ସୂର୍ଯ୍ୟମନ୍ଦିର ସଂରକ୍ଷଣ ଅନୁଧ୍ୟାନ କଲେ ଆମିକସ୍‌ କ୍ୟୁରି: ଡିସେମ୍ବରରେ ଖୋଲା ହେବ ଲୁହା ଭାରା

କୋଣାର୍କ ୧୪/୯ : କୋଣାର୍କ ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ ପାଇଁ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଏନ୍‌. କେ ମହାନ୍ତି ଆଜି କୋଣାର୍କ ଗସ୍ତରେ ଆସି ସୂର୍ଯ୍ୟମନ୍ଦିର ଅନୁଧ୍ୟାନ କରିଛନ୍ତି । ଅପରାହ୍ଣ ୩ଟାରେ ଏଠାରେ ପହଞ୍ଚିବା ପରେ ପ୍ରାୟ ୨ ଘଣ୍ଟା କାଳ ସୂର୍ଯ୍ୟମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ତାଙ୍କ ସହିତ ଏଏସ୍‌ଆଇ ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଆମିକସ କ୍ୟୁରି ୫ଟି କଥା ଉପରେ ଗୁରୁତ୍ୱାରୋପ କରିଥିଲେ । ସୂର୍ଯ୍ୟମନ୍ଦିର କାରୁକାର୍ଯ୍ୟ, ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଦିଆଯାଉଥିବା କେମିକାଲ ଠିକ୍‌ ଅଛି କି ନାହିଁ, ଦୀର୍ଘ ୧୫ ବର୍ଷ ହେବ ଏହି ଲୁହା ଭାରା କିଭଳି ଅଛି ତାହା ପ୍ରଥମେ ପରୀକ୍ଷା ହେବ । ପିଢ଼ାକୁ ସହାୟକ ଭାରା ଦିଆଯିବା ପରେ ଲୁହା ଭାରା ଖୋଲାଯିବ ।

ସେଥିପାଇଁ ଅସ୍ଥାୟୀ ସହାୟକ ଭାରା ବ୍ୟବସ୍ଥା କରାଯାଇ ଲୁହା ଭାରା ଖୋଲା ହେବ । ୧୯୦୩ ମସିହାରୁ ଜଗମୋହନରେ ବାଲି ଭର୍ତ୍ତି ହୋଇ ରହିଛି । ଏହି ବାଲିକୁ ସିବିଆର୍‌ଆଇ(ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌), ରୁର୍‌କୀ ଟିମ୍‌ ପରୀକ୍ଷା ପାଇଁ ନେଇଥିଲେ । ବର୍ତ୍ତମାନ ଜଗମୋହନ ଭିତରେ ଭର୍ତ୍ତି ହୋଇଥିବା ବାଲି ୧୭ଫୁଟ ଦବି ଥିବା ସିବିଆର୍‌ଆଇ ରିପୋର୍ଟ ଦେଇଛି । ଏହି ବାଲି କଢ଼ା ଯିବା ପରେ ଦୀର୍ଘ ଦିନ ରହିପାରୁଥିବା ହାଲକା ବାଲି ପୁନର୍ବାର ଭର୍ତ୍ତି କରାଯିବ । ୧୬ ମେଟ୍ରିକ ଟନ୍‌ ବାଲି ଜଗମୋହନ ଭିତରେ ଭର୍ତ୍ତି କରାଯିବ । ସମୁଦ୍ରରୁ ଆସୁଥିବା ଲୁଣି ପବନକୁ ରୋକିବା ପାଇଁ ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ରେ ସବୁଜ ବଳୟ ସୃଷ୍ଟି କରାଯିବ । ସୂର୍ଯ୍ୟମନ୍ଦିର ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ଆମିକସ କ୍ୟୁରି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ସୂଚନା ଥାଉ କି ଗତ ଅଗଷ୍ଟ ୧୨ତାରିଖରେ ଆମିକସ କ୍ୟୁରି ଶ୍ରୀ ମହାନ୍ତି ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରିଥିଲେ । ଜଗମୋହନ ଦ୍ୱାର, ଦକ୍ଷିଣ ଦ୍ୱାର, ଛାୟାଦେବୀ ମାୟାଦେବୀ ମନ୍ଦିର, ଜଗମୋହନର ଆଭ୍ୟନ୍ତରୀଣ ଅବସ୍ଥା, ଉତ୍ତର ଦ୍ୱାର, ଦକ୍ଷିଣ ଦ୍ୱାର ସମ୍ମୁଖରେ ବନ୍ଧା ଯାଇଥିବା ଲୁହା ଭାରା, ବର୍ଷା ପାଣି ଜମୁଥିବା ସ୍ଥାନ, ବର୍ଷା ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା ଆଦି ଅନୁଧ୍ୟାନ କରିଥିଲେ । ମନ୍ଦିର ଗଠନ ପ୍ରଣାଳୀକୁ ପୁନର୍ଜୀବିତ କରିବା, ବର୍ଷା ଜଳ ନିଷ୍କାସନ ନିମନ୍ତେ ବିଶେଷ ଧ୍ୟାନ ଦେବା, ମନ୍ଦିର ଭିତରୁ ବାଲି କଢ଼ାଯିବ କି ନାହିଁ ସେ ସମ୍ପର୍କରେ ଖୁବଶୀଘ୍ର କୋଣାର୍କରେ ଏଏସ୍‌ଆଇ ଓ ଷ୍ଟିୟରିଂ କମିଟି ମିଳିତ ବୈଠକରେ ଆଲୋଚନା ହେବ ବୋଲି ଆମିକସ କ୍ୟୁରି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ହାତୀ ଆକ୍ରମଣରେ ଜଣେ ମୃତ, ସୁରକ୍ଷା ଦାବି କଲେ ସ୍ଥାନୀୟ ଲୋକେ

ଫେସବୁକ୍‌ରେ ପ୍ରେମ ନିବେଦନ ପଡ଼ିଲା ମହଙ୍ଗା : ବିଚ୍‌ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼େଇଲେ ବିବାହିତା ମହିଳା

‘ମୋତେ ମୋ ବ୍ଲେଡ୍‌ ଦିଅ, ମୁଁ ମୋ ହାତକୁ ଆହୁରି କାଟିବି…’, ଯୁବକ ଛାଡି ପଳାଇଲେ ବୋଲି ରାସ୍ତା ମଝିରେ ହାତ କାଟି ହାଇଡ୍ରାମା କଲେ ନାବାଳିକା

ଆପ୍‌ରେ ହେବ ଚିଲିକା ପାଇଁ ଅନ୍‌ଲାଇନ୍‌ ଡଙ୍ଗା ବୁକିଂ, ନଭେମ୍ବର ଶେଷ ସୁଦ୍ଧା ମିଳିବ ସୁବିଧା

ସମ୍ପର୍କରେ କଳଙ୍କ: ବିଧବାଙ୍କୁ ଦୁଷ୍କର୍ମ କଲା ଦେଡ଼ଶୁର