ଏବେ ବାଦୁଡ଼ିଙ୍କ ଯୋଗୁ ବିପଦରେ କୋଆଲା

ନ୍ୟୁୟର୍କ ୨୩/୪ : ବାଦୁଡିଙ୍କ ଦେହରୁ ବ୍ୟାପିଥିବା କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିଲାବେଳେ ଏବେ ସେମାନଙ୍କ ଦେହରେ ଥିବା ଆଉ ଏକ ଭାଇରସ ଯୋଗୁ କୋଆଲା ବଂଶ ବିଲୁପ୍ତ ହୋଇଯାଇପାରେ ବୋଲି ଗବେଷକମାନେ ମତ ଦେଇଛନ୍ତି । କୋଆଲା ହେଉଛି ଅଷ୍ଟ୍ରେଲିଆ ଏବଂ ଅନ୍ୟ କେତେକ ଦେଶରେ ଦେଖାଯାଉଥିବା ଏକ ସ୍ତନ୍ୟପାୟୀ ଜୀବ । ଏମାନେ ଅଧିକାଂଶ ସମୟରେ ଗଛ ଉପରେ ରୁହନ୍ତି । ଗବେଷକମାନେ କହିଛନ୍ତି ଯେ ବାଦୁଡି ଦେହରେ ବିଭିନ୍ନ ପ୍ରକାର ସଂକ୍ରାମକ ଭାଇରସ ରହିଛି ।

ସେମାନଙ୍କ ଦେହରେ ଥିବା ଏକ ସଂକ୍ରାମକ ରେଟ୍ରୋଭାଇରସ (ଆରଭି) କୋଆଲାମାନଙ୍କୁ ରୋଗଗ୍ରସ୍ତ କରିପାରେ । ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହେଲେ କୋଆଲାମାନେ ଦୃଷ୍ଟିଶକ୍ତି ହରାଇବା ସହିତ କ୍ୟାନ୍‌ସର, କିଡ୍‌ନି ଖରାପ ହେବା ଏବଂ ଅନ୍ୟ କିଛି ଶାରୀରିକ ସମସ୍ୟାର ସମ୍ମୁଖୀନ ହେବେ । ଜଙ୍ଗଲ ନିଆଁ ଯୋଗୁ କୋଆଲାଙ୍କ ଜୀବନ ପ୍ରତି ଯେତିକି ବିପଦ ସୃଷ୍ଟି ହେବ, ଏହି ଭାଇରସ ଯୋଗୁ ସେମାନଙ୍କ ଜୀବନ ପ୍ରତି ଅଧିକ ବିପଦ ସୃଷ୍ଟି ହେବ ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ, କରୋନା ଯୋଦ୍ଧାଙ୍କୁ ଝୁରିଲେ ଲୋକେ

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର