PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

‘ପ୍ରମେୟ’ ପ୍ରଭାବ : ୧୨ ଦିନ ପରେ ଫେରିଲା ‘କୋକୋ’, କଟକ ଶୁଆ ଭୁବନେଶ୍ୱରରୁ ହେଲା ଉଦ୍ଧାର

କଟକ, ୧୮/୦୧: ତୁଳସୀପୁର ମଧୁସୂଦନ ନଗରରୁ ନିରୁଦ୍ଦିଷ୍ଟ ହୋଇଯାଇଥିବା ଶୁଆ ‘କୋକୋ’ ଆଜି ତାର ଘରକୁ ଫେରିଛି । ତାକୁ ଭୁବନେଶ୍ୱର କେଶୁରା କୁଆଖିଆ ନଦୀ କୂଳରୁ ଉଦ୍ଧାର କରାଯିବା ପରେ ଆଜି ‘କୋକୋ’ର ମାଲିକାଣୀ ତଥା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଷ୍ଟାଣ୍ଡାର୍ଡ ଏବଂ ଟେକ୍ନୋଲୋଜି (ନିଷ୍ଟ)ର ପ୍ରଫେସର ସୁସ୍ମିତା ବେହେରା ଚିହ୍ନଟ କରି ତାକୁ ଘରକୁ ଆଣିଛନ୍ତି । ୧୨ ଦିନ ପରେ ‘କୋକୋ’କୁ ଦେଖିବା ପରେ ସୁସ୍ମିତା, ସ୍ୱାମୀ ଦୁର୍ଗେଶ ଏବଂ ପୁଅ ଧବମୁନ୍ୟୁ ଆତ୍ମବିଭୋର ହୋଇଯାଇଥିଲେ । ୧୨ ଦିନ ହେବ ଖିଆପିଆ କରିନଥିବାରୁ ‘କୋକୋ’ ଅସୁସ୍ଥ ହୋଇପଡ଼ିଥିବାରୁ ତାକୁ ଚିକିତ୍ସା କରିଥିଲେ । ଏବେ କୋକୋ ସୁସ୍ଥ ଥିବା ସୁସ୍ମିତା କହିଛନ୍ତି ।

ଗତ ୫ ତାରିଖ ଦିନ ସୁସ୍ମିତାଙ୍କ ଘରକୁ ଜଣେ ବ୍ୟକ୍ତି ମାସ୍କ ପିନ୍ଧି ଆସିଥିଲେ । ତାଙ୍କୁ ଦେଖି ‘କୋକୋ’ ଉଡ଼ି ପଳାଇଥିଲା । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସେ ମିଳିନଥିଲା । ଏହାପରେ ସୁସ୍ମିତାଙ୍କ ପରିବାର ଲିଫ୍‌ଲେଟ୍‌ କରି ତୁଳସୀପୁରରେ ବାଣ୍ଟିଥିଲେ । ତଥାପି ନ ମିଳିବାରୁ ଖବରକାଗଜରେ ଲିଫ୍‌ଲେଟ୍‌ ବାଣ୍ଟିଥିଲେ । କୋକୋକୁ ଖୋଜିଦେଲେ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କଲେ । ଏ ବିଷୟରେ ଗତ ୧୫ ତାରିଖରେ ‘ପ୍ରମେୟ’ରେ ଖବର ପ୍ରକାଶ ପାଇଥିଲା । ସୁସ୍ମିତାଙ୍କ ପରିବାର ମଧ୍ୟ ରାତି ୪ଟାରୁ ଉଠି ଖୋଜାଖୋଜି କରୁଥିଲେ । ଠାକୁରଙ୍କୁ ଡାକୁଥିଲେ । ଅନ୍ୟପକ୍ଷରେ ମକର ସଂକ୍ରାନ୍ତି ଦିନ ଭୁବନେଶ୍ୱର କେଶୁରା କୁଆଖାଇ ନଦୀ କୂଳରେ ଥିବା ପୁରୁଣୀ ମା’ ମନ୍ଦିରରେ ପୂଜା ହେଉଥିଲା । ବର୍ଷାରେ ଓଦା ହୋଇ ‘କୋକୋ’ ସେହି ମନ୍ଦିର ପ୍ରାଙ୍ଗଣରେ ପଡ଼ିଥିଲା । ତାକୁ କେଶୁରାର ମନୋଜ କୁମାର ସ୍ୱାଇଁ ଏବଂ ଭଟ୍ଟ ସ୍ୱାଇଁ ପାଇ ଘରକୁ ନେଇଥିଲେ । ମନୋଜଙ୍କ ପତ୍ନୀ ମାମିନା ପ୍ରଧାନ ‘କୋକୋ’ର ନିରୁଦ୍ଦିଷ୍ଟ ଖବର ଦେଖିବା ପରେ ସୁସ୍ମିତାଙ୍କୁ ଖବର ଦେଇଥିଲେ । ଆଜି ସୁସ୍ମିତା ଏବଂ ତାଙ୍କ ପରିବାର ଯାଇ ‘କୋକୋ’କୁ ଚିହ୍ନଟ କରିଥିଲେ । ତେବେ ‘କୋକୋ’କୁ ପାଇବାରେ ଯେଉଁମାନେ ସହାୟତା କରିଛନ୍ତି ସମସ୍ତଙ୍କୁ ସୁସ୍ମିତାଙ୍କ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।