ବଡ଼ଗଡ଼ ବ୍ରିଟ୍‌ କଲୋନିରେ ଥମିନି ଆତଙ୍କ ! କୋଲକାତା ଫେରନ୍ତାଙ୍କ ଚାଲିଛି ଯା’ଆସ…

ଭୁବନେଶ୍ୱର, ୭/୫: କୋଲକାତା ଫେରନ୍ତାକୁ କେନ୍ଦ୍ର କରି ବଡ଼ଗଡ଼ ବ୍ରିଟ୍‌ କଲୋନିରେ ଲାଗି ରହିଥିବା ଆତଙ୍କ ଏଯାଏ ଥମିନି । ମଙ୍ଗଳବାର ସକାଳେ ଇ/ଏ କଲୋନିର ଏକ ଘରେ ୯ଜଣ କୋଲକାତା ଫେରନ୍ତା ପଶିଥିଲେ । ଲୋକେ ଏହା ଜାଣିପାରି ହୋ-ହଲ୍ଲା କରିବାରେ ୨ଜଣ କେଉଁଆଡ଼େ ପଳାଇଲେ । ଲୋକେ ରାସ୍ତାରେ ଧାରଣା ଦେବାରେ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳ ତନଖି ଫେରିଥିଲା । ଏହାପରେ ବିଏମ୍‌ସି ପକ୍ଷରୁ ଉକ୍ତ ଘର ସାମ୍ନାରେ ହୋମ କ୍ୱାରେଣ୍ଟାଇନ୍‌ ବୋଲି ପ୍ଲାକାର୍ଡ ଲଗା ଯାଇଥିଲା ।

ବିଏମ୍‌ସି ଏହା ଲେଖିଦେଇ ଚାଲିଗଲା ପରେ ଉକ୍ତ ଘରକୁ ନାନାଦି ଲୋକଙ୍କ ଯା’ଆସ ଚାଲିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଖରାବେଳେ ଏକାଧିକ କାର୍‌ ଉକ୍ତ ଘର ସାମ୍ନାରେ ଲାଗୁଛି । କିଛି ଲୋକ ସେଥିରୁ ବାହାରି ଉକ୍ତ କ୍ୱାରେଣ୍ଟାଇନ୍‌ ଘରେ ପଶୁଛନ୍ତି । କିଛି ସମୟ ପରେ ବାହାରି କୁଆଡ଼େ ଯାଉଛନ୍ତି । ଉକ୍ତ ଘରେ ଏବେ କେତେ ଲୋକ ପଶିଛନ୍ତି ତାହା ଜାଣିବା ବିଏମ୍‌ସି ପକ୍ଷରେ ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଖାଲି ସେତିକି ନୁହେଁ ଉକ୍ତ କ୍ୱାରେଣ୍ଟାଇନ୍‌ ଘରୁ ବର୍ଜ୍ୟ ପଦାର୍ଥ ଆଣି ବାହାରେ ଫିଙ୍ଗା ଯାଉଛି । ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳୀୟ କଳା ଶୈଳୀ ଅନୁସାରେ ହେବ ଶ୍ରୀମନ୍ଦିର ଦ୍ୱାର ନିର୍ମାଣ କାର୍ଯ୍ୟ- ରୂପା ଛାଉଣୀ କାର୍ଯ୍ୟ ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହେବ

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ

ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି