ବାରମ୍ବାର କାହିଁକି ବାତ୍ୟାର ଶିକାର ହୁଏ ବଙ୍ଗୋପ ମହାସାଗର? ୪୮ ପ୍ରତିଶତ ବାତ୍ୟା କେବଳ ଓଡିଶାକୁ ପ୍ରଭାବିତ କରିଥାଏ

ନୂଆଦିଲ୍ଲୀ,୨୨।୫: ମହାବାତ୍ୟା ‘ଅମ୍ଫାନ’ ଓଡିଶା ଓ ପଶ୍ଚିମବଙ୍ଗରେ ଧ୍ବଂସର ତାଣ୍ଡବଲୀଲା ସୃଷ୍ଟି କରିବା ପରେ ଦୁର୍ବଳ ହୋଇସାରିଛି।  ପଶ୍ଚିମବଙ୍ଗରେ ବାତ୍ୟା ଯୋଗୁଁ ୭୨ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୨ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ଓଡିଶାରେ ମଧ୍ୟ ଖୁବ୍ କ୍ଷତି ହୋଇଛି।  ଏହା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଓ ଓଡିଶାରେ ବାତ୍ୟା ‘ଅମ୍ଫାନ’ରେ ପ୍ରଭାବିତ ଅଞ୍ଚଳ ଯାତ୍ରା କରିଛନ୍ତି। ତେବେ ସବୁଠାରୁ ବଡ କଥା ଏହା ଯେ, ଗତ ୧୨୦ ବର୍ଷରେ କେବଳ ୧୪ ପ୍ରତିଶତ ସାଇକ୍ଳୋନିକ୍ ଷ୍ଟର୍ମ ଓ ୨୩ଟି ସିଭିୟର ସାଇକ୍ଳୋନ୍ ଆରବ ସାଗରରେ ଆସିଛି।  ତେବେ ୮୬ ପ୍ରତିଶତ ସାଇକ୍ଳୋନିକ୍ ଷ୍ଟର୍ମ ଓ ୭୭ ପ୍ରତିଶତ ସିଭିୟର ସାଇକ୍ଳୋନ୍ ବଙ୍ଗୋପ ସାଗରେ ହୋଇଛି। ତେବେ ବଙ୍ଗୋପ ସାଗରରେ କାହିଁକି ବାରମ୍ବାର ଭୟଙ୍କର ବାତ୍ୟା ସୃଷ୍ଟି ହେଉଛି?

ଆରବ ସାଗର ତୁଳନାରେ ବଙ୍ଗୋପ ସାଗର ତଟରେ କାହିଁକି ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ? ଏହାର କାରଣ ହେଉଛି  ପୂର୍ବତଟବର୍ତ୍ତୀ ଅଞ୍ଚଳରେ ଥିବା ବଙ୍ଗୋପ ସାଗର ତୁଳନାରେ ଆରବ ସାଗର ଖୁବ୍ ଅଧିକ ଥଣ୍ଡା। ପାଣିପାଗ ବିଶେଷଜ୍ଞଙ୍କ ମତରେ ଥଣ୍ଡା ସାଗାର ତୁଳନାରେ ଗରମ ସାଗରରେ ବାତ୍ୟା ଅଧିକ ଆସିଥାଏ। ଉଲ୍ଲେଖନୀୟ ଯେ, ଇତିହାସର ୩୬ ସବୁଠାରୁ ଘାତକ ଟ୍ରପିକାଲ ସାଇକ୍ଳୋନ୍ ଭିତରୁ ୨୬ଟି  ବାତ୍ୟା ବଙ୍ଗୋପ ମହାସାଗରରେ ହୋଇଛି।

ବଙ୍ଗୋପ ମହାସାଗରରେ ସୃଷ୍ଟି ହେଉଥିବା ଅଧିକାଂଶ ବାତ୍ୟାର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିଥାଏ। ଏହାଛଡା ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ତାମିଲନାଡୁ ମଧ୍ୟ ଏଥିରେ ପ୍ରଭାବିତ ହୋଇଥାଏ। ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ ସହ ଲାଗିଥିବା ରାଜ୍ୟର ଭୂମି ପଶ୍ଚିମ ଉପକୂଳବର୍ତ୍ତର ରାଜ୍ୟ ଗୁଡିକର ଭୂମି ତୁଳନାରେ ଅଧିକ ସମତଳ ରହିଥାଏ। ଏହି କାରଣରୁ ଏଠାରେ ମାଡ ହେଉଥିବା ବାତ୍ୟା ଆଉ ମୋଡି ପାରିନଥାଏ। ସେଭଳି ପଶ୍ଚିମ ତଟତରେ ଥିବା ଝଡର ଦିଗ ସବୁବେଳେ ବଦଳି ଯାଇଥାଏ।

ଭାରତରେ ଆସୁଥିବା ୫ଟି ସମୁଦ୍ର ବାତ୍ୟା ଭିତରୁ ୪ଟି ପୂର୍ବ ଦିଗ ସହିତ ମାଡ ହୋଇଥାଏ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ବାତ୍ୟା  ଦକ୍ଷିଣ ଚୀନ୍ ସାଗର ଦେଇ  ବଙ୍ଗୋପସାଗରରେ ପହଁଞ୍ଚିଥାଏ।  ଏହି କାରଣରୁ ପୂର୍ବ ଦିଗରେ ଅଧିକ ଚାପ ରହିଥାଏ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଅପ୍ରେଲରୁ ଡିସେମ୍ବର ପର୍ଯ୍ୟନ୍ତ ହେଉଛି ବାତ୍ୟା ଅନୁକୂଳ ପାଗ। କିନ୍ତୁ ୬୫ ଭାଗ ବାତ୍ୟା ବର୍ଷର ଶେଷ ୪ ମାସ ସେପ୍ଟେମ୍ବରଠାରୁ ଡିସେମ୍ବର ଭିତରେ ହୋଇଥାଏ।  

ସାରା ବିଶ୍ବରେ ଗତ ୨୦୦ ବର୍ଷ ଭିତରେ ହୋଇଥିବା ଟ୍ରପିକାଲ୍ ସାଇକ୍ଲୋନ ଦ୍ବାରା ସାରା ବିଶ୍ବରେ ମୋଟ ୪୦ ପ୍ରତିଶତ କେବଳ ବାଂଲାଦେଶରେ ହୋଇଛି, ସେଭଳି ଭାରତରେ ଏକ ଚତୁର୍ଥାଂଶ ଜୀବନ ଯାଇଛି। ଗୁଜରାଟ ଇନଷ୍ଟିଚ୍ୟୁଟ୍ ଅଫ ଡେଭଲପମେଣ୍ଟ ରିସର୍ଚ୍ଚର ଆସେସମେଣ୍ଠ ଅଫ୍ ଭଲନେରୋବିଲିଟି ଟୁ ସାଇକ୍ଲୋନ୍ ଆଣ୍ଡ ଫ୍ଲଡସର ପୁରୁଣା ରିପୋର୍ଟ ଅନୁସାରେ ପୂର୍ବ ଦିଗକୁ ଆସୁଥିବା ୪୮ ପ୍ରତିଶତ ବାତ୍ୟା ଏକାକୀ ଓଡିଶାକୁ ପ୍ରଭାବିତ କରିଥାଏ। ସେଭଳି ୨୨ ପ୍ରତିଶତ ଆନ୍ଧ୍ରପ୍ରଦେଶରେ ଆସିଥାଏ। ଏହାଛହା ପଶ୍ଚିମବଙ୍ଗରେ ୧୮.୫ ପ୍ରତିଶତ ଓ ତାମିଲନାଡୁରେ ୧୧.୫ ପ୍ରତିଶତ ବାତ୍ୟା ପ୍ରଭାବିତ କରିଥାଏ।

   ସମ୍ବନ୍ଧିତ ଖବର


ଗାନ୍ଧୀଙ୍କ ପଥରେ ମୋଦି ସରକାର ! CHAMPIONS ସାହାଯ୍ୟରେ ଚମ୍ପିୟନ ହେବ MSME ସେକ୍ଟର..

୪.୨୫ କୋଟି ଟଙ୍କାରେ ବିକ୍ରୀ ହେଲା ୩୫ ବର୍ଷ ପୁରୁଣା ଜୋତା, ଜାଣନ୍ତୁ କାହିଁକି ଏତେ ଦାମ

୪୫ରେ ବି ୨୫ ବର୍ଷିୟା ଲାଗନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ ତାଙ୍କର ସୌନ୍ଦର୍ଯ୍ୟର ରହସ୍ୟ

ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍

ମାଗଣାରେ ପ୍ରବାସୀ ଶ୍ରମିକଙ୍କ ବୋଝ ଉଠାଉଛନ୍ତି ୮୦ ବର୍ଷୀୟ ‘ସୁଫୀ ସନ୍ଥ’

ଚାକିରିର ଶେଷ ଦିନରେ କାର୍ଯ୍ୟାଳୟର ଚଟାଣରେ ଶୋଇଲେ ଆଇପିଏସ୍ ଅଧିକାରୀ, ସୋସିଆଲ ମିଡିଆରେ ଫଟୋ ଭାଇରାଲ