PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ସୂର୍ଯ୍ୟମନ୍ଦିରରୁ ଖୋଲାଯାଉଛି ଲୁହା ଭାରା, ୧୫ବର୍ଷ ଧରି ଲୁହା ପାଇପ୍‌ରେ ଥିଲା ଆବଦ୍ଧ

କୋଣାର୍କ ୨୩/୧୨: ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଲୁହା ଭାରାରୁ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ ଯାଉଛି। ଦୀର୍ଘ ୧୫ ବର୍ଷ ଧରି ଲୁହା ପାଇପ୍‌ରେ ଆବଦ୍ଧ ହୋଇ ରହିଥିଲା ସୂର୍ଯ୍ୟମନ୍ଦିର। ସୂର୍ଯ୍ୟମନ୍ଦିର ଲୁହା ପାଇପ୍‌ ଖୋଲା କାମ ଆରମ୍ଭ ହୋଇଛି । ପ୍ରଥମେ ପଶ୍ଚିମ ଦ୍ୱାରରୁ ଲୁହା ପାଇପ୍‌ ଖୋଲା ଯାଉଛି । ପର୍ଯ୍ୟାୟ କ୍ରମେ ଦକ୍ଷିଣ, ଉତ୍ତର ଦ୍ୱାର ଓ ଶେଷରେ ଜଗମୋହନ ଦ୍ୱାରରୁ ଲୁହା ପାଇପ୍‌ଗୁଡିକୁ ଖୋଲାଯିବ ।

୧୯୦୩ ମସିହାରୁ ଜଗମୋହନରେ ବାଲି ଭର୍ତ୍ତି ହୋଇ ରହିଛି । ଏହି ବାଲିକୁ ସିବିଆର୍‌ଆଇ ଟିମ୍‌ ପରୀକ୍ଷା ପାଇଁ ନେଇଥିଲେ । ବର୍ତ୍ତମାନ ଜଗମୋହନ ଭିତରେ ଭର୍ତ୍ତି ହୋଇଥିବା ବାଲି ୧୭ଫୁଟ ଦବି ଥିବା ସିବିଆର୍‌ଆଇ ରିପୋର୍ଟ ଦେଇଛି । ଏହି ବାଲି କଢ଼ା ହେଲେ ଏହା ଭିତରେ ଦୀର୍ଘ ଦିନ ରହିପାରୁଥିବା ହାଲୁକା ବାଲି ଭର୍ତ୍ତି କରାଯିବ । ସୂଚନାଥାଉ କି ଗତ ସେପ୍ଟେମ୍ବର ୧୩ ତାରିଖରେ ଆମିକସ କ୍ୟୁରୀ ଏନ୍‌. କେ ମହାନ୍ତି ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରାୟ ଦୁଇ ଘଣ୍ଟା କାଳ ସୂର୍ଯ୍ୟମନ୍ଦିରରେ ଜଗମୋହନ ଦ୍ୱାର, ଦକ୍ଷିଣ ଦ୍ୱାର, ଛାୟାଦେବୀ ମାୟାଦେବୀ ମନ୍ଦିର, ଜଗମୋହନର ଆଭ୍ୟନ୍ତରୀଣ ଅବସ୍ଥା, ଉତ୍ତର ଦ୍ୱାର, ଦକ୍ଷିଣ ଦ୍ୱାର ସମ୍ମୁଖରେ ବନ୍ଧା ଯାଇଥିବା ଲୁହା ଭାରା, ବର୍ଷା ଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା ଆଦି ବୁଲି ଦେଖିଥିଲେ ।

ଆମିକସ କ୍ୟୁରୀ ୫ଟି କଥା ଉପରେ ଗୁରୁତ୍ୱାରୋପ କରିଥିଲେ। ସୂର୍ଯ୍ୟମନ୍ଦିର କାରୁକାର୍ଯ୍ୟ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଦିଆଯାଉଥିବା କେମିକାଲ ଠିକ୍‌ ଅଛି କି ନାହିଁ, ଦୀର୍ଘ ୧୫ ବର୍ଷ ହେବ ଏହି ଲୁହା ଭାରା କିଭଳି ଅଛି ତାହା ପ୍ରଥମେ ପରୀକ୍ଷା ହେବ। ପିଢ଼ାକୁ ସହାୟକ ଦିଆଗଲା ପରେ ଲୁହା ଭାରା ଖୋଲାଯିବ । ସେଥିପାଇଁ ଅସ୍ଥାୟୀ ସହାୟକ ଭାରା ଦିଆଯାଇ ଡିସେମ୍ବର ଶେଷ ସପ୍ତାହରେ ଲୁହା ଭାରା ଖୋଲା ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ଏ ସମ୍ପର୍କରେ ସ୍ଥାନୀୟ ସଂରକ୍ଷଣ ଅଧିକାରୀ ନିରଜ ସିଂଙ୍କୁ କହିଛନ୍ତି, ଆଜିଠାରୁ ସୂର୍ଯ୍ୟମନ୍ଦିରରୁ ଲୁହା ଭାରା ଖୋଲାଯାଉଛି। ଏହି କାର୍ଯ୍ୟ ଆସନ୍ତା କିଛି ମାସ ପର୍ଯ୍ୟନ୍ତ ଚାଲିବ। ଯେଉଁ ସ୍ଥାନରେ ଲୁହା ଭାରା ଆବଶ୍ୟକ ପଡ଼ିବ ସେଠାରେ କଳଙ୍କି ବିହୀନ ପାଇପ୍‌ ଲଗାଇ ଦିଆଯିବ ।