PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ରେ ରାତ୍ରୀଯାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

କୋଣାର୍କ ୩୧/୧୨: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବେଳାଭୂମି ମହୋତ୍ସବ ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ରେ ରାତ୍ରୀଯାପନ କରିଛନ୍ତି । ପର୍ଯ୍ୟଟକମାନଙ୍କ ରାତ୍ରୀ ରହଣି ପାଇଁ ବନ୍ଧା ଯାଇଥିବା ତମ୍ବୁରେ ଗୋଟିଏ ରାତି ବିତାଇବା ପାଇଁ ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ଅପରାହ୍ଣ ୫ଟାରେ ଆସି କୋଣାର୍କରେ ପହଞ୍ଚି ଥିଲେ । ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିବା ପରେ କହିଛନ୍ତି, ଓଡ଼ିଶାରେ ପର୍ଯ୍ୟଟନ ବଢ଼ାଇବା ସମସ୍ତଙ୍କ ଦାୟିତ୍ୱ । ପୁରୀ, କୋଣାର୍କ, ଚିଲିକାକୁ ମିଶାଇ ପର୍ଯ୍ୟଟକମାନଙ୍କ ପାଇଁ ଏକ ଉଚ୍ଚସ୍ତରର ପର୍ଯ୍ୟଟନସ୍ଥଳ ବନାଇବା ପାଇଁ ସମସ୍ତଙ୍କ ଦାୟିତ୍ୱ ରହିଛି । ଏହି କ୍ଷେତ୍ରର ବିକାଶ ହିଁ ରାଜ୍ୟରେ ଦ୍ରୁତ ପ୍ରଗତି ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ଉଚ୍ଚ ମାନର ପର୍ଯ୍ୟଟନସ୍ଥଳ ହେଲେ ବିଶ୍ୱରେ ଓଡ଼ିଶାର ଭାଷା, ସଂସ୍କୃତି ଓ କଳାର ପ୍ରଚାର ପ୍ରସାର ହେବ । ସବୁଠୁ ଅଧିକ ରୋଜଗାର ଉପଲବ୍ଧ କରିବାରେ ପର୍ଯ୍ୟଟନ ବିଭାଗର କ୍ଷମତା ରହିଛି । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ରାଜ୍ୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନଙ୍କୁ ପ୍ରଥମେ କୋଣାର୍କ ବିଜେପି ମଣ୍ଡଳ ପକ୍ଷରୁ ଥାନା ଛକରେ ସ୍ୱାଗତ କରାଯାଇଥିଲା । ପରେ ବ୍ୟାଖ୍ୟାନ କେନ୍ଦ୍ରରେ ଆଇଓଏଫ୍‌ ଚେୟାରମ୍ୟାନ ଅନୀଲ ବର୍ମା, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ ଆର୍‌. ଯାଦବ, କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାଶ ପ୍ରମୁଖ ଫୁଲତୋଡ଼ା ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ପ୍ରଧାନ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଥିଲେ । ବ୍ୟାଖ୍ୟାନ କେନ୍ଦ୍ର ବୁଲି ସାରିବା ପରେ ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌କୁ ରାତ୍ରୀଯାପନ କରିବା ପାଇଁ ଯାଇଥିଲେ ।

ଏହି ଗସ୍ତ ସମୟରେ ବିଜେପି ରାଜ୍ୟ ମହିଳା ସଭାନେତ୍ରୀ ପ୍ରଭାତି ପରିଡ଼ା, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ରବି ମଲ୍ଲିକ, ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ଥାନା ଆଇଆଇସି ସଞ୍ଜୀବ କୁମାର ପ୍ରଧାନ, ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା