ଭୁବନେଶ୍ୱର,୧୭/୦୫: ଦୁଇ ସପ୍ତାହ ମୁମ୍ବାଇ ଯିବନି କୋଣାର୍କ ଏକ୍ସପ୍ରେସ୍ । ଭୁବନେଶ୍ୱରରୁ ଦାଦର ପର୍ଯ୍ୟନ୍ତ ଚାଲିବ । ମୁମ୍ବାଇରେ ଥିବା ଛତ୍ରପତି ଶିବାଜୀ ମହାରାଜା ଟର୍ମିନସ୍(ସିଏସ୍ଏମ୍ଟି) ରେଳ ଷ୍ଟେସନର ମରାମତି ଓ ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱରରୁ ଛାଡ଼ୁଥିବା କୋଣାର୍କ ଏକ୍ସପ୍ରେସ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଦାଦର ଷ୍ଟେସନ ପର୍ଯ୍ୟନ୍ତ ଚାଲିବ । ସେହିପରି ସିଏସ୍ଏମ୍ଟି ଷ୍ଟେସନରୁ ଛାଡ଼ିବାକୁ ଥିବା କୋଣାର୍କ ଏକ୍ସପ୍ରେସ୍ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଦାଦର ଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ଛାଡ଼ିବ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଶାସନକୁ ଫେରୁ ଫେରୁ ପ୍ରତିଶୋଧ ନେଲେ ଚନ୍ଦ୍ରବାବୁ ! ଆ...