PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀମପୁର ନିକଟରେ ଚାଲିଥିଲା ଜୁଆ ଖେଳ, ଆଡ୍ଡା ଉପରେ ଚଢ଼ଉ କଲା ଜରଡା ପୁଲିସ, ୧ଲକ୍ଷ ୬୬ହଜାର ୪୬୦ ଟଙ୍କା ସହ ୮ ବାଇକ ଓ ୬ ମୋବାଇଲ ଫୋନ୍ ଜବତ, ୧୦ ଗିରଫ
  • ||
  • ପାରାଦୀପ: ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ,ହାଇଡ୍ରା ମେସିନ୍ ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ
  • ||
  • ବଡମ୍ବା: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ଜଣ ଆହତ ହୋଇ ଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର
  • ||
  • ଖୁଣ୍ଟା: କୂଅ ଭିତରୁ ମଲା ଛେଳି ଉଦ୍ଧାର କରିବାକୁ ଯାଇ ଶବ ପାଲଟି ଗଲେ ଯୁବକ, ଅଣନିଶ୍ୱାସୀ ହୋଇ ଜୀବନ ହାରିଲେ…
  • ||
  • ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଦୁର୍ବୃତ୍ତଙ୍କ ଆତଙ୍କରାଜ, ଏକାଧିକ ଗାଡି ଭାଙ୍ଗିଲେ
  • ||
  • କଟକ: ଆଜିଠୁ ଖୋଲିବ ଅଟୋମୋବାଇଲ୍‌ ସୋ-ରୁମ୍‌, ଆରମ୍ଭ ହେବ ନୂଆ ଗାଡ଼ି ପଞ୍ଜୀକରଣ
  • ||
  • ନୀଳଗିରି: ଗାଁ ଭିତରକୁ ପଶିଲା ଭାଲୁ, ନାକେଦମ ହେଲା ବନ ବିଭାଗ
  • ||
  • ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଆଇସିୟୁରେ ଚାଲିଛି ଚିକିତ୍ସା
  • ||
  • କାମାକ୍ଷାନଗର: ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଗୁଳିମାଡରେ ୩ ଗୁରୁତର
  • ||
  • ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା , ୩ ଗିରଫ
  • ||
  • ଓଡ଼ିଶାରେ ହ୍ରାସ ପାଉଛି କରୋନା ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ, ୩୯ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ସମ୍ଭାବନା; ୧୮ ଓ ୧୯ରେ ବର୍ଷା ବଢ଼ିବ, ୨୦ରୁ ପାଗ ବଦଳିବ
  • ||
  • ଭୁବନେଶ୍ୱର: ପଳାଶୁଣି ଓଭରବ୍ରିଜ ନିକଟରେ ଓଲଟିଲା କାଙ୍କଡ ବୋଝେଇ ଟ୍ରକ , ଘରକୁ ବୋହି ନେଲେ ଲୋକେ
  • ||
  • ବ୍ରହ୍ମପୁର: ଏମ୍‌କେସିଜିରେ ଅଦ୍ଭୁତ ଶିଶୁ ଜନ୍ମ, କପାଳରେ ରହିଛି ୨ଟି ଆଖି ଓ ନାକ
  • ||
  • ଭୁବନେଶ୍ୱର: ଆଜିଠୁ ଆଂଶିକ ଲକଡାଉନ୍: ୧୭ ଜିଲ୍ଲାରେ ଅପରାହ୍ଣ ୫ ଯାଏ ଦୋକାନ ଖୋଲା, ୧୩ ଜିଲ୍ଲାରେ ଦିନ ଗୋଟାଏ ଯାଏ କଟକଣା କୋହଳ
  • ||
  • ଓଡ଼ିଶାରେ ନୂଆ ଡିଜିପି ତଲାସ ଆରମ୍ଭ, ଦୌଡ଼ରେ ୧୪ ବରିଷ୍ଠ ଆଇପିଏସ୍‌ ଅଫିସ
  • ||

ଲୁହା ପାଇପ୍‌ ମୁକ୍ତ ହେବ ସୂର୍ଯ୍ୟମନ୍ଦିର

କୋଣାର୍କ ୪/୯ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଲୁହା ପାଇପ୍‌ ଆବଦ୍ଧରୁ ମୁକ୍ତ ହେବ । ଦୀର୍ଘ ବର୍ଷ ହେବ ଏହି ଲୁହା ପାଇପ୍‌ ମନ୍ଦିରରେ ବନ୍ଧା ହୋଇ ରହିଛି । ମଙ୍ଗଳବାର ସିବିଆର୍‌ଆଇ (ସେଣ୍ଟ୍ରାଲ୍‌ ବିଲ୍ଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌), ରୁର୍‌କୀର ପ୍ରତିନିଧି ଦଳ ଓ ଏଏସ୍‌ଆଇ ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ମଙ୍ଗଳବାର ପୂର୍ବାହ୍ନରେ ଏକ ୩ଜଣିଆ ସିବିଆର୍‌ଆଇ ପ୍ରତିନିଧି ଦଳ, ଏଏସ୍‌ଆଇ(ଭାରତୀୟ ପତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା)ର ପଦାଧିକାରୀ ସୂର୍ଯ୍ୟମନ୍ଦିରର ଭିତ୍ତିଭୂମି, ଜଗମୋହନର ଆଭ୍ୟନ୍ତରୀଣ ଅବସ୍ଥା ଓ ମନ୍ଦିରର ମୂଳଦୁଆ ସ୍ଥିତି ଯାଞ୍ଚ କରିଥିଲେ । ସିବିଆର୍‌ଆଇ ବୈଜ୍ଞାନିକ ସିଦ୍ଧାର୍ଥ ବେହେରା, ରାଜୀବ କୁମାର ଶର୍ମା, ଦେବବତ୍ତ ଘୋଷ, ଏଏସ୍‌ଆଇ, ଭୁବନେଶ୍ୱର ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଥିଲେ ।

ମନ୍ଦିର ଚତୁଃପାଶ୍ୱର୍ ଓ ମନ୍ଦିର ଚୂଡ଼ା ଉପରକୁ ଯାଇ ବୁଲି ଦେଖିଥିଲେ ।ସିବିଆର୍‌ଆଇକୁ ମନ୍ଦିର ମୁଖଶାଳାର ସମ୍ବେଦନଶୀଳ ଅଞ୍ଚଳରୁ ପଥର ନମୁନାର ଲାବୋରେଟୋରୀ ପରୀକ୍ଷା, ସମୟାନୁଯାୟୀ ମନ୍ଦିରର ଭିତ୍ତିଭୂମିର ଅବସ୍ଥିତି, ଜଗମୋହନର ଆଭ୍ୟନ୍ତରୀଣ ଅବସ୍ଥାର ଏଣ୍ଡୋସ୍କୋପି, ଲେଜର ସ୍କାନିଂ, ଫଟୋଗ୍ରାଫି ଏବଂ ମନ୍ଦିର ପରିସରରସ୍ଥ ଭୂ-ଗର୍ଭର ୧୦ ଫୁଟ ଗଭୀରତା ପର୍ଯ୍ୟନ୍ତ ଜିପିଆର୍‌ ସର୍ଭେ କରି ରିପୋର୍ଟ ଦେବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ମନ୍ଦିର ସ୍ଥିତି ଅନୁଧ୍ୟାନ ପରେ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ମଲ୍ଲିକ କହିଥିଲେ, ଦୀର୍ଘ ୧୫ ବର୍ଷରୁ ଅଧିକ ହେବ ଦକ୍ଷିଣ ଓ ପଶ୍ଚିମ ପାଶ୍ୱର୍ରେ ଲୁହା ଭାରା ବନ୍ଧା ଯାଇଛି । ଖୁବଶୀଘ୍ର ମନ୍ଦିରରେ ଲଗା ଯାଇଥିବା ଲୁହା ପାଇପ୍‌ (ସ୍କାଫୋଲ୍ଡିଂ) ଖୋଲାଯିବ । ଲୁହା ପାଇପ୍‌ ଆବଦ୍ଧମୁକ୍ତ ହେବ ସୂର୍ଯ୍ୟମନ୍ଦିର । ଜଗମୋହନ ଭିତରେ ବାଲି ଭର୍ତ୍ତି ହୋଇ ରହିଛି । ଏହି ବାଲି କଢ଼ା ଗଲେ ମନ୍ଦିର ସ୍ଥିତି କିଭଳି ରହିବ, ଜାଣିବା ପାଇଁ ବାଲି ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ନିଆଯାଇଛି । ମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ପଥ ଗୋଟିଏ ରହିଥିବାରୁ ପର୍ଯ୍ୟଟକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଣିକି ନବଗ୍ରହ ପୀଠ ନିକଟରେ ଟର୍ଣ୍ଣ ଷ୍ଟାଇଲ ପ୍ରସ୍ଥାନ ପଥ ଖୋଲାଯିବ । ନବଗ୍ରହ ପୀଠ ଚାରିପାଖରେ କୌଣସି ବାଇକ୍‌ ପ୍ରବେଶ କରିବ ନାହିଁ । ଉଠା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇ ପୂଜା ଓ ଦୀପ ଦୋକାନ ନବଗ୍ରହ ପୀଠ ସମ୍ମୁଖ ରାସ୍ତା ଦୁଇ ପାଶ୍ୱର୍ରେ ରହିବ । ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ କରାଯିବ ।

ଅବକ୍ଷୟମୁଖୀ ସୂର୍ଯ୍ୟମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପାଇଁ ୨୦୧୪ ଏପ୍ରିଲରେ ଏକ ବିଶେଷଜ୍ଞ ଦଳ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ । ପରେ ଗତ ଫେବ୍ରୁଆରୀ ୧୫ରେ ଏଏସ୍‌ଆଇ ଡିଜି ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ବୈଷୟିକ ବିଶେଷଜ୍ଞମାନଙ୍କ ସହିତ କୋର୍‌ କମିଟି ବୈଠକରେ ସଂରକ୍ଷଣ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ସିବିଆର୍‌ଆଇର ଏକ ୪ଜଣିଆ ବିଶେଷଜ୍ଞ ଦଳ ୨୦୧୪ ଜୁନ୍‌ ୬ରୁ ୧୦ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିରର ସମସ୍ୟା ଅନୁଧ୍ୟାନ କରି ଫେରିଥିଲେ । ପରେ ୨୦୧୮ ମସିହାରେ ଆସିଥିଲେ । ହେଲେ ସିବିଆର୍‌ଆଇ ପକ୍ଷରୁ ଏ ସମ୍ପର୍କିତ କୌଣସି ରିପୋର୍ଟ ଏଏସ୍‌ଆଇକୁ ହସ୍ତାନ୍ତର କରା ଯାଇ ନଥିବା ଜଣାପଡ଼ିଛି । ଏଣୁ ଏବେ ଚାଲୁ ରହିଥିବା କୋଣାର୍କ ସୂର୍ଯ୍ୟମନ୍ଦିରର ମୂଳଦୁଆ ଯାଞ୍ଚ ଓ ସିବିଆର୍‌ଆଇ ରିପୋର୍ଟ ଆସିବ ନା ନାହିଁ ତାହା ସମୟ ହିଁ କହିବ । ଏ ସମ୍ପର୍କରେ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ମଲ୍ଲିକଙ୍କୁ ପଚାରିବାରୁ ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି । ସିବିଆର୍‌ଆଇ ପ୍ରତିନିଧି ଦଳ ଆସି ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ରିପୋର୍ଟ ଆସିଲେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି କହିଥିଲେ ।