ପ୍ରମୁଖ ଖବର
  • ବିଜେଡିରେ ଯୋଗ ଦେବେ ସୁରେନ୍ଦ୍ର ସିଂଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||
  • ଆଗକୁ ଆହୁରି ବଢ଼ିବ ତାତି, ଆଜି ୪୦ ଡିଗ୍ରୀ ଛୁଇଁବ ପାରଦ ! ଦିନ, ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ
  • ||

ଉଦ୍ଧାର ହେଲା ବିରଳ ନାଲି ରଙ୍ଗର କୋରଲ କୁକରୀ ସାପ, ନିଜ ଦାନ୍ତ ପାଇଁ ଏମିତି ରହିଛି ନାଁ

ନୂଆଦିଲ୍ଲୀ ୮/୯: ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ଏକ ଦୁର୍ଲଭ ନାଲି ରଙ୍ଗର କୋରଲ କୁକରୀ ସାପକୁ ଉଦ୍ଧାର କରିଛନ୍ତି ବନବିଭାଗ ଅଧିକାରୀ । ଏହି ବିରଳ ପ୍ରଜାତିର ସାପ ନୈନିତାଲର ବିନ୍ଦୁଖତ୍ତା ଅଞ୍ଚଳରୁ ଜଣଙ୍କ ଘରୁ ଉଦ୍ଧାର କରାଯାଇଛି । ବନ ଅଧିକାରୀଙ୍କ ଅନୁସାରେ ଏଭଳି ବିରଳ ସାପ ପ୍ରଥମ ଥର ପାଇ ୧୯୩୬ରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଅଞ୍ଚଳରେ ନଜର ଆସିଥିଲା । ଏହାର ନାଁ କୁକରୀ ହେବାର କାରଣ ଏହାର ଦାନ୍ତ ବିଲକୁଲ୍ କୁକରୀ(ଏକ ପ୍ରକାର ବଙ୍କା ଛୁରୀ) ଭଳି ମୋଡି ହୋଇଥାଏ ତେଣୁ ଏହାର ନାଁ ଏମିତି ରହିଛି ।

ବନ ଅଧିକାରୀଙ୍କୁ ଶୁକ୍ରବାର ସକାଳେ ଜଣଙ୍କ  ଘରେ ସାପ ପଶିଥିବା ନେଇ ଫୋନ୍ ଆସିଥିଲା । ସେମାନେ ସାପକୁ ଉଦ୍ଧାର ପାଇଁ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ସାପକୁ ଏକ ପ୍ଲାଷ୍ଟିକ୍ ଅଖାରେ ଭର୍ତ୍ତି କରିଥିଲେ । ବନଅଧିକାରୀ ପହଞ୍ଚି ସାପକୁ ଦେଖିବା ପରେ ଚକିତ ହୋଇଗଲେ । ଏହା ଅତି ବିରଳ ସାପ କୁକରୀ । ତାକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦିଆଗଲା । ଦେହରାଡୁନ୍ ସ୍ଥିତ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(WII)ର ବନ୍ୟଜୀବ ବିଶେଷଜ୍ଞ ବିପୁଲ ମୋର୍ଯ୍ୟଙ୍କ କହିବାନୁସାରେ ରେଡ୍ କୋରଲ କୁକରୀ ସାପ ବହୁତ ବିରଳ ଏବଂ ଉତ୍ତରାଖଣ୍ଡରେ ଏପର୍ଯ୍ୟନ୍ତ ଏହା ମାତ୍ର ୨ ଥର ଦେଖିବାକୁ ମିଳିଛି ।

୨୦୧୫ରେ ତରାଇ ପୂର୍ବ ବନରେଞ୍ଜରେ ସୂଚନା ମିଳିଥିଲା । ତା ପୂର୍ବରୁ ୨୦୧୪ରେ ଉତ୍ତର ପ୍ରଦେଶର ସୀମା ପାଖରେ ସୁରଇ ବନ ରେଞ୍ଜରେ ଏହି ସାପ ନେଇ ସୂଚନା ମିଳିଥିଲା କିନ୍ତୁ ସାପଟି ମରିଯାଇଥିଲା । ରେଡ୍ କୋରଲ କୁକରୀ ସାପକୁ ବନ୍ୟଜୀବ ସଂରକ୍ଷଣ ଅଧିନିୟମ ୧୯୭୨ ଅନୁସୂଚୀ ୪ରେ ସୂଚିବଦ୍ଧ କରାଯାଇଛି । ଏହା ନାଲି ଓ ନାରଙ୍ଗୀ ରଙ୍ଗରେ ନଜର ଆସିଥାନ୍ତି । ଏହାର ବିଷ ନଥାଏ । ଏହି ସାପ ଜିଆ, କୀଟ ଓ ପତଙ୍ଗ ଖାଇ ବଞ୍ଚେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.