ବିଶ୍ୱସ୍ତରୀୟ ହେବ କୋଣାର୍କର ଭିତ୍ତିଭୂମି- ମଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର- ବିଶ୍ବସ୍ତରୀୟ ହେବ କୋଣାର୍କ ଭିତ୍ତିଭୂମି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି ।କୋଣାର୍କରେ ୩.୫ କିମି ବାହ୍ୟ ରିଙ୍ଗ ରୋଡ୍ ହେବ ୬ ଥାକିଆ ରାସ୍ତା କରାଯିବ ।
ଭୁବନେଶ୍ବର କୋଣାର୍କ ରାସ୍ତାର ବିଭିନ୍ନ ସ୍ଥାନରେ ବିକାଶ କରାଯିବ । ସେଠାରେ ରହିଥିବା ଫେରିବାଲାଙ୍କୁ ପୁନଃ ଥଇଥାନ କରାଯିବ । ମନ୍ଦିର ସାମ୍ନାରେ ୩୦ ଏକର ଜମି ଲାଣ୍ଡ ସ୍କେପିଙ୍ଗ କରାଯିବ । ଏହା ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିବ ।
ପର୍ଯ୍ୟଟକଙ୍କୁ ସ୍ବାଗତ ପାଇଁ ଏଣ୍ଟ୍ରି ପ୍ଲାଜା ନିର୍ମାଣ ହେବ । ଗାଡ଼ି ପାର୍କିଂ ପାଇଁ ମଲ୍ଟି ମୋଡାଲ ହବ୍ କରାଯିବାକୁ ପ୍ରସ୍ତାବ ଦିଆଯାଇଛି ।