କୋଲକାତା ଦୋକାନରେ ବିଭିନ୍ନ ଦଳୀୟ ଚିହ୍ନ ଥିବା ମିଠା ବିକ୍ରି: ସଚେତନତା ବଢ଼ାଇବାକୁ କରାଯାଉଛି ପ୍ରୟାସ

କୋଲ୍କାତା ୨୩।୩: ଭୋଟ୍ ଦାନ ବିଷୟରେ ସଚେତନତା ବଢ଼ାଇବାକୁ ହାଓଡ଼ାର ଗୋଟାଏ ମିଠା ଦୋକାନ ରାଜନୈତିକ ଦଳଗୁଡ଼ିକର ଚିହ୍ନ ଖୋଦେଇ ହୋଇଥିବା ମିଠା ବିକ୍ରି କରୁଛନ୍ତି।

ଦୋକାନରେ ଭରି ରହିଛି ଛେକକୁ ଛେକ ଭିନ୍ନ ଭିନ୍ନ ଦଳୀୟ ଚିହ୍ନ ଥିବା ରଙ୍ଗିନ ମିଠା ସବୁ। ବିଜେପିର ପ୍ରତିନିଧିତ୍ୱ କରୁଥିବା ସବୁଜ ଓ କମଳା ରଙ୍ଗର ମିଠା ରଖା ଯାଇଛି ତା’ର ତୀବ୍ର ପ୍ରତିଦ୍ୱନ୍ଦ୍ୱୀ ସିପିଏମ୍ ସଙ୍କେତ ଖୋଦିତ ମିଠା ପାଖରେ।
ଗଣମାଧ୍ୟମକୁ ବିବୃତି ଦେଇ ଦୋକାନ ମାଲିକ ପ୍ରଦୀପ ହଲଦାର୍ କହିଛନ୍ତି, ନିର୍ବାଚନ କମିସନ୍ ନିର୍ବାଚନ ତାରିଖ ଘୋଷଣା କରି ସାରିଥିବାରୁ ମିଠା ଜରିଆରେ ଭୋଟ୍ ଦାନ ପାଇଁ ସଚେତନତା ସୃଷ୍ଟି କରିବାକୁ ମୁଁ ଚିନ୍ତା କଲି। ଏହାଦ୍ୱାରା କିଛି ଲାଭ ବି ବଢ଼ିବ। ଏଇଟା ଗୋଟାଏ ନୂଆ ତରିକା। ତାଙ୍କ ମିଠାଗୁଡ଼ିକ ମଧ୍ୟରୁ ଲୋକେ ଟିଏମ୍ସି ଓ ବିଜେପି ଚିହ୍ନ ଥିବା ମିଠା ନେଉଛନ୍ତି ବୋଲି ସେ କହିଛନ୍ତି।