କୋଲକାତା ଫେରନ୍ତା କରୋନା ଚିନ୍ତା! ଯାଜପୁରରେ ୩୬ ଆକ୍ରାନ୍ତ,ସମସ୍ତଙ୍କର କୋଲକାତା ଲିଙ୍କ

ଭୁବନେଶ୍ୱର ଏପ୍ରିଲ ୩୦ – ଏବେ ବିଦେଶ ନୁହଁ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଭୟ । ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ଅଧିକାଂଶ କରୋନା ଆକ୍ରାନ୍ତଙ୍କର କୋଲକତା ଲିଙ୍କ୍‌ । ଏପ୍ରିଲ ୩୦ ତାରିଖରେ ଯାଜପୁରରେ ମୋଟ୍‌ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକାଳେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କର କୋଲକାତା ଲିଙ୍କ ।

ଏବେ କୋଲକତା ଫେରନ୍ତାଙ୍କୁ ନେଇ ଚିନ୍ତା ବଢିଲାଣି । ଅନେକଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯାଉ ନଥିଲେ ବି କରୋନା ପଜେଟିଭ୍‌ ଜଣା ପଡିଛନ୍ତି। ଗୁରୁବାରରେ ଚିହ୍ନଟ ହୋଇଥିବା ପଜେଟିଭ୍‌ଙ୍କ ମଧ୍ୟରେ ୨୯ ବର୍ଷୀୟ ପୁରୁଷ, ୩୮ ବର୍ଷୀୟ ପୁରୁଷ, ୩୫ ବର୍ଷୀୟ ପୁରୁଷ, ୪୦ ବର୍ଷୀୟ ମହିଳା, ୨୦ ବର୍ଷୀୟ ପୁରୁଷ, ୨୦ ବର୍ଷୀୟ ମହିଳା, ୮୫ ବର୍ଷୀୟ ମହିଳା, ୩ ବର୍ଷର ପୁଅ, ୩୪ ବର୍ଷୀୟ ପୁରୁଷ, ୩ ବର୍ଷର ଝିଅ, ୩୬ ବର୍ଷୀୟ ମହିଳା, ୫୨ ବର୍ଷର ମହିଳା, ଓ ୬୨ ବର୍ଷର ମହିଳା ଅଛନ୍ତି ।

ଯାଜପୁରରେ ଆହୁରି ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟଙ୍କ ସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ରେ ପହଞ୍ଚିଛି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି ।

   ସମ୍ବନ୍ଧିତ ଖବର


ଆଜିଠୁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା: ୩୮ ମଣ୍ଡପରେ ପୂଜା ପାଇବେ ପଦ୍ମାଳୟା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ନଭେମ୍ବର ୧ରୁ ଉତ୍ତରରେ, ୩ରେ ଉପକୂଳରେ ବର୍ଷା ସମ୍ଭାବନା

ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି