାଣୀ ରହିଛି ଯାହା ଏହି କଥାକୁ ସମ୍ପୂର୍ଣ୍ଣ ଭାବରେ ଭୁଲ ପ୍ରମାଣିତ କରିପାରିଛି। ଆଜି ଆମେ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ଘରୁ ପାମ୍ପଡର ଛୋଟମୋଟ ବ୍ୟବସାୟ ଆରମ୍ଭ ନିଜର ଦକ୍ଷତାରେ ଆରମ୍ଭ କରି ସଫଳତାର ଶିଖରରେ ପହଁଞ୍ଚି ପାରିଛନ୍ତି। ଗାଁର ପୃଷ୍ଠଭୂମିରୁ ଆସିଥିବା ଓ କମ୍ ପାଠ ପଢିଥିଲେ ମଧ୍ୟ ନିଜର ପରିଶ୍ରମ ଏହି ମହିଳାମାନେ ଏଭଳି କରିଦେଖାଇବା ସହଜ ନଥିଲା। ହଁ ଆମେ ଏଭଳି ମହିଳାଙ୍କ ବିଷୟରେ କହିବାକୁ ଯାଉଛି ଯେଉଁମାନେ ‘ଲିଜ୍ଜତ୍’ ପାମ୍ପଡ ତିଆରି କରିବା ଆରମ୍ଭ କରିଥିଲେ। ସେ ଦିନ କେହି ଭାବିନଥିଲେ ଏହା ଏତେ ବଡ ଉଦ୍ୟୋଗ ପାଲଟିବ ଓ ହଜାର ହଜାର ମହିଳାଙ୍କୁ ରୋଜଗାରର ମାଧ୍ୟମହେବ।

କିଭଳି ହୋଇଥିଲା ଆରମ୍ଭ: ମୁମ୍ବାଇରେ ରହୁଥିବା ଜନଓ୍ବନ୍ତୀ ଜମନାଦାସ ପୋପଟ ନିଜ ପରିବାର ଚଳାଇବା ପାଇଁ ୯୧୫୯ରେ ପାମ୍ପଡ ତିଆରି କରିବା କାମ ଆରମ୍ଭ କରିଥିଲେ। ଜସଓ୍ବନ୍ତୀ ବେନ୍ ଏକ ଗରିବ ପରିବାରରୁ ଆସିଥିବା ବେଳେ ଖୁବ୍ କମ୍ ପାଠ ମଧ୍ୟ ପଢିଥିଲେ, କିନ୍ତୁ ତାଙ୍କ ପାଖରେ ବ୍ୟବସାୟ କରିବାର ଖୁବ୍ ଦକ୍ଷତା ଥିଲା। ସେ ଏହି ମାମଲରେ ନିଜ ସହିତ ଅନ୍ୟ ୬ ଜଣ ଗରିବ ଓ ବେରୋଜଗାର ମହିଳାଙ୍କୁ ସାମିଲ କରିଥିଲେ ଓ ୮୦ ଟଙ୍କାର ଋଣ ନେଇ ପାମ୍ପଡ ତିଆରି କରିବା କାମ ଆରମ୍ଭ କରିଥିଲେ। ଏହି ମହିଳାଙ୍କ ଦ୍ବାରା ୧୫ ମାର୍ଚ୍ଚ ୧୯୫୯ରେ ‘ଲିଜ୍ଜତ’ ପାମ୍ପଡ ବ୍ୟବସାୟ ଆରମ୍ଭ ହୋଇଥିଲା। କେହି ଭାବିନଥିଲେ ଏହି ବ୍ୟବସାୟ ସାରା ଭାରତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଦେଶ ବିଦେଶରେ ମଧ୍ୟ ସଫଳତା ପାରିବ।

୮୦ ଋଣରୁ ୮୦୦ କୋଟି ଟଙ୍କାର କାରବାର: ଟଙ୍କାରୁ ଗରିବ ପରିବାରରୁ ଆସିଥିବା କାରଣରୁ ୮୦ ଟଙ୍କା ଋଶ ନେଇ ଜସଓ୍ବନ୍ତୀ ବ୍ୟବସାୟ ଆରମ୍ଭ କରିଥିଲେ। କିନ୍ତୁ ମାତ୍ର କିଛି ମାତ୍ର ଭିତରେ ସେ ୮୦ ଟଙ୍କା ପରିଶୋଧ କରିବା ସହ ୪ ପ୍ୟାକେଟରୁ ୪୦ ଓ ୪୦୦ ପର୍ଯ୍ୟନ୍ତ ପହଁଞ୍ଚିବାରେ ବିଶେଷ ସମୟ ଲାଗିନଥିଲା। ୮୦ ଟଙ୍କାରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଆଜି ବାର୍ଷିକ ୮୦୦ କୋଟି ଟଙ୍କାର କାରବାର କରୁଛି। ଏହି ବ୍ୟବସାୟରେ ୪୫ ହଜାର ମହିଳା କାମ କରୁଥିବା ବେଳେ ଏହାର ୬୨ଟି ବ୍ରାଞ୍ଚ ରହିଛି।

ଦୁର୍ବଳତା ହେଲା ଶକ୍ତି ଓ ନାମକରଣ ପଛର କାରଣ: ଯେତେ ସବୁ ମହିଳା ଏହି ବ୍ୟବସାୟରେ ଥିଲେ ସେମାନେ ଆର୍ଥିକ ଭାବରେ ଦୁର୍ବଳ ଥିଲେ ଓ ନିଜର ଖରାପ ଆର୍ଥିକ ସ୍ଥିତି କାରଣରୁ ଅଧିକ ପାଠ ମଧ୍ୟ ପଢିନଥିଲେ। କିନ୍ତୁ ଏହାକୁ ନିଜର ଦୁର୍ବଳତା ବୋଲି ସେମାନେ ଭାବିନଥିଲେ ଆଉ ଏହା ହିଁ ତାଙ୍କ କାରବାରର ସଫଳତାର ରାଜ୍। ୧୯୬୨ରେ ଏହି ଗ୍ରୁପ ନିଜର ପାମ୍ପଡ ନାମକରଣ କରିଥିଲା ଓ ଏହାର ନାମ ଥିଲା ‘ଲିଜ୍ଜତ ପାମ୍ପଡ’ ।  ଗୁଜରାଟୀରେ ‘ଲିଜ୍ଜତ’ର ଅର୍ଥ ହେଉଛି ସ୍ବାଦିଷ୍ଟ। ଏହା ସହିତ ଏହି ସଂସ୍ଥାର ନାମ ରଖାଯାଇଥିଲା ‘ଶ୍ରୀ ମହିଳା ଗୃହ ଉଦ୍ୟୋଗ ଲିଜ୍ଜତ ପାମ୍ପଡ।’

ମେସିନ ନୁହେଁ ହାତରେ ତିଆରି ହେଉଛି ପାମ୍ପଡ: ଲିଜ୍ଜତ ପାମ୍ପଡ ଦେଶ-ବିଦେଶରେ ଖୁବ୍ ପ୍ରସିଦ୍ଧ ଓ ଏହାର ପ୍ରସିଦ୍ଧି ପଛର କାରଣ ହେଉଛି ତା’ର ଗୁଣବତ୍ତା। ଏହି ଗୁଣବତ୍ତାର ଶ୍ରେୟ ସେଠାରେ କାମ କରୁଥିବା ପ୍ରତ୍ୟେକ ମହିଳାଙ୍କୁ ଦିଆଯାଇଥାଏ। ଏବେ ବି ଏହି ପାମ୍ପଡ୍ ମେସିନ୍ ନୁହେଁ ବଂର ହାତରେ ତିଆରି କରାଯାଉଛି। ମହିଳାମାନେ ଏହାକୁ ଚକଟିବା, ପାମ୍ପଡ ତିଆରି କରିବା, ସୁଖାଇବା ଓ ପ୍ୟାକିଂ କରିବା ଭଳି କାମ କରିଥାନ୍ତି। ‘ଲିଜ୍ଜତ’ ପାମ୍ପଡର ସବୁଠାରୁ ଭଲ କଥା ହେଲା ଏହା ସରକାରଙ୍କଠାରୁ କୌଣସି ପ୍ରକାର ସହାୟତା ନେଇନଥାଏ ଓ କାମ କରୁଥିବା ପ୍ରତ୍ୟେକ ମହିଳାଙ୍କୁ ‘ଭଉଣୀ’ ଶବ୍ଦରେ ସମ୍ବୋଧନ  କରାଯାଇଥାଏ, ଯେଉଁ କାରଣରୁ ସମସ୍ତଙ୍କୁ ଏକା ପ୍ରକାର ସମାନ ଦୃଷ୍ଟିରେ ଦେଖାଯାଇଥାଏ।

ରହିଛି ନିଆରା ସିଦ୍ଧାନ୍ତ ଓ ଲକ୍ଷ୍ୟ: ବ୍ୟବସାୟ ବହୁତ ବଡ, କିନ୍ତୁ ମେସିନର ବ୍ୟବହାର କରାନଯାଇ ମହିଳାଙ୍କ ଦ୍ବାରା କାମ କରାଯାଇଥା,। ଏହି ମହିଳାଙ୍କୁ ଆରମ୍ଭରୁ କୁହାଯାଇଛି କାମ ସମୟରେ କାହାକୁ ନେଇ ଆଲୋଚନା କିମ୍ବା ବିନା କାରଣରେ ଗପସପ୍ ନକରିବା। ଏହାଛଡା ପରସ୍ପର ଭିତରେ ଧିରେ ଧିରେ ଚୁପ୍ ଚାପ୍ କଥା ନହୋଇ, ଯୋରରେ ବଡ ପାଟିରେ ସ୍ପଷ୍ଟ ଭାବରେ କହିବାକୁ। ଏହି କାରଣରୁ ମହିଳାଙ୍କ ଭିତରେ କୌଣସି ପ୍ରକାର ଅନାବଶ୍ୟକୀୟ ଆଲୋଚନା କିମ୍ବା ଝଗଡା ହୋଇନଥାଏ। ଏହି କାରଣରୁ କାମ ଭଲ ଭାବରେ ଚାଲିପାରିଥାଏ। ଏହି କମ୍ପାନୀ ସମ୍ପୂର୍ଣ୍ଣ ଭିନ୍ନ। ଏହି ବ୍ୟବସାୟରେ ସମସ୍ତେ କେବଳ ମହିଳା ସଦସ୍ୟ ହିଁ ରହିଥାନ୍ତି। ଏହାର ଅଧ୍ୟକ୍ଷତା କାର୍ଯ୍ୟକାରୀ କମିଟିର ସଦସ୍ୟ ବାରମ୍ବାର ପାଳି ଅନୁସାରେ ଦାୟିତ୍ବ ଗ୍ରହଣ କରିଥାନ୍ତି ଓ ସମସ୍ତଙ୍କ ସହମତିରେ ଚୟନ ହୋଇଥାନ୍ତି। ସମସ୍ତଙ୍କୁ ସୁଯୋଗ ଦିଆଯାଉଥିବାରୁ ଉଦ୍ୟୋଗକୁ ସଫଳତା ମିଳିଥାଏ। ‘ଲିଜ୍ଜତ’ ପାମ୍ପଡର ପ୍ରତିଷ୍ଠାତା ଜସଓ୍ବନ୍ତୀ ବେନ୍ ପୋପଟ୍ ଏହି ବ୍ୟବସାୟକୁ ଆହୁରି ଆଗକୁ ନେଇ ପାରିଥାନ୍ତେ, କିନ୍ତୁ ସେ ମହିଳାଙ୍କୁ ନିଜ ପାଦରେ ଠିଆ କରାଇବାକୁ ଚାହାନ୍ତି। ତାଙ୍କର ମୁଖ୍ୟ ଉଦେଶ୍ୟ ହେଲା ଏହି ମହିଳାଙ୍କୁ ରୋଜଗାର ମିଳୁ ଓ ନିଜର ଘର ଚଳାଇ ପାରନ୍ତୁ।