ସୂର୍ଯ୍ୟଙ୍କ ଶକ୍ତିରେ ଚମକିବ ସୂର୍ଯ୍ୟମନ୍ଦିର

ଭୁବନେଶ୍ୱର,୨୧/୫: ସୂର୍ଯ୍ୟଙ୍କ ଶକ୍ତିରେ ଚମକିବ ସୂର୍ଯ୍ୟମନ୍ଦିର । ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଏବଂ କୋଣାର୍କ ସହର ପାଇଁ ଭାରତ ସରକାର ସ୍ୱତନ୍ତ୍ର ଯୋଜନା କରିଛନ୍ତି । ସୂର୍ଯ୍ୟମନ୍ଦିର ଓ କୋଣାର୍କ ସହରକୁ ଶତ ପ୍ରତିଶତ ସୌରଶକ୍ତିରେ ଚଳାଇବା ପାଇଁ ଯୋଜନା କରିଛନ୍ତି । ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଏହି ଯୋଜନା କାର୍ଯ୍ୟକାରିତା ନେଇ ଦାୟିତ୍ୱ ନେଇଛି । କିପରି ଠିକଣା ଢଙ୍ଗରେ ସୌରଶକ୍ତି ଯୋଜନା କାର୍ଯ୍ୟକାରୀ କରାଯିବ ସେନେଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି ।

ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ବିଭାଗୀୟ ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଆର୍‌.କେ. ସିଂହ କହିଛନ୍ତି, ଭାରତ ସରକାର ଆଧୁନିକ ବ୍ୟବସ୍ଥା ସହ ଐତିହ୍ୟ ସମ୍ପନ୍ନ ସୂର୍ଯ୍ୟମନ୍ଦିରରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ନିଶ୍ଚିତ କରିଛନ୍ତି । ‘ସୂର୍ଯ୍ୟ ନଗରୀ’ ରୂପରେ ଏହି ସ୍ଥଳକୁ ନେଇ ପ୍ରଧାନମନ୍ତ୍ରୀ ଯେଉଁ ପରିକଳ୍ପନା କରିଥିଲେ ତାକୁ ଗୁରୁତ୍ୱ ଦେଇ ଏହା କାର୍ଯ୍ୟକାରୀ କରିବାକୁ ଯାଉଛି । ଏହି ଯୋଜନାରେ ୧୦ ମେଗାୱାଟ୍‌ ଗ୍ରୀଡ ସହ ବିଭିନ୍ନ ସୋଲାର୍‌ ଟ୍ରୀ, ସୋଲାର୍‌ ପାନୀୟଜଳ କିଓସ୍କ, ଅଫ୍‌୍‌ଗ୍ରୀଡ୍‌ ସୌରଶକ୍ତି ପ୍ଲାଣ୍ଟ, ବ୍ୟାଟେରୀ ଷ୍ଟୋରେଜ୍‌ ପ୍ରତିଷ୍ଠା ହେବ । ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୧୦୦ ପ୍ରତିଶତ ଖର୍ଚ୍ଚ ସେଣ୍ଟ୍ରାଲ୍‌ ଫାଇନାନ୍ସ ଆସିଷ୍ଟାନ୍ସ (ସିଏଫ୍‌ଏ) ସହଯୋଗିତାରେ କରାଯିବ । ଓଡ଼ିଶା ରିନିୱବଲ୍‌ ଏନର୍ଜି ଡେଭଲପ୍‌ମେଣ୍ଟ ଏଜେନ୍ସି (ଓରେଡା) ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହି ସୌରଶକ୍ତି ଯୋଜନା ବା ପ୍ରକଳ୍ପ ଦ୍ୱାରା କୋଣାର୍କ ସହରର ସମସ୍ତ ଶକ୍ତି ଚାହିଦା ପୂରଣ ହୋଇପାରିବ ।

   ସମ୍ବନ୍ଧିତ ଖବର


କଫ୍ ସିରପ୍ ସହ ଜଣେ ଗିରଫ

କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମାଳମାଳ ଝିଣ୍ଟିକା, ଚାଷୀ ଭୟଭୀତ

ଶୁଣନ୍ତୁ ଭାଇରାଲ୍‌ ଅଡିଓ- କରୋନା ଯୋଦ୍ଧା ନର୍ସଙ୍କୁ ବରିଷ୍ଠ ଅଧିକାରୀଙ୍କ ଧମକ, ସସ୍‌ପେଣ୍ଡ ନୁହେଁ ଜେଲ୍‌କୁ ପଠାଇ ଦେବେ!

ନେପାଳ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କଲେ ଓଡିଶାରେ ରହୁଥିବା ନେପାଳୀ- କହିଲେ ଚୀନ୍‌ର ରହିଛି ହାତ

ଏହି ଦେଶର ପ୍ରଧାନମନ୍ତ୍ରୀ ଓ ସମ୍ପୂର୍ଣ୍ଣ ପରିବାର ସଦସ୍ୟ କରୋନା ପଜିଟିଭ

ବାଇକ୍ ସାନିଟାଇଜ୍ କରୁଥିଲେ କର୍ମଚାରୀ, ହଠାତ୍ ଲାଗି ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଜଳିଗଲା