PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଭାରତର ଏହି ସ୍ଥାନରେ ଅଛି ‘ଶ୍ରୀ କୁକୁରଦେବ ମନ୍ଦିର’; ଏହାର ଅଜବ ମାନ୍ୟତା ଓ କାହାଣୀ ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଛତିଶଗଡ଼,୭।୩: ଆଜି ପର୍ଯ୍ୟନ୍ତ ଆପଣ ଶୁଣି ଆସୁଥିବେ ମନ୍ଦିରରେ କେବଳ ଦେବୀ-ଦେବତାଙ୍କୁ ହିଁ ପୂଜା କରାଯାଏ । ମାତ୍ର ଏହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କି, ଭାରତରେ ଏମିତି ବି ଏକ ମନ୍ଦିର ଅଛି ଯେଉଁଠି କୁକୁରଙ୍କୁ ପୂଜା କରଯାଏ। ଏହି ମନ୍ଦିରକୁ ’ଶ୍ରୀ କୁକୁରଦେବ ମନ୍ଦିର’ ନାମରେ ସମସ୍ତେ ଜାଣନ୍ତି। ଏହି ମନ୍ଦିରର ଅଜବ ମାନ୍ୟତା ଏବଂ ମନ୍ଦିର ନିର୍ମାଣର କାହାଣୀ ସମ୍ପର୍କରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଐତିହାସିକ ପୁରାତନ ଶ୍ରୀ କୁକୁରଦେବ ମନ୍ଦିର ରାୟପୁରରୁ ପ୍ରାୟ ୧୩୨ କି.ମି ଦୂର ଦୁର୍ଗ ଜିଲ୍ଳାର ଖପରୀ ଗାଁରେ ଅବସ୍ଥିତ। ଏହି ମନ୍ଦିରର ଗର୍ଭଗୃହରେ କୁକୁରର ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଛି। ତା ପାଖରେ ଏକ ଶିବଲିଙ୍ଗ ମଧ୍ୟ ଅଛି। ଶ୍ରାବଣ ମାସରେ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଯାଏ। ଶ୍ରଦ୍ଧାଳୁମାନେ ଭଗବାନ ଶିବଙ୍କୁ ପୂଜା କରିବା ସହିତ କୁକୁରଦେବଙ୍କୁ ବି ପୂଜା କରନ୍ତି। ଏହି ମନ୍ଦିର ୨୦୦ମିଟର କ୍ଷେତ୍ର ପର୍ଯ୍ୟନ୍ତ ଲମ୍ବିଛି। କୁକୁରଦେବଙ୍କ ଦର୍ଶନ କରିବା ଦ୍ବାରା ନା କୁକୁରଙ୍କୁ କାଶ ହେବାର ସମ୍ଭାବନା ଥାଏ ନା କୁକୁର କାମୁଡ଼ିବାର ଭୟ ଥାଏ।।

କୁକୁରଦେବ ମନ୍ଦିର ଏକ ସ୍ମୃତିସ୍ତମ୍ଭ। ଏକ ବିଶ୍ବସ୍ତ କୁକୁରର ସ୍ମୃତିରେ ଏହି ମନ୍ଦିରକୁ ତିଆରି କରାଯାଇଥିଲା। କୁହାଯାଏ କି, ବିବାହ ପୂର୍ବରୁ ଜଣେ ବ୍ୟକ୍ତି ତା ପରିବାର ଲୋକଙ୍କ ସହିତ ଏହି ଗାଁକୁ ଆସିଥିଲେ। ତାଙ୍କ ସହିତ ଗୋଟିଏ କୁକୁର ବି ଆସିଥିଲା। ସେହି ସମୟରେ ଗାଁରେ ଦୁର୍ଭିକ୍ଷ ପଡ଼ିଥିଲା ତ ସେହି ବ୍ୟକ୍ତି ଜଣକ ଗାଁର ସାହୁକାର ଠାରୁ ଋଣ ନେଇଥିଲେ। ମାତ୍ର ପରେ ସେ ଋଣ ସୁଜେଇ ପାରିନଥିଲେ। ଶେଷରେ ନିଜ ବିଶ୍ବସ୍ତ କୁକୁରକୁ ସେ ସାହୁକାର ପାଖରେ ବନ୍ଧା ରଖିଥିଲେ।

କୁହାଯାଏ କି ଥରେ ସାହୁକାରଙ୍କ ଘରେ ଚୋରି ହୋଇଯାଇଥିଲା। ଚୋର ଘରର ସମସ୍ତ ସାମଗ୍ରୀକୁ ମାଟି ତଳେ ଗାଢ଼ା କରି ପୋତିଦେଇଥିଲା। ଭାବିଥିଲା କି ସେସବୁକୁ ପରେ ନେବ ବୋଲି। ମାତ୍ର ସେ ସମ୍ପର୍କରେ କୁକୁରକୁ ସବୁ ଜଣାପଡ଼ିଯାଇଥିଲା। କୁକୁରଟି ସାହୁକାରକୁ ସେହି ସ୍ଥାନକୁ ନେଇଯାଇଥିଲା। କୁକୁରର କହିବାନୁସାରେ ସାହୁକାର ସେହି ଗାଢ଼ାକୁ ଖୋଲିଥିଲେ ଓ ସେଥିରେ ପୋତା ଯାଇଥିବା ସମସ୍ତ ସାମଗ୍ରୀକୁ କାଢ଼ିଥିଲେ।

କୁକୁରର ଏଭଳି ବିଶ୍ବସ୍ତ କାମକୁ ଦେଖି ସାହୁକାର ଖୁସି ହୋଇ କୁକୁରକୁ ଛାଡ଼ି ଦେବାକୁ ନିଷ୍ପତ୍ତି ନେଇଥିଲେ। ପରେ କୁକୁରର ମାଲିକ ବିଷୟରେ ଏକ ଚିଠି ଲେଖି କୁକୁର ବେକରେ ପକାଇ ତାକୁ ତା ମାଲିକ ପାଖକୁ ଛାଡ଼ିଦେଇଥିଲେ। ମାତ୍ର ମାଲିକ ଯେତେବେଳେ କୁକୁରକୁ ଦେଖିଲେ ସେ ଭାବିଲେ କି କୁକୁର ଲୁଚିକି ପଲାଇ ଆସିଛି। ତେଣୁ ସେ ରାଗରେ ଆସି କୁକୁରକୁ ପିଟି ପିଟି ମାରି ଦେଲେ। ପରେ ଦେଖିଲେ କି କୁକୁର ବେକରେ ସାହୁକାରଙ୍କ ସେହି ଚିଠି ଝୁଲୁଛି। ସେତେବେଳକୁ କୁକୁର ମରିସାରିଥିଲା। ପରେ ସେହି ସ୍ଥାନରେ କୁକୁରର ଶବକୁ ପୋତି କବର  ଦିଆଗଲା।

ସେହି ସ୍ମୃତିକୁ ସବୁଦିନେ ପାଖରେ ରଖିବା ପାଇଁ ସେହି ସ୍ଥାନରେ ଏକ ପ୍ରତିମୂର୍ତ୍ତି ସ୍ଥାପିତ କରାଗଲା। ପରେ ସେହି ପ୍ରତିମୂର୍ତ୍ତିକୁ ଲୋକମାନେ ମନ୍ଦିରର ରୂପ ଦେଇଥିଲେ। ଯାହାକୁ ଆଜି ଲୋକମାନେ
ଶ୍ରୀ କୁକୁରଦେବ ମନ୍ଦିର ବୋଲି କହୁଛନ୍ତି।