ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

୨୩ ଓ ୨୪ରେ ପାଳନ କରାଯିବ କାହ୍ନାର ଜନ୍ମଦିନ: ଜାଣନ୍ତୁ କାହିଁକି ୨ ଦିନ ପାଳନ କରାଯାଏ ଜନ୍ମାଷ୍ଟମୀ ଏବଂ ଶୁଭ ମୁହୂର୍ତ୍ତ

ନୁଆଦିଲ୍ଲୀ ୨୨/୮: ଜନ୍ମାଷ୍ଟମୀ ହିନ୍ଦୁମାନଙ୍କ ଏକ ମୁଖ୍ୟ ପର୍ବ । ଏହି ପର୍ବ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ରୂପେ ପାଳନ କରାଯାଏ । ଏଥର ୨୩-୨୪ ଅଗଷ୍ଟରେ ଜନ୍ମାଷ୍ଟମୀ ପାଳନ କରାଯିବ । ସାଧୁ-ସନ୍ଯାସୀ, ଶୈବ ସମ୍ପ୍ରଦାୟ ଶୁକ୍ରବାର ଅର୍ଥାତ୍ ୨୩ ଅଗଷ୍ଟ ଏବଂ ବୈଷ୍ଣବ ସମ୍ପ୍ରଦାୟଙ୍କ ମନ୍ଦିରରେ ୨୪ ଅଗଷ୍ଟରେ ଜନ୍ମାଷ୍ଟମୀ ପାଳନ କରାଯିବ । କୁହାଯାଏ ଯେ ପ୍ରଥମ ଦିନ ସାଧୁ-ସନ୍ଯାସୀ, ଶୈବ ସମ୍ପ୍ରଦାୟ ପ୍ରତି ବର୍ଷ ଜନ୍ମାଷ୍ଟମୀ ପାଳନ କରନ୍ତି ଏବଂ ଦ୍ୱିତୀୟ ଦିନ ବୈଷ୍ଣବ ସମ୍ପ୍ରଦାୟ ଏହି ପର୍ବକୁ ପାଳନ କରିଥାନ୍ତି ।

ଅଷ୍ଟମୀରେ ରୋହିଣୀ ନକ୍ଷତ୍ରରେ ହୋଇଥିଲା ଭଗବାନଙ୍କ ଜନ୍ମ
କୁହାଯାଏ ଭଗାବନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରପଦ ଅର୍ଥାତ୍ ଭାଦ୍ରବ ମାସରେ କୃଷ୍ଣ ପକ୍ଷର ଅଷ୍ଟମୀର ରୋହିଣୀ ନକ୍ଷତ୍ରରେ ହୋଇଥିଲା । ଅଷ୍ଟମୀ ତିଥିର ମହତ୍ୱ ସବୁଠାରୁ ଅଧିକ । ତେବେ କିଛି ଲୋକ ରୋହିଣୀ ନକ୍ଷତ୍ରରେ ହିଁ ଜନ୍ମାଷ୍ଟମୀ ପର୍ବ ପାଳନ କରନ୍ତି । ଏଥିପାଇଁ ଜନ୍ମାଷ୍ଟମୀ ପର୍ବ ୨ ଦିନ ଧରି ପାଳନ କରାଯାଏ । କାରଣ ଏଥର ୨୩ ଅଗଷ୍ଟରେ ଜନ୍ମାଷ୍ଟମୀ ତିଥି, କିନ୍ତୁ ରୋହିଣୀ ନକ୍ଷତ୍ର ୨୪ ଅଗଷ୍ଟରେ ପଡୁଛି ।

ଜନ୍ମାଷ୍ଟମୀର ଶୁଭ ମୁହୂର୍ତ୍ତ
ଜନ୍ମାଷ୍ଟମୀ ତିଥି- ୨୩ ଅଗଷ୍ଟ ଓ ୨୪ ଅଗଷ୍ଟ

ଅଷ୍ଟମୀ ତିଥି ପ୍ରାରମ୍ଭ- ୨୩ ଅଗଷ୍ଟ ୨୦୧୯ ସକାଳ ୮ଟା ୯ ମିନିଟ୍

ଅଷ୍ଟମୀ ତିଥି ସମାପ୍ତ- ୨୪ ଅଗଷ୍ଟ ୨୦୧୯ ସକାଳ ୮ଟା ୩୨ ମିନିଟ୍

ରୋହିଣୀ ନକ୍ଷତ୍ର ପ୍ରାରମ୍ଭ- ୨୪ ଅଗଷ୍ଟ ୨୦୧୯ ସକାଳ ୩ ଟା ୪୮ ମିନିଟ୍

ରୋହିଣୀ ନକ୍ଷତ୍ର ସମାପ୍ତ- ୨୫ ଅଗଷ୍ଟ୨୦୧୯ ସକାଳ ୪ଟା ୧୭ ମିନିଟ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.